Advertisment

ମୋତେ ରାତିରେ ରେପ୍ କଲେ...

ଭଦ୍ରକ (ପାର୍ଥ ସାରଥୀ ନାୟକ): “ଥାନାରୁ ଫେରୁଥିଲି। ସାଥୀରେ ଥିଲା ମୋ ଭାଇ। ହଠାତ୍ ସେମାନେ ଖଣ୍ଡାରେ ମୋତେ ଆକ୍ରମଣ କଲେ। ମୋ ଭାଇକୁ ଗୋଡ଼ାଇଲେ। ସେ ଦୌଡ଼ି ପଳାଇଲା। ମୁଁ ତଳେ ପଡ଼ିଗଲି। ସେମାନେ ମୋତେ ରେପ୍ କଲେ… ତା’ ପରେ କ’ଣ ଘଟିଛି ମୁଁ ଜାଣିନି?” ସଭ୍ୟ ସମାଜରେ କେତେକ ରାକ୍ଷସ ଏମିତି ଜଘନ୍ୟ କାଣ୍ଡ ଘଟାଇଛନ୍ତି ଜଣେ ବିଧବାଙ୍କ ସହିତ। ତା’ ପୁଣି ଭଦ୍ରକ ପରି ଜିଲ୍ଲାରେ। ପୂରା ଘଟଣାଟି ଏମିତି। ଭଦ୍ରକ […]

ଅଦ୍ୟତନ ହୋଇଛି
ମୋତେ ରାତିରେ ରେପ୍ କଲେ...

bhadrak

Advertisment

ଭଦ୍ରକ (ପାର୍ଥ ସାରଥୀ ନାୟକ): "ଥାନାରୁ ଫେରୁଥିଲି। ସାଥୀରେ ଥିଲା ମୋ ଭାଇ। ହଠାତ୍ ସେମାନେ ଖଣ୍ଡାରେ ମୋତେ ଆକ୍ରମଣ କଲେ। ମୋ ଭାଇକୁ ଗୋଡ଼ାଇଲେ। ସେ ଦୌଡ଼ି ପଳାଇଲା। ମୁଁ ତଳେ ପଡ଼ିଗଲି। ସେମାନେ ମୋତେ ରେପ୍ କଲେ... ତା’ ପରେ କ’ଣ ଘଟିଛି ମୁଁ ଜାଣିନି?" ସଭ୍ୟ ସମାଜରେ କେତେକ ରାକ୍ଷସ ଏମିତି ଜଘନ୍ୟ କାଣ୍ଡ ଘଟାଇଛନ୍ତି ଜଣେ ବିଧବାଙ୍କ ସହିତ। ତା’ ପୁଣି ଭଦ୍ରକ ପରି ଜିଲ୍ଲାରେ।

Advertisment

ପୂରା ଘଟଣାଟି ଏମିତି। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଞ୍ଚଳର ରେବୀ(ଛଦ୍ମନାମ) ୬ ବର୍ଷ ତଳେ ବିବାହ କରିଥିଲେ। ତାଙ୍କର ଏକ ପୁତ୍ର ସନ୍ତାନ ଅଛି। ହେଲେ ଏପ୍ରିଲ ୨୪ ତାରିଖରେ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା। ପରିବାର ଲୋକେ ଚକ୍ରାନ୍ତ କରି ତାଙ୍କ ସ୍ୱାମୀଙ୍କୁ ମାରି ଦେଇଥିବା ରେବୀ ଅଭିଯୋଗ କରିଛନ୍ତି। ସ୍ୱାମୀଙ୍କ ମୃତ୍ୟୁ ପରେ ସେ ନିଜ ପୁଅକୁ ଧରି ବାପଘରକୁ ଚାଲି ଯାଇଥିଲେ। ଏବେ ସେଠାରେ ରହୁଥିଲେ।

ଚଳିତ ମାସ ୨୦ ତାରିଖରେ ରେବୀ ଶ୍ୱଶୁର ଘରକୁ ଯାଇଥିଲେ। ବିବାହ ସମୟରେ ବାପଘର ଦେଇଥିବା ସାମଗ୍ରୀ ଆଣିବା ପାଇଁ ସେ ଏକ ଅଟୋ ନେଇ ଯାଇଥିଲେ। ଏପରିକି ଅଟୋରେ ସାମଗ୍ରୀ ଭର୍ତ୍ତି କରିଥିଲେ। ଏହି ସମୟରେ ତାଙ୍କୁ ମାଡ଼ ମାରି ସୁନା ଚେନ୍ ସମେତ ଘରୋଇ ଆସବାବ ପତ୍ର ଛଡ଼ାଇ ନେଇଯାଇଥିଲେ ଶାଶୂଘର ଲୋକେ। ଶାଶୂଘରୁ ନିରାଶ ହୋଇ ଫେରିବା ପରେ ରେବୀ ଥାନାର ଦ୍ୱାରସ୍ଥ ହୋଇଥିଲେ। ୨୪ ତାରିଖରେ ପୁଲିସ ଉଭୟ ପକ୍ଷଙ୍କୁ ଡାକି ମାମଲାର ଆପୋଷ ସମାଧାନ କରିଥିଲେ। ହେଲେ ଶାଶୂ ଘର ଲୋକଙ୍କ ମନରୁ ଯାଇନଥିଲା ରାଗ।

Advertisment

ବୁଧବାର ରାତି ପ୍ରାୟ ୯ଟାରେ ରେବୀ ନିଜ ସାନଭାଇ ସହିତ ବାଇକରେ ଘରକୁ ଫେରୁଥିଲେ। ଏହି ସମୟରେ ସ୍ଥାନୀୟ ତହସିଲ ରାସ୍ତା ନିକଟରେ ୨ରୁ ୩ଟି ବାଇକରେ ପାଖାପାଖି ୬ ଜଣ ଆସି ଖଣ୍ଡାରେ ରେବୀଙ୍କୁ ଆକ୍ରମଣ କରିଥିଲେ। ତାଙ୍କ ସାନ ଭାଇଙ୍କୁ ଗୋଡ଼ାଇଥିଲେ। ଜୀବନ ବିକଳରେ ସେ ଦୌଡ଼ି ପଳାଇ ଯାଇଥିଲେ। ଖଣ୍ଡାରେ ଆକ୍ରମଣ ପରେ ରେବୀ ତଳେ ପଡ଼ି ଯାଇଥିଲେ। ଏହି ସମୟରେ ତାଙ୍କୁ ରେପ୍‌ କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ତା’ପରେ ସେ ସଜ୍ଞା ହରାଇଥିଲେ। ମୂମୁର୍ଷୁ ଅବସ୍ଥାରେ ତାଙ୍କୁ ପ୍ରଥମେ ତିହିଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏବେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି।

ରେବୀଙ୍କ ଅଭିଯୋଗ ଆଧାରରେ ପୁଲିସ ୪ ଜଣଙ୍କ ବିରୋଧରେ ସଙ୍ଗୀନ ଧାରାରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ହେଲେ ଆଜି ପର୍ଯ୍ୟନ୍ତ କାହାରିକୁ ଗିରଫ କରିପାରିନି ପୁଲିସ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe