Pihu dance naked in front of the old man
ଯାତ୍ରା ମଞ୍ଚରେ ବରିଷ୍ଠ ନାଗରିକଙ୍କ ଆଗରେ ନଗ୍ନ ନୃତ୍ୟ କରିବା, ଅଶ୍ଳୀଳ ଇଙ୍ଗିତ କରିବା ଓ ତାଙ୍କ ମୁଣ୍ଡ ହାତମାରି ବିବାଦରେ ଟେଲି ଅଭିନେତ୍ରୀ ତଥା ଆଇଟମ୍ ଗାର୍ଲ ପିହୁ। ଭଦ୍ରକ ତିହିଡି ବ୍ଲକ ନରେନ୍ଦ୍ରପୁର ପାଟଣମଙ୍ଗଳା ଯାତ୍ରା ମଞ୍ଚରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ।
ଏକ ଆଲବମ ଗୀତ(ମୁଁ ଗରମ ଗରମ ନିଆଳି ଛେନା...) ରେ ନାଚିବା ବେଳେ, ବରିଷ୍ଠ ନାଗରିକଙ୍କୁ ଏଭଳି ଆଚରଣ କରିଥିଲେ ପହୁ। ଯାହାକୁ ତଳେ ବସିଥିବା ବରିଷ୍ଠ ନାଗରିକ ପ୍ରତିବାଦ ପରେ ପରେ ପ୍ରତିବାଦ କରି ଚାଲିଥିଲେ। ତେବେ ଯେତେବେଳେ ଅଭିନେତ୍ରୀ ଜଣକ ବରିଷ୍ଠ ନାଗରିକଙ୍କ ମୁଣ୍ଡରେ ହାତ ଚାଳନା କରିଥିଲେ ସେତେବେଳେ ସେ ରାଗି ଯାଇଥିଲେ। ଉତ୍ତ୍ୟକ୍ତ ହୋଇ ଜୋତାରେ ପିଟିବାକୁ ଚପଲ କାଢ଼ି ଦେଖାଇଥିଲେ।
ମାତ୍ର ଏତିକିରେ ସରିନଥିଲା ଏ ଘଟଣା। ଏହାପରେ ଯାତ୍ରା ପରିଚାଳନାରେ ନିୟୋଜିତ କିଛି ଯୁବକ ତୁରନ୍ତ ବୃଦ୍ଧଙ୍କ ପାଖରେ ପହଞ୍ଚି ଧକ୍କା ମାରି ବାହରକୁ ବାହାର କରି ଦେଇଥିଲେ। ଯାହାକୁ ଶହଶହ ଲୋକ ଦେଖିଥିଲେ ହେଁ କେହି ପ୍ରତିବାଦ କରି ନ ଥିଲେ।
ସେପଟେ ଟେଲି ଅଭିନେତ୍ରୀ ପିହୁ ସଙ୍ଗେ ସଙ୍ଗେ ମାଇକ୍ରୋଫୋନ ନେଇ କହିଥିଲେ ଯଦି ଖରାପ ଲାଗୁଛି ପଛକୁ ପଳାଇ ଯାଅ। ଜଣଙ୍କ ପାଇଁ ସେ ତାଙ୍କ ଏହି କାର୍ଯ୍ୟକ୍ରମକୁ ବନ୍ଦ କରିପାରିବେନି।
ତେବେ ବରିଷ୍ଠ ନାଗରିକଙ୍କ ଉପରେ ଏଭଳି ବ୍ୟବହାରକୁ ସାଧାରଣରେ ନିନ୍ଦା କରାଯାଇଥିବାବେଳେ ଅଭିନେତ୍ରୀ ପିହୁ କିମ୍ବା ଯାତ୍ରା କମିଟି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।
ସୂଚନା ଥାଉକି, ରାଜ୍ୟ ସରକାର ଯାତ୍ରାରେ ହେଉଥିବା ନଗ୍ନ ନୃତ୍ୟକୁ ନିଷିଦ୍ଧ କରିଛନ୍ତି। ହେଲେ ଏହାକୁ ବନ୍ଦ କରିବାରେ ସରକାର ଫେଲ୍ ମାରିଥିବା ବେଳେ ସେପଟେ ସାମାଜିକ ମୂଲ୍ୟବୋଧ ଜାଗରଣ ଲକ୍ଷ୍ୟରେ ହେଉଥିବା ଯାତ୍ରାରେ କୁସଂସ୍କାର ଘର କରିବା ଯାତ୍ରାର ଅସଲ ଉଦ୍ଦେଶ୍ୟକୁ ବାଟବଣା କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
