Advertisment

ପଢ଼ିଥିବା ସ୍କୁଲକୁ ଲକ୍ଷେ ଟଙ୍କା ଦାନ କଲେ ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ

ଶିକ୍ଷକତା ଜୀବନରେ ପରମାନନ୍ଦ ସାର୍‌ ଧାମନଗର ବ୍ଲକର ଗୋପବନ୍ଧୁନଗର ଉଚ୍ଚ ବିଦ୍ୟାଳୟରେ ଅନେକ ବର୍ଷ ବିତାଇ ଥିଲେ। ୨୦୦୩ ମସିହାରେ ଉକ୍ତ ସ୍କୁଲରୁ ଅବସର ନେଇଥିଲେ। ହେଲେ ଭୁଲିନଥିଲେ ନିଜେ ପାଠ ପଢ଼ିଥିବା ସ୍କୁଲକୁ।

Teacher

Teacher

Advertisment

ଦିନେ ଯେଉଁ ବିଦ୍ୟାଳୟରେ ପାଠ ପଢି ଉଚ୍ଚ ଶିକ୍ଷା ପରେ ଶିକ୍ଷକ ହୋଇଥିଲା। ଅବସର ପରେ ଆଜି ସେହି ବିଦ୍ୟାଳୟର ଉନ୍ନତି କରଣ ପାଇଁ ନିଜ ପେନସନ୍‌ ଅର୍ଥରୁ ୧ ଲକ୍ଷ ଟଙ୍କା ପ୍ରଦାନ କଲେ। ଏମିତି ଜଣେ ସ୍ନେହି ଓ ଛାତ୍ର ବତ୍ସଳ ଶିକ୍ଷକ ହେଉଛନ୍ତି ପରମାନନ୍ଦ ନାୟକ। ଦାନ କରିଥିବା ଅର୍ଥରେ ସ୍ମାର୍ଟ କ୍ଲାସ୍‌ କରିବାକୁ ସେ ଭଦ୍ରକ ଜିଲ୍ଲାପାଳଙ୍କୁ ଭେଟି ଅନୁରୋଧ କରିଛନ୍ତି।

Advertisment

ପରମାନନ୍ଦ ପ୍ରଧାନ ଜଣେ ମେଧାବୀ ଛାତ୍ର ଥିଲେ। ଧୁଷୁରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ପାଠ ପଢିଥିଲେ। ସେଠାରୁ ପାଠ ପଢ଼ା ଶେଷ କରିବା ପରେ ଉଚ୍ଚ ଶିକ୍ଷା ଲାଭ କରିଥିଲେ ପରମାନନ୍ଦ ପ୍ରଧାନ। ତା’ପରେ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ। ପିଲାମାନଙ୍କୁ ବିଜ୍ଞାନର ଜଟିଳ ଫର୍ମୁଲା ବତାଉ ଥିଲେ। ଅତି ସରଳ ଭାବେ ବୁଝାଉଥିବାରୁ ପିଲାମାନେ ବୁଝିପାରୁଥିଲେ। ସେଥିପାଇଁ ଛାତ୍ରଛାତ୍ରୀଙ୍କ ପ୍ରିୟ ଭାଜନ ହୋଇପାରିଥିଲେ ପରମାନନ୍ଦ ସାର୍‌।

ଶିକ୍ଷକତା ଜୀବନରେ ପରମାନନ୍ଦ ସାର୍‌ ଧାମନଗର ବ୍ଲକର ଗୋପବନ୍ଧୁନଗର ଉଚ୍ଚ ବିଦ୍ୟାଳୟରେ ଅନେକ ବର୍ଷ ବିତାଇ ଥିଲେ। ୨୦୦୩ ମସିହାରେ ଉକ୍ତ ସ୍କୁଲରୁ ଅବସର ନେଇଥିଲେ। ହେଲେ ଭୁଲିନଥିଲେ ନିଜେ ପାଠ ପଢ଼ିଥିବା ସ୍କୁଲକୁ। ତେଣୁ ନିଜ ପେନ୍‌ସନରୁ ଲକ୍ଷେ ଟଙ୍କା ସଞ୍ଚୟ କରି ପରମାନନ୍ଦ ସାର୍‌ ପଢ଼ିଥିବା ଧୁଷୁରୀ ସରକାରୀ ଉଚ୍ଚ ବିଦ୍ୟାଳୟକୁ ପ୍ରଦାନ କରିଛନ୍ତି। କାରଣ ଏହି ସ୍କୁଲଟି ରାଜ୍ୟ ସରକାରଙ୍କ 5T ଅଧୀନକୁ ଆସିନାହିଁ। ପିଲାମାନଙ୍କ ପାଇଁ ଉଚ୍ଚମାନର ଲାବୋରେଟାରୀ ଓ ସ୍ମାର୍ଟ ଶ୍ରେଣୀ ଗୃହ ନାହିଁ। ପିଲାମାନେ ପାଠ ପଢ଼ି ପାରୁନାହାନ୍ତି। ତେଣୁ ପରମାନନ୍ଦ ସାର୍‌ ନିଜ ପେନ୍‌ସନରୁ ଲକ୍ଷେ ଟଙ୍କା ଉକ୍ତ ସ୍କୁଲ ଦେଇଛନ୍ତି।

Advertisment

ଆଜି ପରମାନନ୍ଦ ସାର୍‌ ଭଦ୍ରକ ଜିଲ୍ଲାପାଳଙ୍କୁ ଭେଟି ଏ ସମ୍ପର୍କରେ ଅବଗତ କରାଇଥିଲେ। ପରେ ମୋ’ ସ୍କୁଲ ଅଭିଯାନ ଆକାଉଣ୍ଟରେ ସେହି ଅର୍ଥ ଜମା କରିଛନ୍ତି। ସେହି ଅର୍ଥରେ ସ୍ମାର୍ଟ କ୍ଲାସ୍‌ କରିବାକୁ ପରମାନନ୍ଦ ସାର୍‌ ଅନୁରୋଧ କରିଛନ୍ତି। ପରମାନନ୍ଦ ସାର୍‌ଙ୍କ ଏପରି ପ୍ରୟାସ୍‌କୁ ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି।

ରିପୋର୍ଟ-ଭଦ୍ରକରୁ ପାର୍ଥସାରଥୀ ନାୟକ

Bhadrak News Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe