Vigilance
ଧାନ କିଣିବା ପାଇଁ ଚାଷୀଙ୍କଠାରୁ ଲାଞ୍ଚ ନେଇ ଧରାପଡ଼ିଲେ ସମବାୟ ସମ୍ପାଦକ। ଭିଜିଲାନ୍ସ ଲାଞ୍ଚ ଟଙ୍କା ଜବତ କରିବା ସହିତ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି। ଆଜି ଭଦ୍ରକ ଜିଲ୍ଲାରୁ ଆସିଛି ଏପରି ଖବର।
ଚଣ୍ଡୀଗାଁର ଚାଷୀ ଶ୍ରୀଧର ସାମଲ ନିଜର ୨୪୦ କ୍ୱିଟାଲ୍ ଧାନ ବିକ୍ରି ପାଇଁ ଟୋକନ ପାଇଥିଲେ। ଆଇ ସ୍କାନ ପାଇଁ ସମବାୟ ସମିତିକୁ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ସମ୍ପାଦକ ତପନ ନାୟକଙ୍କୁ ଭେଟିଥିଲେ। ପ୍ରଥମେ ସମ୍ପାଦକ ମହାଶୟ ୯,୬୦୦ ଟଙ୍କା ମାଗିଥିଲେ। ଏଥିରେ କିନ୍ତୁ ଶ୍ରୀଧର ରାଜି ହୋଇନଥିଲେ। ପରେ ସେ ଭିଜିଲାନ୍ସରେ ଅଭିଯୋଗ କରିଥିଲେ।
ଯୋଜନା ମୁତାବକ ଶ୍ରୀଧର ଆଜି ସନ୍ଧ୍ୟା ବେଳେ ସମ୍ପାଦକଙ୍କୁ ତାଙ୍କ ଘର ସମ୍ମୁଖରେ ଭେଟିଥିଲେ। ପରେ ଲାଞ୍ଚ ଟଙ୍କା ଦେଉଥିବା ବେଳେ ସାଦା ପୋଷାକରେ ସେଠାରେ ଉପସ୍ଥିତ ଥିବା ୭ ଜଣିଆ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ମାଡ଼ି ବସିଥିଲେ। ଏପରିକି ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଛି।
ତେବେ ଏନେ ଭିଜିଲାନ୍ସ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି।
ରିପୋର୍ଟ-ଭଦ୍ରକରୁ ପାର୍ଥସାରଥୀ ନାୟକ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Vigilance_1678724000.jpg)