Advertisment

ତାଲିକା ବାହାରେ ବହୁ ଭୋଟର, ମତଦାନ ଆରମ୍ଭରୁ ଉତ୍ତେଜନା

ବାସୁଦେବପୁର(କିରଟି ଦାସ) : ଆଜି ସକାଳୁ ଆରମ୍ଭ ହୋଇଛି ପୌର ନିର୍ବାଚନ ପାଇଁ ମତଦାନ । ହେଲେ ମତଦାନ ଆରମ୍ଭ ହେଉ ହେଉ ଭଦ୍ରକ ଜିଲ୍ଲା ବାସୁଦେବପୁର ୧୯ ନମ୍ବର ୱାର୍ଡର ୨୯ ନଂ ବୁଥ୍‌ରେ  ଦେଖାଦେଲାଣି ଉତ୍ତେଜନା। ୧୦ଟି ପରିବାରର ପ୍ରାୟ ୩୫ ଜଣଙ୍କ ନାଁ  ଭୋଟର ତାଲିକାରେ ନ ଥିବାରୁ  ବନ୍ଦ ରହିଛି ମତଦାନ । ବାଦ୍‌ ପଡ଼ିଥିବା ଭୋଟରଙ୍କ ନାଁ ତାଲିକାଭୁକ୍ତ କରିବାକୁ  ଦାବି କରି ମତଦାନ ବନ୍ଦ କଲେ ୱାର୍ଡବାସୀ । […]

ତାଲିକା ବାହାରେ ବହୁ ଭୋଟର, ମତଦାନ ଆରମ୍ଭରୁ ଉତ୍ତେଜନା

tension

Advertisment

ବାସୁଦେବପୁର(କିରଟି ଦାସ) : ଆଜି ସକାଳୁ ଆରମ୍ଭ ହୋଇଛି ପୌର ନିର୍ବାଚନ ପାଇଁ ମତଦାନ । ହେଲେ ମତଦାନ ଆରମ୍ଭ ହେଉ ହେଉ ଭଦ୍ରକ ଜିଲ୍ଲା ବାସୁଦେବପୁର ୧୯ ନମ୍ବର ୱାର୍ଡର ୨୯ ନଂ ବୁଥ୍‌ରେ  ଦେଖାଦେଲାଣି ଉତ୍ତେଜନା। ୧୦ଟି ପରିବାରର ପ୍ରାୟ ୩୫ ଜଣଙ୍କ ନାଁ  ଭୋଟର ତାଲିକାରେ ନ ଥିବାରୁ  ବନ୍ଦ ରହିଛି ମତଦାନ । ବାଦ୍‌ ପଡ଼ିଥିବା ଭୋଟରଙ୍କ ନାଁ ତାଲିକାଭୁକ୍ତ କରିବାକୁ  ଦାବି କରି ମତଦାନ ବନ୍ଦ କଲେ ୱାର୍ଡବାସୀ । ଘଟଣାସ୍ଥଳରେ ପୁଲିସ୍‌ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି  ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରୁଥିଲେ ମଧ୍ୟ ସେମାନେ ନିଜ ଜିଦ୍‌ରେ ଅଟଳ ଅଛନ୍ତି।

Advertisment

[caption id="attachment_722433" align="aligncenter" width="650"]tension ପୁଲିସ୍‌ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରୁଛି।[/caption]

ଏନେଇ ଉତ୍ତ୍ୟକ୍ତ ଲୋକେ କହିଛନ୍ତି, ଆମର ଭୋଟ ଦେବାର ଅଧିକାର ଅଛି। କେଉଁଠାରେ ଭୋଟ ଦେବୁ କୁହ ଆମେ ସେଠାରେ ଭୋଟ ଦେବୁ । ନଚେତ ସେତେ ପର୍ଯ୍ୟନ୍ତ ଭୋଟଦାନ ବନ୍ଦ ରହିବ । ଏହି ଘଟଣାର ସମାଧାନ କରିବାକୁ ପ୍ରଶାସନ ତରଫରୁ କ’ଣ ପଦକ୍ଷେପ ନିଆଯାଉଛି, ଲୋକେ ଭୋଟ ଦେଇପାରୁଛନ୍ତି ନା ବନ୍ଦ ରହୁଛି ମତଦାନ ତାହା ଉପରେ ସମସ୍ତଙ୍କ ଆଖି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe