Advertisment

ଅଧା ବାଟରେ ଓଲଟି ପଡ଼ିଲା ସ୍କୁଲ ଅଟୋ, ଛାତ୍ରୀ ମୃତ

ବାସୁଦେବପୁରରେ ଥିବା ଏକ ଇଂଲିଶ ମିଡ଼ିୟମ୍‌ ସ୍କୁଲରେ ପଢ଼ୁଥିବା ୭ରୁ ୮ ଜଣ ଛାତ୍ରଛାତ୍ରୀମାନେ ଅଟୋରେ ଘରକୁ ଫେରୁଥିଲେ। ତେବେ ମଣ୍ଡାରି ଛକ ନିକଟରେ ଭାରସାମ୍ୟ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

author-image
Manoranjan Sial
ଅଦ୍ୟତନ ହୋଇଛି
Bhadrak

Bhadrak

ସ୍କୁଲ ଛୁଟି ପରେ ଛାତ୍ରଛାତ୍ରୀଙ୍କୁ ଧରି ଫେରୁଥିବା ଅଟୋ ଭାରସାମ୍ୟ ହରାଇ ଓଲଟି ପଡ଼ିଲା। ଫଳରେ ଅଟୋ ତଳେ ଚାପି ହୋଇ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଗୁରୁତର ଆହତ ହୋଇଛନ୍ତି। ଆଜି ଅପରାହ୍ନରେ ଭଦ୍ରକ ଜିଲ୍ଲା ବାସୁଦେବାପୁରରେ ଘଟିଛି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।

Advertisment

ବାସୁଦେବପୁରରେ ଥିବା ଏକ ଇଂଲିଶ ମିଡ଼ିୟମ୍‌ ସ୍କୁଲରେ ପଢ଼ୁଥିବା ୭ରୁ ୮ ଜଣ ଛାତ୍ରଛାତ୍ରୀମାନେ ଅଟୋରେ ଘରକୁ ଫେରୁଥିଲେ। ତେବେ ମଣ୍ଡାରି ଛକ ନିକଟରେ ଭାରସାମ୍ୟ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକେ ଅଟୋ ତଳେ ଚାପି ହୋଇଥିବା ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ବାସୁଦେବପୁର ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ହନି ରାଉଳ ନାମକ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ଦୁଇ ଜଣ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗ ଜନକ ରହିଥିବା ଜଣାପଡ଼ିଛି।

Accident Roadaccident Bhadrak News Bhadrak