Advertisment

ପଞ୍ଚାୟତ ସମିତି ବୈଠକରେ ଭାଙ୍ଗିଲା ଶଙ୍ଖା, ଉଡ଼ିଲା କାଗଜପତ୍ର

ମାହିଳାଙ୍କ ଭିତରେ ହୋଇଥିଲା ଠେଲା ପେଲା ଓ ଧସ୍ତାଧସ୍ତି। ସଭା ଗୃହ ଭିତରେ ଉଡ଼ିଥିଲା ଆଲୋଚନା ବିବରଣୀ ସମ୍ପର୍କିତ ସମସ୍ତ କାଗଜପତ୍ର। ଠେଲାପେଲା ଭିତରେ ମହିଳାଙ୍କ ଶଙ୍ଖା ଭାଙ୍ଗିଥିବା ଦେଖିବାକୁ ମିଳିଛି।

ଅଦ୍ୟତନ ହୋଇଛି
Bhadrak

Bhadrak

Advertisment

ପଞ୍ଚାୟତ ସମିତି ବୈଠକରେ ଠେଲାପେଲା। ଉଡ଼ିଲା କାଗଜପତ୍ର, ଭାଙ୍ଗିଲା ଶଙ୍ଖା। ବିଧାୟକ, ବିଡିଓ ଓ ବ୍ଲକ ଅଧ୍ୟକ୍ଷାଙ୍କ ଉପସ୍ଥିତିରେ ଦୀର୍ଘ ସମୟ ଧରି ହୋଇଥିଲା ହୋ-ହଲ୍ଲା ଓ ଠେଲାପେଲା। ଆଜି ଏପରି ଚିତ୍ର ଆସିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରୁ।

Advertisment

ଆଜି ଧାମନଗର ବ୍ଲକ୍‌ ଚତୁର୍ଥ ପଞ୍ଚାୟତ ସମିତି ବୈଠକ ବସିଥିଲା। ଏଥିରେ ବିଡିଓ, ବିଧାୟକ ସୂର୍ଯ୍ୟବଂଶୀ ସୂରଜ, ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ବେହେରା, ସମସ୍ତ ସରପଞ୍ଚ ଓ ସମିତି ସଭ୍ୟମାନେ ଯୋଗଦେଇଥିଲେ। ବୈଠକ ଆରମ୍ଭରେ ବ୍ଲକ୍‌ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଦୁର୍ନୀତି ନେଇ ଆଲୋଚନା କରିବାକୁ ଗୋଟିଏ ଗୋଷ୍ଠୀ ଚାହିଁ ଥିଲେ। ମାତ୍ର ତାଙ୍କୁ ବିପକ୍ଷ ଗୋଷ୍ଠୀ ବିରୋଧ କରିଥିଲେ। ଏହାକୁ ନେଇ ଆରମ୍ଭ ହୋଇଥିଲା ଖଣ୍ଡ ଯୁଦ୍ଧ।

ବିଶେଷକରି ମାହିଳାଙ୍କ ଭିତରେ ହୋଇଥିଲା ଠେଲା ପେଲା ଓ ଧସ୍ତାଧସ୍ତି। ସଭା ଗୃହ ଭିତରେ ଉଡ଼ିଥିଲା ଆଲୋଚନା ବିବରଣୀ ସମ୍ପର୍କିତ ସମସ୍ତ କାଗଜପତ୍ର। ଠେଲାପେଲା ଭିତରେ ମହିଳାଙ୍କ ଶଙ୍ଖା ଭାଙ୍ଗିଥିବା ଦେଖିବାକୁ ମିଳିଛି। କହିବାକୁ ଗଲେ ସଭାଗୃହ ଏକ ପ୍ରକାର ରଣକ୍ଷେତ୍ରରେ ପରିଣତ ହୋଇଥିଲା। ପରେ ପୁଲିସ୍‌ ହସ୍ତକ୍ଷେପ କରିବାରୁ ପରିବେଶ ଶାନ୍ତ ହୋଇଥିଲା। ତା’ପରେ ଗୋଟିଏ ଗୋଷ୍ଠୀଙ୍କୁ ନେଇ ବୈଠକ ହୋଇଥିଲା ଓ ଏଜେଣ୍ଡା ଗୁଡ଼ିକୁ ଗୃହିତ କରାଯାଇଥିବା ଜଣାପଡ଼ିଛି।

Advertisment
Bhadrakଗଣ୍ଡଗୋଳ ପରେ ସଭା ଗୃହରେ କାଗଜପତ୍ର ଓ ଭାଙ୍ଗିଥିବା ଚୁଡି ପଡ଼ିଛି

ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ବେହେରା କହିଛନ୍ତି, ଆଜି ଠିକ୍‌ ସମୟରେ ବୈଠକ ଆରମ୍ଭ ହୋଇଥିଲା। ବିଧାୟକ ଆସିବାର କିଛି ସମୟ ପରେ ଗୃହ ଭିତରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ଏହି ଗଣ୍ଡଗୋଳ ବିଧାୟକଙ୍କ ଇଙ୍ଗତରେ ହୋଇଥିଲା। ପରେ ଏଜେଣ୍ଡା ଗୁଡ଼ିକ ପଠନ କରାଯାଇ ଗୃହିତ କରାଗଲା ବୋଲି ଶର୍ମିଷ୍ଠା କହିଛନ୍ତି।

ସେ ଆହୁରି କହିଛନ୍ତି, ଆବାସ ଯୋଜନାକୁ ନେଇ ଆଜି ହଟ୍ଟଗୋଳ ହୋଇଥିଲା। ଏଠାରେ କହି ରଖିବାକୁ ଚାହେଁ, ଆବାସ ଯୋଜନାରେ ରାଜ୍ୟ ସରକାରଙ୍କ କୌଣସି ହାତ ନାହିଁ। କେନ୍ଦ୍ର ସରକାରଙ୍କ ଭୁଲ ପାଇଁ ଗଣ୍ଡଗୋଳ ହେଉଛି। ଓଡ଼ିଶା ସରକାର ବିକାଶ କରୁଛନ୍ତି ଓ ଆଗକୁ କରିବେ ବୋଲି ଶର୍ମିଷ୍ଠା ବେହେରା କହିଛନ୍ତି।

ବ୍ଲକ ଅଧ୍ୟକ୍ଷାଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ। ସେ କହିଛନ୍ତି, ଗଣ୍ଡଗୋଳ ଘଟିଥିବା ଗୃହରେ ସିସିଟିଭି ଲାଗିଛି। ସିସିଟିଭି ଫୁଟେଜ୍‌ରେ ସବୁ ଗଣ୍ଡଗୋଳର ଦୃଶ୍ୟ ରହିଛି। ମୁଁ କାହାକୁ ଇଙ୍ଗିତ କରିନାହିଁ। ଅତି ଅସ୍ୱାସ୍ଥ୍ୟକର ପରିବେଶରେ ସଭାକୁ ସଞ୍ଚାଳନ କରାଯାଇଛି। ବିଡିଓ ଦୁଇ ପକ୍ଷଙ୍କୁ ଡାକି ଆଲୋଚନା କରି ଆଉଥରେ ବୈଠକ କରିଥିଲେ ଭଲ ହୋଇଥାଆନ୍ତା। ତେଣୁ କିଏ କ’ଣ ଅଭିଯୋଗ କରିବ, ତାହା ଉପରେ ମୋର ମତାମତ ଦେବାର ନାହିଁ ବୋଲି ସୂରଜ କହିଛନ୍ତି।

ଗଣ୍ଡଗୋଳକୁ ନେଇ ସୂର୍ଯ୍ୟବଂଶୀ କହିଛନ୍ତି, କୌଣସି ଘଟଣା ଉପରେ କିଛି ପ୍ରତିନିଧି ଆଲୋଚନା କରିବାକୁ ଚାହୁଁଥିଲେ। ଆଉ ଗୋଟିଏ ଗୋଷ୍ଠୀ ଏହାକୁ ବିରୋଧ କରିଥିଲେ। ଯେଉଁଥିପାଇଁ ଠେଲାପେଲା ହୋଇଥିଲା। ମୋର କହିବାର କଥା ଆଲୋଚନା ହୋଇଥିଲେ ଅସୁବିଧା କଣ ହୋଇଥାଆନ୍ତା ବୋଲି ପ୍ରଶ୍ନ କରିଛନ୍ତି ସୂର୍ଯ୍ୟବଂଶୀ।

ରିପୋର୍ଟ- ଭଦ୍ରକରୁ ପାର୍ଥସାରଥୀ ନାୟକ

BjD State Bjp Bhadrak News Bhadrak Suryabanshi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe