ବାସୁଦେବପୁର(କିରଟି ଦାସ) : ଆଜି ସକାଳୁ ଆରମ୍ଭ ହୋଇଛି ପୌର ନିର୍ବାଚନ ପାଇଁ ମତଦାନ । ହେଲେ ମତଦାନ ଆରମ୍ଭ ହେଉ ହେଉ ଭଦ୍ରକ ଜିଲ୍ଲା ବାସୁଦେବପୁର ୧୯ ନମ୍ବର ୱାର୍ଡର ୨୯ ନଂ ବୁଥ୍ରେ ଦେଖାଦେଲାଣି ଉତ୍ତେଜନା। ୧୦ଟି ପରିବାରର ପ୍ରାୟ ୩୫ ଜଣଙ୍କ ନାଁ ଭୋଟର ତାଲିକାରେ ନ ଥିବାରୁ ବନ୍ଦ ରହିଛି ମତଦାନ । ବାଦ୍ ପଡ଼ିଥିବା ଭୋଟରଙ୍କ ନାଁ ତାଲିକାଭୁକ୍ତ କରିବାକୁ ଦାବି କରି ମତଦାନ ବନ୍ଦ କଲେ ୱାର୍ଡବାସୀ । ଘଟଣାସ୍ଥଳରେ ପୁଲିସ୍ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରୁଥିଲେ ମଧ୍ୟ ସେମାନେ ନିଜ ଜିଦ୍ରେ ଅଟଳ ଅଛନ୍ତି।
[caption id="attachment_722433" align="aligncenter" width="650"] ପୁଲିସ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରୁଛି।[/caption]
ଏନେଇ ଉତ୍ତ୍ୟକ୍ତ ଲୋକେ କହିଛନ୍ତି, ଆମର ଭୋଟ ଦେବାର ଅଧିକାର ଅଛି। କେଉଁଠାରେ ଭୋଟ ଦେବୁ କୁହ ଆମେ ସେଠାରେ ଭୋଟ ଦେବୁ । ନଚେତ ସେତେ ପର୍ଯ୍ୟନ୍ତ ଭୋଟଦାନ ବନ୍ଦ ରହିବ । ଏହି ଘଟଣାର ସମାଧାନ କରିବାକୁ ପ୍ରଶାସନ ତରଫରୁ କ’ଣ ପଦକ୍ଷେପ ନିଆଯାଉଛି, ଲୋକେ ଭୋଟ ଦେଇପାରୁଛନ୍ତି ନା ବନ୍ଦ ରହୁଛି ମତଦାନ ତାହା ଉପରେ ସମସ୍ତଙ୍କ ଆଖି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।