Advertisment

ନିର୍ବାଚନ ପ୍ରଚାର ବେଳେ ବିଧାୟକ ହଟହଟା

ବାସୁଦେବପୁର (କିରୀଟି ଦାସ): ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର କରିବାକୁ ଯାଇଥିବା ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କୁ ହଟହଟା ହେବାକୁ ପଡ଼ିଛି। ଗ୍ରାମବାସୀ ତାଙ୍କୁ ଦୀର୍ଘ ସମୟ ଧରି ଅଟକ ରଖି ନାନା ପ୍ରଶ୍ନ କରିଥିଲେ। ପରେ ପୁଲିସ୍ ଆସି ତାଙ୍କୁ ଉଦ୍ଧାର କରିଥିଲା। ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଆଜି ବାସୁଦେବପୁର ବ୍ଲକର ବିଦେଇପୁର ପଞ୍ଚାୟତ ପ୍ରଚାର କରିବାକୁ ଯାଇଥିଲେ। ବିଦେଇପୁର ପଞ୍ଚାୟତର ଗୋପାଳ ସାହିରେ ସେ ଘର ଘର ବୁଲି ପ୍ରଚାର କରୁଥିବା ବେଳେ ଘେରି […]

ଅଦ୍ୟତନ ହୋଇଛି
ନିର୍ବାଚନ ପ୍ରଚାର ବେଳେ ବିଧାୟକ ହଟହଟା

Protest

Advertisment

ବାସୁଦେବପୁର (କିରୀଟି ଦାସ): ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର କରିବାକୁ ଯାଇଥିବା ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କୁ ହଟହଟା ହେବାକୁ ପଡ଼ିଛି। ଗ୍ରାମବାସୀ ତାଙ୍କୁ ଦୀର୍ଘ ସମୟ ଧରି ଅଟକ ରଖି ନାନା ପ୍ରଶ୍ନ କରିଥିଲେ। ପରେ ପୁଲିସ୍ ଆସି ତାଙ୍କୁ ଉଦ୍ଧାର କରିଥିଲା।

Advertisment

ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଆଜି ବାସୁଦେବପୁର ବ୍ଲକର ବିଦେଇପୁର ପଞ୍ଚାୟତ ପ୍ରଚାର କରିବାକୁ ଯାଇଥିଲେ। ବିଦେଇପୁର ପଞ୍ଚାୟତର ଗୋପାଳ ସାହିରେ ସେ ଘର ଘର ବୁଲି ପ୍ରଚାର କରୁଥିବା ବେଳେ ଘେରି ଯାଇଥିଲେ ଗ୍ରାମବାସୀ। ଆଉ ପଚାରିଥିଲେ ଗୋଟିଏ ପରେ ଗୋଟିଏ ପ୍ରଶ୍ନ।

ଏବେ ନିର୍ବାଚନ ସମୟ ବୋଲି ଭୋଟ୍‌ ମାଗିବା ପାଇଁ ବିଧାୟକ ଆସିଛନ୍ତି। କିନ୍ତୁ ଗତ ବାତ୍ୟା ଓ କରୋନା ସମୟରେ କାହିଁକି ଥରୁଟିଏବି ଗାଁକୁ ଆସିଲେ ନାହିଁ? ବିପଦ ସମୟରେ ବିଧାୟକ କେଉଁଠି ଥିଲେ ବୋଲି ଗ୍ରାମବାସୀ ପ୍ରଶ୍ନ କରିଥିଲେ।

Advertisment

ଗ୍ରାମବାସୀଙ୍କ ପ୍ରଶ୍ନର ସମ୍ମୁଖୀନ ହୋଇପାରି ନଥିଲେ ବିଧାୟକ। ଶେଷରେ ବାଧ୍ୟ ହୋଇ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ଯାଇ ଆଶ୍ରୟ ନେଇଥିଲେ। ଦୀର୍ଘ ସମୟ ଧରି ବିଧାୟକ ଘର ଭିତରେ ଥିବା ବେଳେ ଗ୍ରାମବାସୀ ବାହାରେ ହୋ-ହାଲ୍ଲା କରିଥିଲେ। ଶେଷରେ କାସିଆ ସାମୁଦ୍ରିକ ଥାନା ପୁଲିସ ଆସି ତାଙ୍କୁ ଉଦ୍ଧାର କରିଥିଲା।

ଗ୍ରାମବାସୀ ସଞ୍ଜୟ ମଳିକ କହିଛନ୍ତି, ବିଧାୟକଙ୍କୁ ଆମେ ଅଟକାଇ ଜବାବ ମାଗିଥିଲୁ। ଭୋଟର ଦୁଃଖରେ ଅଛିନ୍ତି କି ସୁଖରେ ଅଛନ୍ତି, ସେ କଥା ବୁଝିବାକୁ ବିଧାୟକ କେବେ ଆସି ନାହାନ୍ତି। ଆଉ ଆଜି ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର କରିବାକୁ ବାହାରି ଆସିଛନ୍ତି। ତାଙ୍କର ହକ୍ ନାହିଁ ପ୍ରଚାର କରିବା ପାଇଁ। ସେ ଲୋକଙ୍କ ସୁଖଦୁଃଖର ସାଥୀ ହୋଇପାରୁ ନାହାନ୍ତି। ସେ କ’ଣ ପ୍ରଚାର କରିବାକୁ ଆସିବେ?

Local Issue Odisha Panchayat Election 2022
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe