Advertisment

ଯୁବତୀଙ୍କ ଆତ୍ମହତ୍ୟାକୁ ନେଇ ବଢୁଛି ଉତ୍ତେଜନା

ଭଦ୍ରକ(ପାର୍ଥ ସାରଥୀ ନାୟକ): ଯୁବତୀଙ୍କ ମୃତ୍ୟୁକୁ ନେଇ ତେଜିଲା ଅସନ୍ତୋଷ। ନ୍ୟାୟ ଦାବିରେ ବିଭିନ୍ନ ସଙ୍ଗଠନ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଛି। ସାମାଜିକ ଗଣ ମାଧ୍ୟମରେ ମଧ୍ୟ ଅସନ୍ତୋଷ ତେଜିବାରେ ଲାଗିଛି । ଯୁବତୀଙ୍କୁ ଅଶୋଭନୀୟ ବ୍ୟବହାର ପାଇଁ ଥାନାରେ ଏତଲା ହୋଇଥିଲା । ପୁଲିସର କୋହଳ ମନୋଭାଗ ଯୋଗୁଁ ଅଭିଯୁକ୍ତ ଜେଲ ଯାଇ ବେଲରେ ଆସିଲେ ଧମକ ଚମକ ଦେଲେ । କିନ୍ତୁ ଅପବାଦ ସହି ନପାରି ଯୁବତୀ ଆତ୍ମହତ୍ୟା କରିଥିବା ନେଇ ଥାନାରେ ପରିବାର […]

ଅଦ୍ୟତନ ହୋଇଛି
ଯୁବତୀଙ୍କ ଆତ୍ମହତ୍ୟାକୁ ନେଇ ବଢୁଛି ଉତ୍ତେଜନା

698

Advertisment

ଭଦ୍ରକ(ପାର୍ଥ ସାରଥୀ ନାୟକ): ଯୁବତୀଙ୍କ ମୃତ୍ୟୁକୁ ନେଇ ତେଜିଲା ଅସନ୍ତୋଷ। ନ୍ୟାୟ ଦାବିରେ ବିଭିନ୍ନ ସଙ୍ଗଠନ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଛି। ସାମାଜିକ ଗଣ ମାଧ୍ୟମରେ ମଧ୍ୟ ଅସନ୍ତୋଷ ତେଜିବାରେ ଲାଗିଛି । ଯୁବତୀଙ୍କୁ ଅଶୋଭନୀୟ ବ୍ୟବହାର ପାଇଁ ଥାନାରେ ଏତଲା ହୋଇଥିଲା । ପୁଲିସର କୋହଳ ମନୋଭାଗ ଯୋଗୁଁ ଅଭିଯୁକ୍ତ ଜେଲ ଯାଇ ବେଲରେ ଆସିଲେ ଧମକ ଚମକ ଦେଲେ । କିନ୍ତୁ ଅପବାଦ ସହି ନପାରି ଯୁବତୀ ଆତ୍ମହତ୍ୟା କରିଥିବା ନେଇ ଥାନାରେ ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ ପରେ ବଢୁଛି ଅସନ୍ତୋଷ ।

Advertisment

ସୂଚନାଯୋଗ୍ୟ ଯେ ଭଦ୍ରକ ଜିଲା ପୁରୁଣାବଜାର ଥାନା ଅଧିନସ୍ଥ  ମିର୍ଜାପୁର ସ୍ଥିତ ନାଥ ସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ଲୋକଲଜ୍ୟା ସହି ନ ପାରି ଜନୈକ ଯୁବତୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।  ଅଭିଯୋଗ ଅନୁଯାୟୀ ଗତ ଅଗଷ୍ଟ ୨ ତାରିଖରେ  ଦୋକାନକୁ ଚକଲେଟ  କିଣିବାକୁ  ଯାଇଥିବା ବେଳେ ରାଜେନ୍ଦ୍ର ନାଥଙ୍କ ଝିଅଙ୍କୁ  ଜନୈକ ବ୍ୟକ୍ତି ଦୋକାନ  ଭିତରକୁ ଟାଣି ନେଇ ଅଶୋଭନୀୟ ଆଚରଣ କରିଥିଲା । ତେବେ ପରିବାର ଲୋକ ପୁରୁଣାବଜାର ଥାନାରେ ଲିଖିତ ଏତଲା ଦେବା ପରେ ସେକ ମୁସକିମ ନାମକ ବ୍ୟକ୍ତିଙ୍କୁ ଗିରଫ କରଯାଇଥିଲା ।  ତେବେ କେସ ଉଠାଇବା ପାଇଁ ରାଜେନ୍ଦ୍ର ନାଥଙ୍କୁ ଅର୍ଥ ପ୍ରଲୋଭନ ସହ ଧମକ ଚମକ ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ବାପା । ଏନେଇ ଗତ ଅଗଷ୍ଟ 8 ତାରିଖରେ ଯୁବତୀ ଜଣକ ନିଜ ଘରେ ରସି ଲଗାଇ ଆତ୍ମହତ୍ୟା କରିଥିଲେ ।

ଯୁବତୀଙ୍କ ଆତ୍ମହତ୍ୟା ପରେ ଏହାକୁ କେନ୍ଦ୍ର କରି ତୁରନ୍ତ ସେକ ମୁସକିମ ଏବଂ ଯେଉଁମାନେ ଧମକ ଦେଇଛନ୍ତି ତାଙ୍କୁ ଗିରଫ କରାଯାଉ ବୋଲି ଦାବି କରାଯିବା ସହ ସହରର ବିଭିନ୍ନ ସଂଗଠନ ପକ୍ଷରୁ ମଶାଲ ଶୋଭାଯାତ୍ରା କରାଯାଇ ଦାବି କରିଛନ୍ତି ଭଦ୍ରକ ବାସିନ୍ଦା ।

Advertisment

ସେହିପରି ସମ୍ପୃକ୍ତ ଯୁବତୀଙ୍କୁ ନ୍ୟାୟ ପାଇଁ ସୋଶାଆଲ ମିଡିଆରେ ଜୋରଦାର କ୍ୟାମ୍ପେନ ଚାଲିଛି। ମୃତ ଯୁବତୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ,  ଭଦ୍ରକ ସହର ରେ ବିଭିନ୍ନ ଯୁବ  ସଙ୍ଗଠନ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା ମଧ୍ୟ କରାଯାଇଛି। ଏନେଇ ଭଦ୍ରକ ସହ ବିଭିନ୍ନ ସଂଘଠନ ପକ୍ଷରୁ ପୁରୁଣା ବଜାର ପୁଲିସର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି। ପୁଲିସର ଦାୟିତ୍ୱ ହୀନତା ପାଇଁ ଆଜି ନିରୀହ ଝିଅ ଜୀବନ ଚାଲିଗଲା । ଏନେଇ ଭଦ୍ରକ ଏସିଡିପିଓ ସାର୍ଥକ ରାୟ କହିଛନ୍ତି ପୁଲିସ ତଦନ୍ତ ପ୍ରକ୍ରିୟା ଜାରି  ରହିଛି। ତୁରନ୍ତ ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe