Advertisment

ବୈତରଣୀ ନଦୀ ଶଯ୍ୟାରୁ ମିଳିଲା ବିରଳ ବୌଦ୍ଧ ମୂର୍ତ୍ତି

ଭଦ୍ରକ (ପାର୍ଥସାରଥୀ ନାୟକ): ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଷୋଳମପୁର ପଞ୍ଚାୟତ ମୁଢାପଦା ଗ୍ରାମ ନିକଟ ପବିତ୍ର ବୈତରଣୀ ନଦୀ ଶଯ୍ୟାରୁ ଅଷ୍ଟମ ଶତାବ୍ଦୀର ୨ଟି ବିରଳ ବୌଦ୍ଧ ମୂର୍ତ୍ତି ଉଦ୍ଧାର ହୋଇଛି। ତେବେ ଏହି ବୁଦ୍ଧ ମୂର୍ତ୍ତି ଦୁଇଟି ମଧ୍ୟରୁ ଗୋଟିଏ ହର୍ଷମୂଖ ବୁଦ୍ଧ ମୂର୍ତ୍ତି ହେଇଥିବା ବେଳେ ଅନ୍ୟଟି ଗଜମୂଖ ସିଙ୍ଘାସନ ଆସାତ। ସେହିପରି ବିରଳ ବୌଦ୍ଧ ଦେବୀଙ୍କ ଏକ ଭଗ୍ନ ପ୍ରତିମା ଉଦ୍ଧାର କରାଯାଇଛି। ମୁଢାପଦା ଅଞ୍ଚଳରେ ପ୍ରୀତମ ମହାନ୍ତି ଓ […]

ବୈତରଣୀ ନଦୀ ଶଯ୍ୟାରୁ ମିଳିଲା ବିରଳ ବୌଦ୍ଧ ମୂର୍ତ୍ତି

bhadrak

Advertisment

ଭଦ୍ରକ (ପାର୍ଥସାରଥୀ ନାୟକ): ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଷୋଳମପୁର ପଞ୍ଚାୟତ ମୁଢାପଦା ଗ୍ରାମ ନିକଟ ପବିତ୍ର ବୈତରଣୀ ନଦୀ ଶଯ୍ୟାରୁ ଅଷ୍ଟମ ଶତାବ୍ଦୀର ୨ଟି ବିରଳ ବୌଦ୍ଧ ମୂର୍ତ୍ତି ଉଦ୍ଧାର ହୋଇଛି। ତେବେ ଏହି ବୁଦ୍ଧ ମୂର୍ତ୍ତି ଦୁଇଟି ମଧ୍ୟରୁ ଗୋଟିଏ ହର୍ଷମୂଖ ବୁଦ୍ଧ ମୂର୍ତ୍ତି ହେଇଥିବା ବେଳେ ଅନ୍ୟଟି ଗଜମୂଖ ସିଙ୍ଘାସନ ଆସାତ। ସେହିପରି ବିରଳ ବୌଦ୍ଧ ଦେବୀଙ୍କ ଏକ ଭଗ୍ନ ପ୍ରତିମା ଉଦ୍ଧାର କରାଯାଇଛି।

Advertisment

ମୁଢାପଦା ଅଞ୍ଚଳରେ ପ୍ରୀତମ ମହାନ୍ତି ଓ ସ୍ଥାନୀୟ ଯୁବକ ବୈତରଣୀ ନଦୀପଠାରୁ ବାଲି ଉଠାଣ ସମୟରେ ଏହି ମୂର୍ତ୍ତି ପାଇ ନିଜ ଘରେ ସାଇତି ରଖିଥିଲେ। ଏହା ପରେ ଷୋଳମପୁର ବୌଦ୍ଧ ବିହାରର ଇନଟାକର ସଦସ୍ୟ ଗବେଷକ ବିଶ୍ୱମ୍ବର ରାଉତଙ୍କ ଯୋଗାଯୋଗ କ୍ରମେ ଏହି ମୂର୍ତ୍ତିକୁ ଷୋଳମପୁର ସଂଗ୍ରାହଳୟକୁ ହସ୍ତାନ୍ତର କରାଯାଇଛି।

ତେବେ ଏହି ବିରଳ ବୌଦ୍ଧ ମୂର୍ତ୍ତିକୁ ଦେଖିବା ପାଇଁ ଷୋଳମପୁର ବୌଦ୍ଧ ବିହାରରେ ସ୍ଥାନୀୟ ଲୋକଙ୍କ ଭିଡ ଦେଖିବାକୁ ମିଳିଛି। ଐତିହାସିକ ପ୍ରତ୍ନତାତ୍ତ୍ଵିକ ଦୃଷ୍ଟିକୋଣରୁ ପ୍ରଥମଟି ହର୍ଷମୁଖ ବୁଦ୍ଧ ମସ୍ତକ ଓ ଦ୍ୱିତୀୟଟି ଏକ ବୌଦ୍ଧ ଦେବୀ, ଯାହାର ଦୁଇ ପାର୍ଶ୍ଵରେ ଉଦୀୟମାନ ଗନ୍ଧର୍ବ ଓ ହସ୍ତରେ ମାଳା ଦେବୀ ଏକଗଜମୁଖ ସିଂହାସନରେ ଆସିତ। ଏହି ମୂର୍ତ୍ତିଟିର ଅଧୋଭାଗ ନାହିଁ।

Advertisment

ଏହି ଦୁଇଟି ବିରଳ ମୂର୍ତ୍ତି ଅଷ୍ଟମ ନବମ ଶତାବ୍ଦୀର ହୋଇଥିବା କୁହାଯାଉଛି। ଖଣ୍ଡୋଲାଇଟ ପ୍ରସ୍ତର ନିର୍ମିତ ଏହି ପ୍ରାଚୀନ ମୂର୍ତ୍ତିଦ୍ୱୟ ଷୋଳମପୁର ବୌଦ୍ଧ ବିହାରରେ ଭୌମକର ଶାସନ ସମୟର ବୋଲି ଗବେଷକମାନେ ଉଲ୍ଲେଖ କରିଛନ୍ତି। ଯେଉଁଠି କୌଣସି ଦୁର୍ଲଭ ମୂର୍ତ୍ତି ଅସୁରକ୍ଷିତ ଅବହେଳିତ ଜରାଜୀର୍ଣ୍ଣ ଅବସ୍ଥାରେ ଦୃଷ୍ଟିଗୋଚର ହେଉଛି। ସ୍ଥାନୀୟ ଷୋଳମପୁର ବୌଦ୍ଧ ସଂଗ୍ରହାଳୟ ରଖିବାକୁ ଅନୁରୋଧ କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe