ଭଦ୍ରକ(ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲା ଧାମନଗର ଅର୍ଜୁନପୁର ପଞ୍ଚାୟତରେ ନିର୍ବାଚନୀ ହିଂସା। କେଉଁଠି ଦୁର୍ବୃତ୍ତମାନେ ଏଜେଣ୍ଟକୁ ମାରି ବୁଥରୁ ବାହାର କରି ଦେଲେ ତ ଆଉ କେଉଁଠି ବୁଥରେ ରିଗିଂ ହୋଇଥିବା ଅଭିଯୋଗ ହୋଇଛି। ଏଥିସହ ଦୁଇ ଗୋଷ୍ଠୀ ପିଟାପିଟି ହୋଇଥିବା ଜଣାପଡିଛି।
୩, ୪ ଓ ୮ ନମ୍ବର ବୁଥର ଏଜେଣ୍ଟଙ୍କୁ ଦୁର୍ବୃତ୍ତମାନେ ମାଡ଼ ମାରି ବାହାର କରି ଦେଇଥିବା ବେଳେ ୬ ଓ ୭ ନମ୍ବର ବୁଥରେ ରିଗିଂ କରିଥିବା ଅଭିଯୋଗ ହୋଇଛି। ପୁଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବାପରେ ପୁଣି ଭୋଟ ଦେଇଥିଲେ ଲୋକେ।
୪ ନମ୍ବର ବୁଥର ଏଜେଣ୍ଟ ଅମର ବିଶ୍ୱାଳ କହିଛନ୍ତି, ମୋତେ ମାଡ଼ ମାରି ମୋ ମୁହଁକୁ ଫୁଲାଇ ଦେଇଛନ୍ତି। ମୋତେ ବନ୍ଧୁକ ଓ ଖଣ୍ଡା ଦେଖାଇ ଏଠୁ ପଳାଇ ଯିବାକୁ କହିଥିଲେ। ମୋତେ ହାଣିକି ଫୋପାଡି ଦେବେ ବୋଲି ଧମକ ଦେଇଥିଲେ। ତୁ ବୁଥ୍ରୁ ପଳା, ଆମେ ବୁଥ୍ କବ୍ଜା କରିବୁ ବୋଲି ସେମାନେ ମୋତେ କହିଥିଲେ।
୩ ନମ୍ବର ବୁଥର ଏଜେଣ୍ଟ କହିଛନ୍ତି, ବୁଥକୁ କିଛି ଲୋକ ଆସି ମୋତେ ମାଡ ମାରିଥିଲେ ଓ ଖଣ୍ଡା ଦେଖାଇ ଭୟଭୀତ କରିଥିଲେ। ମୁଁ ମାଡ ଭୟରେ ବୁଥ୍ ଛାଡି ପଳାଇ ଆସିଲି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।