Advertisment

ଡାକ୍ତର ହେବେ ରିକ୍ସା ଚାଳକଙ୍କ ପୁଅ

ଭଦ୍ରକ (ପାର୍ଥ ସାରଥୀ ନାୟକ): ଯଦି କୌଣସି କାମକୁ ନିଷ୍ଠାର ସହ କରାଯାଏ, ତାହେଲେ ସେଥିରେ ନିଶ୍ଚୟ ସଫଳତା ମିଳିବ। ଆଉ ଏହା କରି ଦେଖାଇଛନ୍ତି ଭଦ୍ରକ ସହରର ପୁରୁଣା ବଜାର କାଜି ମହଲାରେ ରହୁଥିବା ଜଣେ ରିକ୍ସା ଚାଳକଙ୍କ ପୁଅ। ମୈରାଜ ଖାନ ନାମକ ଜଣେ ଗରିବ ରିକ୍ସା ଚାଳକଙ୍କର ପୁଅ ହେଉଛନ୍ତି ମୁର୍ଶିଦ ଖାନ୍। ମୁର୍ଶିଦ ଚଳିତ ବର୍ଷ ନିଟ୍ ପରୀକ୍ଷାରେ କୃତ କାର୍ଯ୍ୟ ହୋଇ ସରକାରୀ ମେଡିକାଲ କଲେଜରେ ଡାକ୍ତରୀ ପଢିବାକୁ ଯୋଗ୍ୟ […]

ଡାକ୍ତର ହେବେ ରିକ୍ସା ଚାଳକଙ୍କ ପୁଅ

murshid1

Advertisment

ଭଦ୍ରକ (ପାର୍ଥ ସାରଥୀ ନାୟକ): ଯଦି କୌଣସି କାମକୁ ନିଷ୍ଠାର ସହ କରାଯାଏ, ତାହେଲେ ସେଥିରେ ନିଶ୍ଚୟ ସଫଳତା ମିଳିବ। ଆଉ ଏହା କରି ଦେଖାଇଛନ୍ତି ଭଦ୍ରକ ସହରର ପୁରୁଣା ବଜାର କାଜି ମହଲାରେ ରହୁଥିବା ଜଣେ ରିକ୍ସା ଚାଳକଙ୍କ ପୁଅ। ମୈରାଜ ଖାନ ନାମକ ଜଣେ ଗରିବ ରିକ୍ସା ଚାଳକଙ୍କର ପୁଅ ହେଉଛନ୍ତି ମୁର୍ଶିଦ ଖାନ୍। ମୁର୍ଶିଦ ଚଳିତ ବର୍ଷ ନିଟ୍ ପରୀକ୍ଷାରେ କୃତ କାର୍ଯ୍ୟ ହୋଇ ସରକାରୀ ମେଡିକାଲ କଲେଜରେ ଡାକ୍ତରୀ ପଢିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଯାହାକୁ ନେଇ ପରିବାର ଲୋକେ ସମସ୍ତ ବେଶ ଖୁସି ଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଆନନ୍ଦ ଖେଳିଯାଇଛି।

Advertisment

ରିକ୍ସା ଚାଳକ ଭାବେ ମୈରାଜ ଖାନ ଯାହା ରୋଜଗାର କରନ୍ତି। ସେଥିରେ ସେ ତାଙ୍କର ୪ ଜଣ ପୁଅ ଓ ଦୁଇ ଜଣ ଝିଅଙ୍କୁ ପାଠ ପଢାଇବା ସହିତ ବହୁ କଷ୍ଟରେ ପରିବାର ଚଳାନ୍ତି। ତେବେ ୨୦୦୭ ମସିହାରେ ଏକ ଦୁର୍ଘଟଣାର ଶିକାର ହେବା ପରେ ସେ ଆଉ ରିକ୍ସା ଚଳାଇ ପାରିଲେ ନାହିଁ। ଠିକ୍ ଏତିକି ବେଳେ ତାଙ୍କ ବଡ଼ ପୁଅ ରିଆଜ ଉଦିନ ଖାନ ପରିବାରର ବୋଝ ନିଜେ ଉଠାଇ ଭାଇମାନଙ୍କୁ ପାଠ ପଢ଼ାଇଲେ।

[caption id="attachment_689733" align="alignnone" width="650"]publive-image ସମ୍ବର୍ଦ୍ଧିତ ହେଉଛନ୍ତି ମୁର୍ଶିଦ୍ ଖାନ୍[/caption]

Advertisment

ପିଲାଟି ଦିନରୁ ମେଧାବୀ ଛାତ୍ର ରହିଆସିଥିବା ମୁର୍ଶିଦଙ୍କ ଉଚ୍ଚ ଶିକ୍ଷା ପାଇଁ ଅର୍ଥ ପ୍ରତିବନ୍ଧକ ସାଜିଥିଲା। ଯେଉଁ କାରଣରୁ ସେ ଭଦ୍ରକ କଲେଜରେ +୨ ବିଜ୍ଞାନରେ ପାସ କରିବା ପରେ ବାରମ୍ବାର ଡାକ୍ତରୀ ପଢିବା ପାଇଁ ଏଣ୍ଟ୍ରାନ୍ସ ଦେଲେ। ବିଫଳ ହେବା ସତ୍ତ୍ୱେ ସେ ପ୍ରଚେଷ୍ଟା ଜାରି ରଖିଥିଲେ। ତେବେ ସାଙ୍ଗମାନଙ୍କ ସହ କେତେକ ପତ୍ର ପତ୍ରିକାରୁ ଜିନ୍ଦେଗୀ ଫାଉଣ୍ଡେସନ ବିଷୟରେ ଜାଣି ସେମାନଙ୍କ ସହ ଯୋଗାଯୋଗ କରିଥିଲେ। ପରେ ସେହି ଫାଉଣ୍ଡେସନ ମୁର୍ଶିଦ ଖାନଙ୍କ ଆଗ୍ରହ ଓ ଜ୍ଞାନକୁ ତର୍ଜମା କରି ତାଙ୍କୁ କୋଚିଂ ସେଣ୍ଟରରେ ରଖି ପଢାଇ ଥିଲେ। ଶେଷରେ ମୁର୍ଶିଦ ନିଟ୍ ପରୀକ୍ଷାରେ ୬୦୯ ନମ୍ବର କୃତକାର୍ଯ୍ୟ ହେବା ସହ ସର୍ବଭାରତୀୟ ସ୍ତରରେ ୧୫, ୨୩୯ ରାଙ୍କ ହାସଲ କରି ସରକାରୀ ମେଡିକାଲ କଲେଜରେ ଡାକ୍ତରୀ ପଢିବା ପାଇଁ ମନୋନୀତ ହୋଇଛନ୍ତି। ତେବେ ଆଗକୁ ଡାକ୍ତରୀ ପଢ଼ି ଜଣେ ଭଲ ଡାକ୍ତର ହେବାକୁ ମୁର୍ଶିଦ ଲକ୍ଷ ରଖିଥିବା କହିଛନ୍ତି।

ମୁର୍ଶିଦଙ୍କ ଏଭଳି ଉପଲବ୍ଧି ପାଇଁ ସ୍ଥାନୀୟ ଅଞ୍ଚଳବାସୀ ବେଶ୍ ଖୁସିଥିବା ବେଳେ ତାଙ୍କର ଏଭଳି କାର୍ଯ୍ୟ ପାଇଁ ତାଙ୍କୁ ସମ୍ମାନିତ ମଧ୍ୟ କରିଛନ୍ତି। ବାପା ଓ ମାଆ ଅଶିକ୍ଷିତ ହୋଇ ମଧ୍ୟ ପୁଅର ପାଠ ପଢ଼ାରେ କୌଣସି ପ୍ରକାର ବାଧା ନ ଉପୁଜାଇ ତାକୁ ପଢିବାକୁ ସୁଯୋଗ ଦେଇଥିଲେ। ମ୍ୟାଟ୍ରିକ ପରୀକ୍ଷାରେ ଭଲ ନମ୍ବର ରଖି ପାସ କରିବା ପରେ ତାଙ୍କ ପ୍ରତି ପରିବାର ଲୋକଙ୍କ ଆଶା ଓ ଆକାଂକ୍ଷା ବଢିଥିଲା। ମୁର୍ଶିଦ ମଧ୍ୟ ନିଜ ପରିବାର ଲୋକଙ୍କ ପରିଶ୍ରମକୁ ସମ୍ମାନ ଜଣାଇ ପରିଶ୍ରମ କରି ଚାଲିଥିଲେ। ତାହା ଆଜି ତାଙ୍କ ପରୀକ୍ଷା ଫଳାଫଳରୁ ସ୍ପଷ୍ଟ ବାରି ହେଉଛି। ଆଗାକୁ ନିଜ ଅଞ୍ଚଳର ଲୋକଙ୍କ ସେବା କରିବେ ବୋଲି ମୁର୍ଶିଦ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe