Advertisment

ଭୋଟ୍‌ ବେଳେ ବୁଲିଲା ଖଣ୍ଡା

ଭଦ୍ରକ(ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲା ଧାମନଗର ଅର୍ଜୁନପୁର ପଞ୍ଚାୟତରେ ନିର୍ବାଚନୀ ହିଂସା। କେଉଁଠି ଦୁର୍ବୃତ୍ତମାନେ ଏଜେଣ୍ଟକୁ ମାରି ବୁଥରୁ ବାହାର କରି ଦେଲେ ତ ଆଉ କେଉଁଠି ବୁଥରେ ରିଗିଂ ହୋଇଥିବା ଅଭିଯୋଗ ହୋଇଛି। ଏଥିସହ ଦୁଇ ଗୋଷ୍ଠୀ ପିଟାପିଟି ହୋଇଥିବା ଜଣାପଡିଛି। ୩, ୪ ଓ ୮ ନମ୍ବର ବୁଥର ଏଜେଣ୍ଟଙ୍କୁ ଦୁର୍ବୃତ୍ତମାନେ ମାଡ଼ ମାରି ବାହାର କରି ଦେଇଥିବା ବେଳେ ୬ ଓ ୭ ନମ୍ବର ବୁଥରେ ରିଗିଂ କରିଥିବା ଅଭିଯୋଗ ହୋଇଛି। […]

ଅଦ୍ୟତନ ହୋଇଛି
ଭୋଟ୍‌ ବେଳେ ବୁଲିଲା ଖଣ୍ଡା

Bhadrak

Advertisment

ଭଦ୍ରକ(ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲା ଧାମନଗର ଅର୍ଜୁନପୁର ପଞ୍ଚାୟତରେ ନିର୍ବାଚନୀ ହିଂସା। କେଉଁଠି ଦୁର୍ବୃତ୍ତମାନେ ଏଜେଣ୍ଟକୁ ମାରି ବୁଥରୁ ବାହାର କରି ଦେଲେ ତ ଆଉ କେଉଁଠି ବୁଥରେ ରିଗିଂ ହୋଇଥିବା ଅଭିଯୋଗ ହୋଇଛି। ଏଥିସହ ଦୁଇ ଗୋଷ୍ଠୀ ପିଟାପିଟି ହୋଇଥିବା ଜଣାପଡିଛି।

Advertisment

୩, ୪ ଓ ୮ ନମ୍ବର ବୁଥର ଏଜେଣ୍ଟଙ୍କୁ ଦୁର୍ବୃତ୍ତମାନେ ମାଡ଼ ମାରି ବାହାର କରି ଦେଇଥିବା ବେଳେ ୬ ଓ ୭ ନମ୍ବର ବୁଥରେ ରିଗିଂ କରିଥିବା ଅଭିଯୋଗ ହୋଇଛି। ପୁଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବାପରେ  ପୁଣି ଭୋଟ  ଦେଇଥିଲେ ଲୋକେ।

୪ ନମ୍ବର ବୁଥର ଏଜେଣ୍ଟ ଅମର ବିଶ୍ୱାଳ  କହିଛନ୍ତି, ମୋତେ ମାଡ଼ ମାରି  ମୋ ମୁହଁକୁ ଫୁଲାଇ ଦେଇଛନ୍ତି।  ମୋତେ ବନ୍ଧୁକ ଓ ଖଣ୍ଡା ଦେଖାଇ ଏଠୁ ପଳାଇ ଯିବାକୁ  କହିଥିଲେ। ମୋତେ ହାଣିକି ଫୋପାଡି  ଦେବେ ବୋଲି  ଧମକ ଦେଇଥିଲେ।  ତୁ ବୁଥ୍‌ରୁ ପଳା, ଆମେ ବୁଥ୍‌ କବ୍ଜା କରିବୁ ବୋଲି  ସେମାନେ ମୋତେ  କହିଥିଲେ।

Advertisment

୩ ନମ୍ବର ବୁଥର ଏଜେଣ୍ଟ  କହିଛନ୍ତି,  ବୁଥକୁ କିଛି ଲୋକ ଆସି ମୋତେ ମାଡ ମାରିଥିଲେ ଓ ଖଣ୍ଡା ଦେଖାଇ ଭୟଭୀତ କରିଥିଲେ।  ମୁଁ ମାଡ ଭୟରେ ବୁଥ୍‌ ଛାଡି ପଳାଇ ଆସିଲି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe