Advertisment

ବାପା ଗୋଡ଼ରେ ବେଡ଼ି ବାନ୍ଧୁଛି କୁନି ଝିଅ

ଭଦ୍ରକ (ପାର୍ଥସାରଥୀ ନାୟକ): ଅର୍ଦ୍ଧ ନୁଆଁ ଚାଳଘର ଆଗରେ ଲୁହା ଶିକୁଳୀରେ ବନ୍ଧା ହୋଇଛନ୍ତି। ଆଜି ନୁହେଁ ଦୀର୍ଘ ୨-୩ ବର୍ଷ ହେଲା ସେ ଏଠାରେ ବନ୍ଧା ହେଉଛନ୍ତି। କେତେବେଳେ ଘର ପିଣ୍ଡାରେ ଥିବା ଖୁଣ୍ଟିକୁ ତାର ତବଲା କରି ବଜାଇ ନାନା ବାୟା ଗୀତ ମଧ୍ୟ ଗାଉଛି ତ କେତେବେଳେ କେବେବେଳେ ଯିବାଆସିବା ଲୋକଙ୍କ ସହ ନାନା କଥା ମଧ୍ୟ କହୁଛନ୍ତି। ଆମେ କହୁଛୁ ଭଦ୍ରକ ଜିଲ୍ଲାର ରାହାଞ୍ଜ ବ୍ଲକର ବାଇଶାସାହିର ଖଗେନ ନାୟକଙ୍କ କଥା। […]

ବାପା ଗୋଡ଼ରେ ବେଡ଼ି ବାନ୍ଧୁଛି କୁନି ଝିଅ

chain

Advertisment

ଭଦ୍ରକ (ପାର୍ଥସାରଥୀ ନାୟକ): ଅର୍ଦ୍ଧ ନୁଆଁ ଚାଳଘର ଆଗରେ ଲୁହା ଶିକୁଳୀରେ ବନ୍ଧା ହୋଇଛନ୍ତି। ଆଜି ନୁହେଁ ଦୀର୍ଘ ୨-୩ ବର୍ଷ ହେଲା ସେ ଏଠାରେ ବନ୍ଧା ହେଉଛନ୍ତି। କେତେବେଳେ ଘର ପିଣ୍ଡାରେ ଥିବା ଖୁଣ୍ଟିକୁ ତାର ତବଲା କରି ବଜାଇ ନାନା ବାୟା ଗୀତ ମଧ୍ୟ ଗାଉଛି ତ କେତେବେଳେ କେବେବେଳେ ଯିବାଆସିବା ଲୋକଙ୍କ ସହ ନାନା କଥା ମଧ୍ୟ କହୁଛନ୍ତି। ଆମେ କହୁଛୁ ଭଦ୍ରକ ଜିଲ୍ଲାର ରାହାଞ୍ଜ ବ୍ଲକର ବାଇଶାସାହିର ଖଗେନ ନାୟକଙ୍କ କଥା। ବୟସ ତାଙ୍କର ୩୭। ଆଉ ଏହି ବୟସରେ ତାଙ୍କ ଗୋଡ଼ରେ ବନ୍ଧା ହୋଇଛି ଶିକୁଳୀ। ଏହି ଶିକୁଳୀ ଆଉ କେହି ନୁହେଁ ବରଂ ତାଙ୍କର କୁନି ଝିଅ ନଚେତ୍ ସ୍ତ୍ରୀ ବାନ୍ଧୁଛନ୍ତି।

Advertisment

ଖଗେନ ଜଣେ ଦିନ ମଜୁରିଆ। ଯାହାଙ୍କ ଉପରେ ତାଙ୍କ ପରିବାର ନିର୍ଭର କରେ। କିନ୍ତୁ କିଛି ବର୍ଷ ଧରି ମୁଣ୍ଡ ଖରାପ ହେବାରୁ ସେ ଘରେ ପଡ଼ି ବସି ରହଛନ୍ତି। ଏବେ ତାଙ୍କ ମୁଣ୍ଡ ଅଧିକ ଖରାପ ହେବାରୁ ୨-୩ ବର୍ଷ ହେଲା ଘରେ ଲୁହା ଶିକୁଳିରେ ବନ୍ଧା ହୋଇଛନ୍ତି। ଯେହେତୁ ଏବେ ଖଗେନ କାମ କରିବାକୁ ଯାଇପାରୁ ନାହାନ୍ତି, ତେଣୁ ଘରର ପରିସ୍ଥିତି ପୂର୍ବ ତୁଳନାରେ ଅଧିକ ବିଗିଡ଼ିବାରେ ଲାଗିଛି।

ଖଗେନଙ୍କ ସ୍ତ୍ରୀ କୁନିଲତା ନାୟକ ଘରଘର ବୁଲି କାମ କରନ୍ତି। ତାଙ୍କର ବଡ଼ ଝିଅର ବୟସ ୮ ବର୍ଷ ଓ ସାନ ଝିଅ ଦେଢ ବର୍ଷର। ତେଣୁ କୁନିଙ୍କ ଦୁଃଖ କହିଲେ ନ ସରେ। ଦୀର୍ଘ ବର୍ଷ ହେବ ସ୍ୱାମୀ ଖଗେନ୍ ନାୟକ ମାନସିକ ବିକୃତି କାରଣରୁ ଶିକୁଳିରେ ବନ୍ଧା ହୋଇ ପଡ଼ିଥିବାରୁ କୁନିଲତା ପରିବାର ଚଳାଇବାକୁ ଘରେ ଘରେ କାମ କରୁଛନ୍ତି। ଆର୍ଥିକ ସମସ୍ୟା କାରଣରୁ ନିଜ ସ୍ୱାମୀର କିପରି ଚିକିତ୍ସା କରାଇବେ, ତାକୁ ନେଇ ଅଧୈର୍ଯ୍ୟ ହୋଇ ପଡିଛନ୍ତି କୁନି।

Advertisment

[caption id="attachment_618192" align="alignnone" width="650"]publive-image khagen and his family[/caption]

ଏ ନେଇ ଖଗେନଙ୍କ ସ୍ତ୍ରୀ କୁନିଲତା କହିଛନ୍ତି, ଘରେ ରୋଷେଇ କରିବାକୁ କିଛି ବି ସାମଗ୍ରୀ ନାହିଁ। ସକାଳୁ କେବଳ ନାଲି ଚା' ପିଇ ରହିଛୁ। ବଡ଼ ଝିଅ ତା'ର ବଡ଼ ବାପା ଘରେ ଖାଉଛି। ସ୍ୱାମୀ ମୋର ପାଗଳ। ଯଦି ଆମେ ତାଙ୍କର ଶିକୁଳୀ ଖୋଲି ଦେଉଛୁ, ତାହେଲେ ସେ କୁଆଡ଼େ ନାଇଁ କୁଆଡ଼େ ପଳାଉଛନ୍ତି। ଯାହା ଫଳରେ ତାଙ୍କୁ ଖୋଜିବାରେ ଆମକୁ ବହୁ ଅସୁବିଧା ହେଉଛି। ଦୀର୍ଘଦିନ ହେବ ତାଙ୍କର ମୁଣ୍ଡ ଖରାପ, ତେଣୁ ସେ କାମ ନକରି ଘରେ ବସି ରହୁଛନ୍ତି। ଘରେ ରହିବା ଦ୍ୱାରା ତାଙ୍କର ମୁଣ୍ଡ ଅଧିକ ଖରାପ ହେବାରେ ଲାଗିଛି।ସେହିପରି ଖଗେନଙ୍କ କୁନି ଝିଅ ନିଜ ବାପା କଥା କହୁ କହୁ କାନ୍ଦି ପକାଇଥିଲେ। କୁନି ଝିଅଟି କହିଛନ୍ତି ଯେ ବାପା ତା'ର ପାଗଳ। ବାପା ମୋର ୨-୩ ବର୍ଷ ହେବ ଏମିତି ବନ୍ଧା ହୋଇ ରହିଛନ୍ତି।

[caption id="attachment_618191" align="aligncenter" width="650"]publive-image Khagen Nayak[/caption]

ଖଗେନ ଏବେ କୌଣସି କାମ କରୁନଥିବାରୁ ତାଙ୍କ ଘର ଭଙ୍ଗା ଦଦରା ହୋଇ ପଡ଼ିଛି। ବର୍ଷା ଦିନେ ପାଣି ଗଳୁଥିବାରୁ ଗାଁ ଲୋକଙ୍କ ସହାୟତାରେ ଘର ଉପରେ ଏକ ପାଲ ବନ୍ଧା ହୋଇଛି। ତେବେ ଏ ଖବର ପାଇ କିଛି ସମାଜସେବୀ ତାଙ୍କ ପରିବାର କଥା ବୁଝିଥିଲେ ଏବଂ ସରକାରୀ ଘର ପାଇଁ ଆବେଦନ କରିଥିଲେ। କିନ୍ତୁ ତାହା ଏପର୍ଯ୍ୟନ୍ତ ସୁଦ୍ଧା କାର୍ଯ୍ୟକାରୀ ହୋଇପାରିନାହିଁ। ରାସନ ପାଇଁ କେବଳ ଯାହା ୫ କିଲୋ ଚାଉଳ ମିଳୁଛି, ସେଥିରେ ପରିବାର ଚଳୁଛି। ଏ ନେଇ ଯୋଗାଣ ବିଭାଗର ଅଧିକାରଙ୍କୁ ଅବଗତ କରାଉଥିଲେ ହେଁ, ସେମାନେ ଟାଳଟୁଳନୀତି ଅବଲମ୍ବନ କରୁଛନ୍ତି। ଖଗେନଙ୍କର ମାନସିକ ବିକୃତ ସାର୍ଟିଫିକେଟ ଥାଇକି ବି ତାଙ୍କୁ ଭତ୍ତା ମିଳିପାରୁ ନାହିଁ। ଯାହା ଫଳରେ ସେମାନଙ୍କର ପରିବାର ଏବେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ତେବେ ଏ ସଂକ୍ରାନ୍ତରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ଭଦ୍ରକ ବିଡିଓ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe