Advertisment

ବିଧାୟକଙ୍କ ଡାକରା ପାଇ ଡାକବଙ୍ଗଳା ଯାଇଥିଲେ ଯନ୍ତ୍ରୀ; ଖାଇଲେ ଗୋଇଠା ଓ ବିଧା!

କାମର ବିଲ୍‌ ବାବଦରେ ଆଲୋଚନା ହୋଇଥିଲା। ସେହି ସମୟରେ ସ୍ଥାନୀୟ ସରପଞ୍ଚ ଓ ଜଣେ ସମିତି ସଭ୍ୟଙ୍କ ସ୍ୱାମୀ ତାଙ୍କୁ ଗୋଇଠା ଓ ବିଧା ମାରିଥିଲେ।

ଅଦ୍ୟତନ ହୋଇଛି
JE

JE

Advertisment

ବିଧାୟକଙ୍କ ଡାକରା ପାଇ ଡାକବଙ୍ଗଳା ଯାଇଥିଲେ କନିଷ୍ଠ ଯନ୍ତ୍ରୀ। ଖାଇଲେ ଗୋଇଠା ବିଧା! ଏପରି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଧାମନଗରରୁ। ଏନେଇ କନିଷ୍ଠ ଯନ୍ତ୍ରୀ ଥାନାରେ ଅଭିଯୋଗ କରିଛି। ସେପଟେ ଯନ୍ତ୍ରୀଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ। ସେ ଜଣେ ମହିଳାଙ୍କୁ ଅସଦାଚରଣ କରିଥିବା ଗାଁ ଲୋକେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Advertisment

ଅଭିଯୋଗରୁ ପ୍ରକାଶ, ଧାମନଗର ବ୍ଲକ୍‌ ଦୋବଲ ପଞ୍ଚାୟତର କନିଷ୍ଠ ଯନ୍ତ୍ରୀ ନରେନ୍ଦ୍ର ମଲ୍ଲିକଙ୍କୁ ଡାକିଥିଲେ ସ୍ଥାନୀୟ ବିଧାୟକ ସୂର୍ଯ୍ୟବଂଶୀ ସୁରଜ। ଡାକରା ପାଇ ଶ୍ରୀ ମଲ୍ଲିକ ଡାକ ବଙ୍ଗଳାରେ ପହଞ୍ଚି ଥିଲେ। ସେଠାରେ ଏକ କାମର ବିଲ୍‌ ବାବଦରେ ଆଲୋଚନା ହୋଇଥିଲା। ସେହି ସମୟରେ ସ୍ଥାନୀୟ ସରପଞ୍ଚ ଓ ଜଣେ ସମିତି ସଭ୍ୟଙ୍କ ସ୍ୱାମୀ ତାଙ୍କୁ ଗୋଇଠା ଓ ବିଧା ମାରିଥିଲେ। ସେତେବେଳେ ସେଠାରେ ବିଧାୟକ ଉପସ୍ଥିତ ବୋଲି ଶ୍ରୀ ମଲ୍ଲିକ ଅଭିଯୋଗ କରିଛନ୍ତି। ପରେ କନିଷ୍ଠ ଯନ୍ତ୍ରୀ ଶ୍ରୀ ମଲ୍ଲିକ ଏନେଇ ଧାମନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଯେଉଁମାନେ ମାଡ଼ ମାରିଛନ୍ତି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଶ୍ରୀ ମଲ୍ଲିକ ଦାବି କରିଛନ୍ତି।

କନିଷ୍ଠ ଯନ୍ତ୍ରୀଙ୍କ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ। ସେ କହିଛନ୍ତି, ଘଟଣା ସମ୍ପୂର୍ଣ୍ଣ ମିଛ। ପୁଲିସ ଘଟଣାର ତଦନ୍ତ କରୁଛି। ତେଣୁ ସେ ବିଷୟରେ କିଛି କହିବା ଉଚିତ ଭାବୁନାହିଁ। ଏହାକୁ ରାଜନୈତିକ ଉଦ୍ଦେଶ୍ୟରେ ଭିନ୍ନ ରଙ୍ଗ ଦିଆଯାଉଛି। କିନ୍ତୁ ପୁଲିସ ତଦନ୍ତ କରି ସତ ଓ ମିଛ ସାମ୍ନାକୁ ଆସିବ ବୋଲି ବିଧାୟକ କହିଛନ୍ତି।

Advertisment

ସେପଟେ କନିଷ୍ଠ ଯନ୍ତ୍ରୀଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ। ସେ ଜଣେ ମହିଳାଙ୍କୁ ଅସଦାଚରଣ କରିଥିବା ନେଇ ଧାମନଗର ଥାନାରେ ଗାଁ ଲୋକେ ଲିଖିତ ଅଭିଯୋଗ କରିଛନ୍ତି। ଏତଲାରେ ଦର୍ଶା ଯାଇଛି, କନିଷ୍ଠ ଯନ୍ତ୍ରୀ ଶ୍ରୀ ମଲ୍ଲିକ ଶୁକ୍ରବାର ଏକ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ତଦାରଖ କରିବାକୁ ଯାଇଥିଲେ। ସେହି ସମୟରେ ସେ ମହିଳାଙ୍କୁ ଟଣାଓଟରା କରିଥିବା ଏଫ୍‌ଆଇଆର୍‌ରେ ଉଲ୍ଲେଖ ରହିଛି।

ଅନ୍ୟପକ୍ଷରେ ଯନ୍ତ୍ରୀ ସଂଘ ତରଫରୁ ଭଦ୍ରକ ଏସ୍‌ପି ଓ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରାଯାଇଛି।

ରିପୋର୍ଟ-ଭଦ୍ରକରୁ ପାର୍ଥସାରଥୀ ନାୟକ

Bhadrak News Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe