Advertisment

ଅବସରପ୍ରାପ୍ତ ଶିକ୍ଷକଙ୍କୁ ଥାର୍ଡ ଡିଗ୍ରୀ, ଥାନାରେ ପୂରାଇ ପ୍ରବଳ ପିଟିଲେ!

ମାୟାଧରଙ୍କୁ ତାଙ୍କ ପୁଅ ବିଷୟରେ ପଚାରିଥିଲା ପୁଲିସ୍‌। ମାତ୍ର ପୁଅ କେଉଁଠି ଅଛି ଜାଣିନାହିଁ ବୋଲି ମୟାଧର ଜେନା କହିଥିଲେ। ଏହା ପରେ ପୁଲିସ୍‌ ପଳାଇ ଯାଇଥିଲା। ଆଉ ଗଲା ବେଳେ ତାଙ୍କୁ ଥାନାକୁ ଯିବା ପାଇଁ ପୁଲିସ୍‌ କହି ଯାଇଥିଲା।

ଅଦ୍ୟତନ ହୋଇଛି
Bhadkar

Bhadkar

Advertisment

ଅବସରପ୍ରାପ୍ତ ଶିକ୍ଷକଙ୍କୁ ଥାନାରେ ଥାର୍ଡ ଡିଗ୍ରୀ। ଥାନା ପଛ ପାର୍ଶ୍ୱ ଘରେ ପୂରାଇ ପ୍ରବଳ ପିଟିଲେ। ପୁଅ ଚୋରି କେଶ୍‌ରେ ଫସିଥିବା ସନ୍ଦେହ କରି ବାପାକୁ ପୁଲିସ୍‌ ଏମିତି ଥାର୍ଡ ଡିଗ୍ରୀ ଦେଇଥିବା ଅଭିଯୋଗ ହୋଇଛି। ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ପୁଲିସ୍‌ ବିରୋଧରେ ଆସିଛି ଏପରି ସଙ୍ଗୀନ ଅଭିଯୋଗ। ଏବେ ନ୍ୟାୟ ପାଇଁ ଅବସରପ୍ରାପ୍ତ ଶିକ୍ଷକ ଜଣକ ରାଜ୍ୟ ମାନବାଧିକାର କମିଶନରଙ୍କ ପାଖରେ ଗୁହାରୀ କରିଛନ୍ତି।

Advertisment

ତିହିଡି ଥାନା ଅଞ୍ଚଳରେ ଥିବା ମହିମା ଅଲେଖ ମଠରୁ ଚୋରି ହୋଇଥିଲା। ଏହି ଚୋରିରେ ବାଂଶଡା ଥାନା ନୂଆଗାଁର ଅବସରପ୍ରାପ୍ତ ଶିକ୍ଷକ ମାୟାଧର ଜେନାଙ୍କ ପୁଅ ସମ୍ପୃକ୍ତି ଥିବା ପୁଲିସ୍‌ ସନ୍ଦେହ କରିଥିଲା। ତେଣୁ ମାର୍ଚ୍ଚ ୨ ତାରିଖରେ ପୁଲିସ୍‌ ତାଙ୍କ ଘରେ ପହଞ୍ଚିଥିଲା। ମାୟାଧରଙ୍କୁ ତାଙ୍କ ପୁଅ ବିଷୟରେ ପଚାରିଥିଲା। ମାତ୍ର ପୁଅ କେଉଁଠି ଅଛି ଜାଣିନାହିଁ ବୋଲି ମାୟାଧର ଜେନା କହିଥିଲେ। ଏହା ପରେ ପୁଲିସ୍‌ ପଳାଇ ଯାଇଥିଲା। ଆଉ ଗଲା ବେଳେ ତାଙ୍କୁ ଥାନାକୁ ଯିବା ପାଇଁ ପୁଲିସ୍‌ କହି ଯାଇଥିଲା।

ତା’ପର ଦିନ ମୟାଧର ଥାନାକୁ ଯାଇଥିଲେ। ସେଠାରେ ତାଙ୍କୁ ଜେରା କରାଯାଇଥିଲା। ଆଉ ଜେରା ବେଳେ ୮ ଲକ୍ଷ ଟଙ୍କା ଦିଅ, ନହେଲେ ପୁଅକୁ ଆଣ ବୋଲି ପୁଲିସ୍‌ କହିଥିବା ମାୟାଧର ଅଭିଯୋଗ କହିଛନ୍ତି। ପାଖରେ ଏତେ ଗୋଡ଼ାଏ ଟଙ୍କା ନଥିବାରୁ ଅସହାୟତା ପ୍ରକାଶ କରିଥିଲେ। ମାୟାଧରଙ୍କ କହିବା ଅନୁସାରେ ଥାନା ପଛ ପାର୍ଶ୍ୱରେ ଥିବା ଏକ ଘରେ ତାଙ୍କୁ ପୂରାଇ ଦିଆଯାଇଥିଲା। ପରେ ପ୍ରବଳ ମାଡ଼ ମାରିଥିଲେ। ପାଟିରେ ପାଣି ଦେଉଥିଲେ ଓ ପିଟୁଥିଲେ। ଥାନାର ମାଡ଼ାମ୍‌ ଓ ଅନ୍ୟ ପୁଲିସ୍‌ମାନେ ମୋତେ ପିଟିଥିବା ମାୟାଧର ଅଭିଯୋଗ କରିଛନ୍ତି। ଚିତ୍କାର କରୁଥିଲେ ମଧ୍ୟ ସେମାନେ ଶୁଣିନଥିଲେ ବୋଲି ସେ କହିଛନ୍ତି।

Advertisment

ପୁଲିସ ମାଡ଼ରେ ମାୟାଧରଙ୍କ ଗୋଡ଼ରେ ଜଖମ୍‌ ହୋଇଥିଲା। ପ୍ରବଳ ଯନ୍ତ୍ରଣା ହୋଇଥିଲା। ଚାଲି ପାରୁନଥିଲେ। ଯେଉଁଥିପାଇଁ ପୁଲିସ୍‌ ତାଙ୍କୁ ଛାଡ଼ି ଦେଇଥିଲା। ଏହା ପରେ ସେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକରେ ଏକ ଘରୋଇ ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ଚିକିତ୍ସା ହୋଇ ଘରକୁ ଫେରିବା ବେଳେ ରାଜ୍ୟ ମାନବାଧିକାରଙ୍କ ପାଖରେ ପୁଲିସ୍‌ ବିରୋଧରେ ଏପରି ସଙ୍ଗୀନ ଅଭିଯୋଗ କରିଥିଲେ ମାୟାଧର। ନ୍ୟାୟ ଦେବା ପାଇଁ ଗୁହାରୀ କରିଥିଲେ।

ତେବେ ଏନେଇ ପୁଲିସ୍‌ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ରିପୋର୍ଟ-ଭଦ୍ରକରୁ ପାର୍ଥସାରଥୀ ନାୟକ

Odisha Police Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe