Advertisment

‘ଆମେ ଆନ୍ଦୋଳନ ଚେତାବନୀ ଦେବା ପରେ ପୁଲିସ ଚେତିଲା’

ଭଦ୍ରକ(ଓଡ଼ିଶା ରିପୋର୍ଟର): ଜଣେ ଯୁବତୀଙ୍କ ଆତ୍ମହତ୍ୟା ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାରୁ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ  ସାମ୍ବାଦିକ ସମ୍ମିଳନୀରେ ଭଦ୍ରକ ପୁଲିସ, ପ୍ରଶାସନ ଓ ବିଭିନ୍ନ ସଂଗଠନକୁ ଧନ୍ୟବାଦ ଦିଆଯାଇଛି । ଏନେଇ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁ ସୂଚନା ଦେଇଛନ୍ତି। ଆମେ ଆନ୍ଦୋଳନ କରିବୁ ବୋଲି ଚେତାବନୀ ଦେବା ପରେ ପୁଲିସ ପ୍ରଶାସନ ଚେତିଥିଲା ବୋଲି ସେ କହିଛନ୍ତି।  ପୁରୁଣାବଜାର ଥାନା ଅନ୍ତର୍ଗତ ମିର୍ଜାପୁର ନାଥସାହିରେ ଯୁବତୀଙ୍କ ଆତ୍ମହତ୍ୟା ଘଟଣାରେ  ଦୁଇଜଣଙ୍କୁ […]

author-image
Tapas Behera
‘ଆମେ ଆନ୍ଦୋଳନ ଚେତାବନୀ ଦେବା ପରେ ପୁଲିସ ଚେତିଲା’

690

ଭଦ୍ରକ(ଓଡ଼ିଶା ରିପୋର୍ଟର): ଜଣେ ଯୁବତୀଙ୍କ ଆତ୍ମହତ୍ୟା ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାରୁ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ  ସାମ୍ବାଦିକ ସମ୍ମିଳନୀରେ ଭଦ୍ରକ ପୁଲିସ, ପ୍ରଶାସନ ଓ ବିଭିନ୍ନ ସଂଗଠନକୁ ଧନ୍ୟବାଦ ଦିଆଯାଇଛି । ଏନେଇ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁ ସୂଚନା ଦେଇଛନ୍ତି।

Advertisment

ଆମେ ଆନ୍ଦୋଳନ କରିବୁ ବୋଲି ଚେତାବନୀ ଦେବା ପରେ ପୁଲିସ ପ୍ରଶାସନ ଚେତିଥିଲା ବୋଲି ସେ କହିଛନ୍ତି।  ପୁରୁଣାବଜାର ଥାନା ଅନ୍ତର୍ଗତ ମିର୍ଜାପୁର ନାଥସାହିରେ ଯୁବତୀଙ୍କ ଆତ୍ମହତ୍ୟା ଘଟଣାରେ  ଦୁଇଜଣଙ୍କୁ ଗିରଫ କରିଛି ପୁରୁଣାବଜାର ପୁଲିସ।ଏହି ଘଟଣାରେ ପୂର୍ବରୁ ଜଣଙ୍କୁ ଗିରଫ କରିଥିଲା ପୁଲିସ। ଉକ୍ତ ଘଟଣାରେ ମୋଟ ୩ ଜଣଙ୍କା ଗିରଫ କରାଯାଇଛି।  ଉକ୍ତ ଅଞ୍ଚଳର ଜୈନିକ ଯୁବତୀକୁ ଜଣେ ବ୍ୟକ୍ତି ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଥିଲା।

ଏନେଇ ଥାନାରେ ଯୁବତୀଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା।।  ଏହା ପରେ ସଂପୃକ୍ତ ଵ୍ୟକ୍ତି ବେଲରେ ଆସିଥିଲେ । ଗିରଫ ବ୍ୟକ୍ତିଙ୍କ ପରିବାର ପକ୍ଷରୁ ପୀଡିତା ଓ ତାଙ୍କ ପରିବାରକୁ ମାନସିକ ନିର୍ଯାତନା ଦେବା ସହ ଧମକ ଚମକ ଦେଇ ଆସୁଥିଲେ।  ଏହି କଥାକୁ ସହ୍ୟ କରି ନ ପାରି ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଥିଲେ। ପରେ ଏହି ଘଟଣାକୁ ନେଇ ଭଦ୍ରକରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଅସନ୍ତୋଷ ଦେଖାଯାଇଥିଲା।   ଉକ୍ତ ଘଟଣାରେ ପୂର୍ବରୁ  ପୁଲିସ ଜଣକୁ ଗିରଫ କରିଥିବା ବେଳେ ଆଜି ଆଉ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ମୋଟ ୩ଜଣଙ୍କୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଛି । ଏହି ଘଟଣାରେ ପୁଲିସ ପୂର୍ବରୁ ଅଭିଯୁକ୍ତ ପ୍ରତି କୋହଳ ମନୋଭାବ ଦେଖାଇଥିବା ବେଳେ ବିଜେପି ମହିଳାମୋର୍ଟ୍ଟା ସହ ଭଦ୍ରକ ବାସିନ୍ଦା ଅଭିଯୁକ୍ତକୁ ଗିରଫ ଦାବି କରିଥିଲା । ଏପରିକି ବିଭିନ୍ନ ସଂଗଠନ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଥିବା ବେଳେ ସାମାଜିକ ଗଣ ମାଧ୍ୟମରେ ଜୋରସୋର କ୍ୟାମ୍ପେନ ହୋଇଥିଲା ।

Advertisment