Advertisment

ଆମ୍ବୁଲାନ୍ସ ମିଳିଲାନି, ଟ୍ରଲିରେ ହସ୍ପିଟାଲ ଆସିଲା ରୋଗୀ

ଭଦ୍ରକ(ଓଡ଼ିଶା ରିପୋର୍ଟର) ଟ୍ରଲିରେ ରୋଗୀଙ୍କୁ ହସ୍ପିଟାଲ ଆଣିଲେ ପରିବାର ଲୋକେ। ବହୁ ଚେଷ୍ଟା ସତ୍ତ୍ୱେ କୌଣସି ଗାଡ଼ି ପାଇଲେ ନାହିଁ।  ଆମ୍ବୁଲାନ୍ସକୁ ଯୋଗାଯୋଗ କରି ପାରିଲେ ନାହିଁ । ତେଣୁ ବାଧ୍ୟ ହୋଇ ଟ୍ରଲିରେ ହିଁ ରୋଗୀଙ୍କୁ ହସ୍ପିଟାଲକୁ ଆଣିଲେ । ଏହି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ସଦର ଅଞ୍ଚଳରେ । ଭଦ୍ରକ ଚାରି ଘରିଆ ମୁଣ୍ଡା ସାହିର ଯସ୍ମିନ ମୁଣ୍ଡା ପାରିବାରିକ କଳହରୁ ବିଷ ପିଇ ଦେଇଥିଲେ। ତେବେ ତାଙ୍କୁ ଚିକିତ୍ସା ଲାଗି ମେଡିକାଲ […]

ଆମ୍ବୁଲାନ୍ସ ମିଳିଲାନି, ଟ୍ରଲିରେ ହସ୍ପିଟାଲ ଆସିଲା ରୋଗୀ

yio

Advertisment

ଭଦ୍ରକ(ଓଡ଼ିଶା ରିପୋର୍ଟର) ଟ୍ରଲିରେ ରୋଗୀଙ୍କୁ ହସ୍ପିଟାଲ ଆଣିଲେ ପରିବାର ଲୋକେ। ବହୁ ଚେଷ୍ଟା ସତ୍ତ୍ୱେ କୌଣସି ଗାଡ଼ି ପାଇଲେ ନାହିଁ।  ଆମ୍ବୁଲାନ୍ସକୁ ଯୋଗାଯୋଗ କରି ପାରିଲେ ନାହିଁ । ତେଣୁ ବାଧ୍ୟ ହୋଇ ଟ୍ରଲିରେ ହିଁ ରୋଗୀଙ୍କୁ ହସ୍ପିଟାଲକୁ ଆଣିଲେ । ଏହି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ସଦର ଅଞ୍ଚଳରେ । ଭଦ୍ରକ ଚାରି ଘରିଆ ମୁଣ୍ଡା ସାହିର ଯସ୍ମିନ ମୁଣ୍ଡା ପାରିବାରିକ କଳହରୁ ବିଷ ପିଇ ଦେଇଥିଲେ।

Advertisment

ତେବେ ତାଙ୍କୁ ଚିକିତ୍ସା ଲାଗି ମେଡିକାଲ ନେବାକୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଯୋଗଯୋଗ କରିଥିଲେ । ହେଲେ ଏନେଇ କୌଣସି ସୂଚନା ମିଳିନଥିଲା । ଏହାସହ ସଟଡାଉନ ଥିବାରୁ କୌଣସି ଗାଡ଼ି ମଧ୍ୟ ମିଳି ନଥିଲା । ବାଧ୍ୟ ହୋଇ ପରିବାର ଲୋକେ ଗୋଟିଏ ଟ୍ରଲିରେ ଯସ୍ମିନଙ୍କୁ ହସ୍ପିଟାଲକୁ ନେଇ ଆସିଥିଲେ ।

ତାଙ୍କ ସମ୍ପର୍କୀୟ କହିଛନ୍ତି ଯେ, ସରକାର ବହୁ ଯୋଜନା କରୁଛନ୍ତି।ହେଲେ ତାହା ଆମ ଭଳି ସାଧାରଣ ଲୋକଙ୍କ ପାଖରେ ପହଞ୍ଚିପାରୁ ନାହିଁ। ଯଦି ଟଲିରେ ନେଇ ଆସିବା ବେଳେ ବାଟରେ କିଛି ଅସୁବିଧା ହୋଇଥାନ୍ତା ତେବେ କିଏ ଦାୟୀ ରହିଥାନ୍ତା ବୋଲି ସେ ପ୍ରଶ୍ନ କରିଛନ୍ତି।ସେପଟେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସିଡିଏମ୍ଓ ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe