Advertisment

ବର୍ଷାରେ ବେହାଲ ଭଦ୍ରକ

ଭଦ୍ରକ(ପାର୍ଥ ସାରଥୀ ନାୟକ): ବର୍ଷାରେ ବେହାଲ ଭଦ୍ରକ ସହର। ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଅସ୍ତବ୍ୟସ୍ତ ଜନଜୀବନ। ସହରର ତଳି ଅଞ୍ଚଳରେ ବର୍ଷା ପାଣି ଜମି ରହିବାରୁ, ଲୋକମାନେ ଯିବା ଆସିବାରେ ହଇରାଣର ସମ୍ମୁଖୀନ ହୋଇଛନ୍ତି। ବର୍ଷା ପବନ ଲାଗି ରହିଥିବାରୁ ଭଦ୍ରକ ସହର ୯ ନଂ ୱାର୍ଡରେ ବିରାଟ ଗଛ ଉପୁଡି ପଡି ରାସ୍ତା ଅବରୋଧ ହେବା ସହ ବିଦ୍ୟୁତ୍ ତାର ଛିଡ଼ିବା ସହ ଖୁଣ୍ଟ ବଙ୍କା ହୋଇଯାଇଥିବା ଜଣାପଡିଛି। ସେହିପରି ଭଦ୍ରକ ପୌରପାଳିକା […]

ବର୍ଷାରେ ବେହାଲ ଭଦ୍ରକ

6io

Advertisment

ଭଦ୍ରକ(ପାର୍ଥ ସାରଥୀ ନାୟକ): ବର୍ଷାରେ ବେହାଲ ଭଦ୍ରକ ସହର। ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଅସ୍ତବ୍ୟସ୍ତ ଜନଜୀବନ। ସହରର ତଳି ଅଞ୍ଚଳରେ ବର୍ଷା ପାଣି ଜମି ରହିବାରୁ, ଲୋକମାନେ ଯିବା ଆସିବାରେ ହଇରାଣର ସମ୍ମୁଖୀନ ହୋଇଛନ୍ତି। ବର୍ଷା ପବନ ଲାଗି ରହିଥିବାରୁ ଭଦ୍ରକ ସହର ୯ ନଂ ୱାର୍ଡରେ ବିରାଟ ଗଛ ଉପୁଡି ପଡି ରାସ୍ତା ଅବରୋଧ ହେବା ସହ ବିଦ୍ୟୁତ୍ ତାର ଛିଡ଼ିବା ସହ ଖୁଣ୍ଟ ବଙ୍କା ହୋଇଯାଇଥିବା ଜଣାପଡିଛି। ସେହିପରି ଭଦ୍ରକ ପୌରପାଳିକା ଅନ୍ତର୍ଗତ ୫ ନଂ ୱାର୍ଡ ପଥରଆଡି ନିକଟରେ ରାସ୍ତା ଉପରେ ବର୍ଷା ଜଳ ଲହଡି ଭାଙ୍ଗୁଛି।

Advertisment

ସାଧାରଣରେ ଲୋକମାନେ ଯାତାୟାତରେ ସମସ୍ୟା ଦେଖାଦେଇଛି। ଡ୍ରେନ୍ ସମସ୍ୟା ଥିବାରୁ ବର୍ଷା ଜଳ ନିଷ୍କାସନ ହୋଇ ପାରୁନାହିଁ। ଫଳରେ ରାସ୍ତା ଉପରେ ଦୁଇ ଫୁଟର ବର୍ଷା ଜଳ ଲହଡି ଭାଙ୍ଗୁଛି। ଉକ୍ତ ରାସ୍ତା ଉପରେ କିଛି ପଞ୍ଚାୟତବାସୀ  ସହ ପୌରପାଳିକାର କିଛି ୱାର୍ଡ ବାସୀ ନିର୍ଭର କରିଥାନ୍ତି।

ଫଳରେ ଲୋକମାନେ ଯିବାଆସିବାରେ ହଇରାଣ ହେଉଛନ୍ତି। ଏପରିକି ବର୍ଷା ଜଳ ନିଷ୍କାସନ ହୋଇ ନପାରି ଲୋକଙ୍କ ଘରେ ମଧ୍ୟ ପାଣି ପଶିଥିବା ଦେଖିବାକୁ ମିଳିଛି। ପାଣି ଜମିବା ସମସ୍ୟା ଆଜିର ନୁହେଁ, ସାମାନ୍ୟ ବର୍ଷା ହେଲେ ରାସ୍ତା ଉପରେ ବର୍ଷା ଜଳ ଲହଡି ଭାଙ୍ଗିଥାଏ। ଅପରିଷ୍କାର ପାଣି ଘରେ ପଶି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ଏହି ସମସ୍ୟା ପାଇଁ ଲୋକମାନେ ନାହିଁ ନଥିବା ହଇରାଣ ହେଉଥିବା କହିଛନ୍ତି ୱାର୍ଡବାସୀ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe