Advertisment

ବୃଦ୍ଧଙ୍କ ଆଗରେ ନଗ୍ନ ନୃତ୍ୟ ସହ ଦେହରେ ହାତ ମାଇଲେ ପିହୁ, ପରେ ଉଠିଲା ଚପଲ

ଯାତ୍ରା ମଞ୍ଚରେ ବରିଷ୍ଠ ନାଗରିକଙ୍କ ଆଗରେ ନଗ୍ନ ନୃତ୍ୟ କରିବା, ଅଶ୍ଳୀଳ ଇଙ୍ଗିତ କରିବା ଓ ତାଙ୍କ ମୁଣ୍ଡ ହାତମାରି ବିବାଦରେ ଟେଲି ଅଭିନେତ୍ରୀ ତଥା ଆଇଟମ୍ ଗାର୍ଲ ପିହୁ।

ଅଦ୍ୟତନ ହୋଇଛି
Pihu dance naked in front of the old man

Pihu dance naked in front of the old man

Advertisment

ଯାତ୍ରା ମଞ୍ଚରେ ବରିଷ୍ଠ ନାଗରିକଙ୍କ ଆଗରେ ନଗ୍ନ ନୃତ୍ୟ କରିବା, ଅଶ୍ଳୀଳ ଇଙ୍ଗିତ କରିବା ଓ ତାଙ୍କ ମୁଣ୍ଡ ହାତମାରି ବିବାଦରେ ଟେଲି ଅଭିନେତ୍ରୀ ତଥା ଆଇଟମ୍ ଗାର୍ଲ ପିହୁ। ଭଦ୍ରକ ତିହିଡି ବ୍ଲକ ନରେନ୍ଦ୍ରପୁର ପାଟଣମଙ୍ଗଳା ଯାତ୍ରା ମଞ୍ଚରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ।

Advertisment

ଏକ ଆଲବମ ଗୀତ(ମୁଁ ଗରମ ଗରମ ନିଆଳି ଛେନା...) ରେ ନାଚିବା ବେଳେ, ବରିଷ୍ଠ ନାଗରିକଙ୍କୁ ଏଭଳି ଆଚରଣ କରିଥିଲେ ପହୁ। ଯାହାକୁ ତଳେ ବସିଥିବା ବରିଷ୍ଠ ନାଗରିକ ପ୍ରତିବାଦ ପରେ ପରେ ପ୍ରତିବାଦ କରି ଚାଲିଥିଲେ। ତେବେ ଯେତେବେଳେ ଅଭିନେତ୍ରୀ ଜଣକ ବରିଷ୍ଠ ନାଗରିକଙ୍କ ମୁଣ୍ଡରେ ହାତ ଚାଳନା କରିଥିଲେ ସେତେବେଳେ ସେ ରାଗି ଯାଇଥିଲେ। ଉତ୍ତ୍ୟକ୍ତ ହୋଇ ଜୋତାରେ ପିଟିବାକୁ ଚପଲ କାଢ଼ି ଦେଖାଇଥିଲେ।

Pihu Touched ବରିଷ୍ଠ ନାଗରିକଙ୍କ ମୁଣ୍ଡରେ ହାତ ରଖିଛନ୍ତି ପିହୁ

ମାତ୍ର ଏତିକିରେ ସରିନଥିଲା ଏ ଘଟଣା। ଏହାପରେ ଯାତ୍ରା ପରିଚାଳନାରେ ନିୟୋଜିତ କିଛି ଯୁବକ ତୁରନ୍ତ ବୃଦ୍ଧଙ୍କ ପାଖରେ ପହଞ୍ଚି ଧକ୍କା ମାରି ବାହରକୁ ବାହାର କରି ଦେଇଥିଲେ। ଯାହାକୁ ଶହଶହ ଲୋକ ଦେଖିଥିଲେ ହେଁ କେହି ପ୍ରତିବାଦ କରି ନ ଥିଲେ।

Advertisment

ସେପଟେ ଟେଲି ଅଭିନେତ୍ରୀ ପିହୁ ସଙ୍ଗେ ସଙ୍ଗେ ମାଇକ୍ରୋଫୋନ ନେଇ କହିଥିଲେ ଯଦି ଖରାପ ଲାଗୁଛି ପଛକୁ ପଳାଇ ଯାଅ। ଜଣଙ୍କ ପାଇଁ ସେ ତାଙ୍କ ଏହି କାର୍ଯ୍ୟକ୍ରମକୁ ବନ୍ଦ କରିପାରିବେନି।

Fightପ୍ରତିବାଦ କରିବାରୁ ବୃଦ୍ଧଙ୍କୁ ଧକ୍କା ମାରି ବାହାର କରୁଛନ୍ତି ଯାତ୍ରା କମିଟିର ସଦସ୍ୟମାନେ।

ତେବେ ବରିଷ୍ଠ ନାଗରିକଙ୍କ ଉପରେ ଏଭଳି ବ୍ୟବହାରକୁ ସାଧାରଣରେ ନିନ୍ଦା କରାଯାଇଥିବାବେଳେ ଅଭିନେତ୍ରୀ ପିହୁ କିମ୍ବା ଯାତ୍ରା କମିଟି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Old manବରିଷ୍ଠ ନାଗରିକ ଜଣକ ଚପଲ ଦେଖାଇ ପିହୁଙ୍କୁ ପ୍ରତିବାଦ ଜଣାଉଛନ୍ତି।

ସୂଚନା ଥାଉକି, ରାଜ୍ୟ ସରକାର ଯାତ୍ରାରେ ହେଉଥିବା ନଗ୍ନ ନୃତ୍ୟକୁ ନିଷିଦ୍ଧ କରିଛନ୍ତି। ହେଲେ ଏହାକୁ ବନ୍ଦ କରିବାରେ ସରକାର ଫେଲ୍ ମାରିଥିବା ବେଳେ ସେପଟେ ସାମାଜିକ ମୂଲ୍ୟବୋଧ ଜାଗରଣ ଲକ୍ଷ୍ୟରେ ହେଉଥିବା ଯାତ୍ରାରେ କୁସଂସ୍କାର ଘର କରିବା ଯାତ୍ରାର ଅସଲ ଉଦ୍ଦେଶ୍ୟକୁ ବାଟବଣା କରିଛି।

Jatra Artiste Obscene Dance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe