Advertisment

ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ବେଳେ ଖାଦ୍ୟ ନଳୀ କାଟିଦେଲେ

ଭଦ୍ରକ(ପାର୍ଥ ସାରଥୀ ନାୟକ): ଜନ୍ମନିୟନ୍ତ୍ରଣ ଅସ୍ତ୍ରୋପଚାର ପାଇଁ ଯାଇଥିଲେ। ଅପରେସନ ସରିଲା । କିନ୍ତୁ ଖାଦ୍ୟ ଖାଇବା ବେଳେ ପେଟରେ ଅସହ୍ୟ ଯନ୍ତ୍ରଣା ହେଲା।  ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ପରେ ପୁଣି କଟକ ବଡ ମେଡିକାଲ ଗଲେ। ସେଠାରେ ମଧ୍ୟ ପୁଣି ଅପରେସନ ହେଲା । କାରଣ ଖୋଜିବା ବେଳକୁ ଜଣାପଡିଲା ଯେ, ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ବେଳେ ଗର୍ଭନାଡି ସହ ଖାଦ୍ୟ ନଳୀରେ ମଧ୍ୟ କଣା ହୋଇଛି।   ତେବେ ମହିଳା […]

ଅଦ୍ୟତନ ହୋଇଛି
ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ବେଳେ ଖାଦ୍ୟ ନଳୀ କାଟିଦେଲେ

6hl

Advertisment

ଭଦ୍ରକ(ପାର୍ଥ ସାରଥୀ ନାୟକ): ଜନ୍ମନିୟନ୍ତ୍ରଣ ଅସ୍ତ୍ରୋପଚାର ପାଇଁ ଯାଇଥିଲେ। ଅପରେସନ ସରିଲା । କିନ୍ତୁ ଖାଦ୍ୟ ଖାଇବା ବେଳେ ପେଟରେ ଅସହ୍ୟ ଯନ୍ତ୍ରଣା ହେଲା।  ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ପରେ ପୁଣି କଟକ ବଡ ମେଡିକାଲ ଗଲେ। ସେଠାରେ ମଧ୍ୟ ପୁଣି ଅପରେସନ ହେଲା । କାରଣ ଖୋଜିବା ବେଳକୁ ଜଣାପଡିଲା ଯେ, ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ବେଳେ ଗର୍ଭନାଡି ସହ ଖାଦ୍ୟ ନଳୀରେ ମଧ୍ୟ କଣା ହୋଇଛି।   ତେବେ ମହିଳା ଜଣକଙ୍କ ଅବସ୍ଥା ଗୁରୁତର ହୋଇଥିବା ବେଳେ ଏବେ ପର୍ଯ୍ୟନ୍ତ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏମିତି ଘଟଣା ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତ ଗୋପାଳପୁର ଗାଁରେ ଘଟିଛି।

Advertisment

ଗାଁର କ୍ଷତିପ୍ରଭା ବାରିକ ଦୁଇ ସନ୍ତାନ(ଗୋଟିଏ ପୁଅ ଓ ଗୋଟିଏ) ଥିବାରୁ ଜୁଲାଇ ମାସ ୧୭ ତାରିଖରେ ଧାମନଗର ଗୋଷ୍ଠୀ ସ୍ୱସ୍ଥ୍ୟକେନ୍ଦ୍ରରେ ଅସ୍ତ୍ରୋପଚାର କରାଇଥିଲେ। ସେଠାରେ ସ୍ଵତନ୍ତ୍ର ଡାକ୍ତରୀଦଳ ଅସ୍ତ୍ରୋପଚାର କରିବା ସହ ଆବଶ୍ୟକ ଚିକିତ୍ସା ପରେ ଘରକୁ ପଠାଇଥିଲେ। ପରେ ଖାଦ୍ୟ ଖାଇବା ବେଳେ କ୍ଷତିପ୍ରଭା ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରେ ଅବସ୍ଥାରେ ପରିବର୍ତ୍ତନ ନହେବାରୁ ତାଙ୍କୁ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଂକଟାପନ୍ନ ହେବାରୁ ସେଠାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ରେଫର କରାଯାଇଥିବା ବେଳେ ଅବସ୍ଥା ଗୁରୁତର ଦେଖି ଭଦ୍ରକ ଡାକ୍ତରଖାନାରୁ ପୁଣି କଟକ ଏସସିବିକୁ ସ୍ଥାନାନ୍ତର କରଯାଇଥିଲା।

ସେଠାରେ ଖାଦ୍ୟନଳୀରେ କଣା ହୋଇଥିବା ନେଇ ଜଣା ପଡିବା ପରେ ପୁଣି ଅପରେସନ କରଯାଇଥିଲା । କଟକ ଡାକ୍ତରଖାନାରେ ୧୦ ଦିନ ପରେ ତାଙ୍କୁ ଘରକୁ ପଠାଯାଇଥିଲା । କିନ୍ତୁ ଘରକୁ ଆସିବା ପରେ ମଧ୍ୟ ସମାନ ଅବସ୍ଥା । ସେଥିପାଇଁ କ୍ଷତିପ୍ରଭାଙ୍କୁ ୨୯ ତାରିଖରୁ ଆସି ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିଲେ । ଗତକାଲି ତାଙ୍କୁ ଡାକ୍ତର ଘରକୁ ପଠାଇଥିଲେ ମଧ୍ୟ ରୋଗ ଉପଶମ ହୋଇ ନାହିଁ।  ଘର ବିଛଣାରେ ପଡି ରହିଛନ୍ତି । କଷ୍ଟ ହେଉଥିଲେ ମଧ୍ୟ ନିରୁପାୟ ।

Advertisment

ଏମିତି ଅବସ୍ଥା ପାଇଁ ଏବେ ଦୁଇ ପିଲାଙ୍କୁ ପରିବାର ଅନ୍ୟମାନଙ୍କୁ ଘରେ ଛାଡି ମେଡିକାଲ ଦୌଡି ଦୌଡି ନୟାନ୍ତ ହେଲେଣି । ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସି ନଥିବାରୁ ମେଡିକାଲରେ ଏଡମିଟ ହୋଇ ରହିଥିଲେ।  ଏମିତି ସ୍ଥିତିରେ ଆବଶ୍ୟକ ସାହାଯ୍ୟ ଯୋଗାଇଦେବା ପାଇଁ ସରପଞ୍ଚ କହିଛନ୍ତି । କିନ୍ତୁ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ କହିଛନ୍ତି ଯେ, ଖାଦ୍ୟନଳୀ କଟିବା ଅଭିଯୋଗ ନେଇ ଅସ୍ତ୍ରୋପଚାର କରିଥିବା ଡାକ୍ତର ସ୍ପଷ୍ଟ କରିପାରିବେ । ଏ ନେଇ ସେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରିଛନ୍ତି ।

Medical Negligence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe