ଇଣ୍ଡିଆ ବୁକ୍ ରେକର୍ଡ଼ରେ ସ୍ଥାନ ପାଇଲେ ନବମ ଶ୍ରେଣୀର ଛାତ୍ର ଶୁଭମ୍

ଚାନ୍ଦବାଲି (ବାସୁଦେବ ଦାସ ): ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଖେରଙ୍ଗ ପଞ୍ଚାୟତ ରାଉତ ସାହି ଗାଁର ନବମ ଶ୍ରେଣୀର ଛାତ୍ର ଛୋଟ ଭେକ୍ୟୁମ୍ ତିଆରି କରି ଇଣ୍ଡିଆ ବୁକ୍ ଅଫ୍ ରେକଡ଼ର୍ ଅଧିକାରୀ ହୋଇଛନ୍ତି । ଶୁଭମ୍ ସଫଳତା ପାଇଁ ପରିବାର ଲୋକ ବେସ୍ ଖୁସିଥିବା ବେଳେ ସେ ଜିଲ୍ଲା ଓ ନିଜ ଅଞ୍ଚଳର ସୁମାମ୍ ବଢାଇଛନ୍ତି । ଶୁଭମ୍ ବାସୁଦେବପୁର ନବୋଦୟ ବିଦ୍ୟାଳୟରେ ନବମ ଶ୍ରେଣୀରେ ପାଠ ପଢ଼ନ୍ତି। ସେ ପାଠ ସହିତ ବିଭିନ୍ନ […]

70

Tapas Behera
  • Published: Thursday, 01 July 2021
  • , Updated: 01 July 2021, 04:04 PM IST

ଚାନ୍ଦବାଲି (ବାସୁଦେବ ଦାସ ): ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଖେରଙ୍ଗ ପଞ୍ଚାୟତ ରାଉତ ସାହି ଗାଁର ନବମ ଶ୍ରେଣୀର ଛାତ୍ର ଛୋଟ ଭେକ୍ୟୁମ୍ ତିଆରି କରି ଇଣ୍ଡିଆ ବୁକ୍ ଅଫ୍ ରେକଡ଼ର୍ ଅଧିକାରୀ ହୋଇଛନ୍ତି । ଶୁଭମ୍ ସଫଳତା ପାଇଁ ପରିବାର ଲୋକ ବେସ୍ ଖୁସିଥିବା ବେଳେ ସେ ଜିଲ୍ଲା ଓ ନିଜ ଅଞ୍ଚଳର ସୁମାମ୍ ବଢାଇଛନ୍ତି । ଶୁଭମ୍ ବାସୁଦେବପୁର ନବୋଦୟ ବିଦ୍ୟାଳୟରେ ନବମ ଶ୍ରେଣୀରେ ପାଠ ପଢ଼ନ୍ତି। ସେ ପାଠ ସହିତ ବିଭିନ୍ନ ପ୍ରକାର ଜିନିଷ ତିଆରିକରିବା ତାଙ୍କର ନିଶା ।

ଏହି ଇଣ୍ଡିଆ ବୁକ୍ ରେକର୍ଡ ପାଇବା ପାଇଁ ସେ ଅନଲାଇନ ରେ ଆବେଦନ କରିଥିଲେ । ଇଣ୍ଡିଆ ବୁକ୍ ଅଫ୍‌ ରେକର୍ଡ ତରଫରୁ  ଭୁବନେଶ୍ୱର ଓ ପରେ ଘରେ ବସି ଲାଇଭି ରେ ଶୁଭମ୍ ତିଆରି କରିଥିଲେ ସବୁଠାରୁ ଛୋଟ ଛୋଟ ଭେକ୍ୟୁମ କ୍ଲିନର  ।

ଯାହାର ଲମ୍ବ 1.21 ସେଣ୍ଟିମିଟର।  ତାହା ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ଚୟନ ହେବାପରେ ତାଙ୍କୁ ପଦକ ଓ ସାର୍ଟିଫିକେଟ ପ୍ରଦାନ କରାଯାଇଛି । ଏହାକୁ ନେଇ ବେଶ୍ ଖୁସି ଅଛନ୍ତି ଶୁଭମ୍ । ଆଦରକାରି ମୋବାଇଲ ମୋଟର ଓ ଅନ୍ୟାନ୍ୟ ଛୋଟ ଛୋଟ ଅଦରକାରି ଜିନିଷକୁ ନେଇ ଏହି ଛୋଟ ଭେକ୍ୟୁମ କ୍ଲିନର ତିଆରି କରିଛନ୍ତି । ଗରିବ ଘରର ଶୁଭମର ଏପ୍ରକାର କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।

Related story