Advertisment

କରୋନା ସଂକ୍ରମିତଙ୍କ ପାଇଁ ତ୍ରାଣକର୍ତ୍ତା ସାଜିଛନ୍ତି ଏହି ଦମ୍ପତି

ଭଦ୍ରକ(ପାର୍ଥସାରଥୀ ନାୟକ) କରୋନା ରୋଗୀ ନାଁ ଶୁଣିଲେ ନିଜ ଲୋକ ଓ ପଡୋଶୀ ଘୃଣା ଦୃଷ୍ଟିରେ ଦେଖୁଛନ୍ତି। ସେଭଳି କ୍ଷେତ୍ରରେ ଭଦ୍ରକର ଏକ ଦମ୍ପତି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି।  କରୋନା ମହାମାରୀ ସମୟରେ ଏହି ଦମ୍ପତି ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି । କରୋନା ପଜିଟିଭଙ୍କ ମଧ୍ୟରୁ  କିଏ ହୋମ ଆଇସୋଲେସନରେ ତ’ କିଏ ଟିଏମସିରେ ପୁଣି କିଏ ସରକାରୀ ବ୍ୟବସ୍ଥାରେ କୋଭିଡ କେୟାର ୟୁନିଟରେ ରହୁଛନ୍ତି। ଯେଉଁମାନେ ଟିଏମସି ଓ ସରକାରୀ ବ୍ୟବସ୍ଥାରେ […]

କରୋନା ସଂକ୍ରମିତଙ୍କ ପାଇଁ ତ୍ରାଣକର୍ତ୍ତା ସାଜିଛନ୍ତି ଏହି ଦମ୍ପତି

790

Advertisment

ଭଦ୍ରକ(ପାର୍ଥସାରଥୀ ନାୟକ) କରୋନା ରୋଗୀ ନାଁ ଶୁଣିଲେ ନିଜ ଲୋକ ଓ ପଡୋଶୀ ଘୃଣା ଦୃଷ୍ଟିରେ ଦେଖୁଛନ୍ତି। ସେଭଳି କ୍ଷେତ୍ରରେ ଭଦ୍ରକର ଏକ ଦମ୍ପତି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି।  କରୋନା ମହାମାରୀ ସମୟରେ ଏହି ଦମ୍ପତି ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି । କରୋନା ପଜିଟିଭଙ୍କ ମଧ୍ୟରୁ  କିଏ ହୋମ ଆଇସୋଲେସନରେ ତ’ କିଏ ଟିଏମସିରେ ପୁଣି କିଏ ସରକାରୀ ବ୍ୟବସ୍ଥାରେ କୋଭିଡ କେୟାର ୟୁନିଟରେ ରହୁଛନ୍ତି। ଯେଉଁମାନେ ଟିଏମସି ଓ ସରକାରୀ ବ୍ୟବସ୍ଥାରେ କୋଭିଡ କ୍ୟାୟର ୟୁନିଟରେ ରହୁଛନ୍ତି ସେମାନେ ସମସ୍ତ ପ୍ରକାର ସୁବିଧା ପାଉଛନ୍ତି। କିନ୍ତୁ ଯେଉଁମାନେ ହୋମ ଆଇସୋଲେସନରେ ରହୁଛନ୍ତି ସେମାନଙ୍କ ଅବସ୍ଥା ଶୋଚନୀୟ। ସେମାନଙ୍କ ପାଇଁ ତ୍ରାଣକର୍ତ୍ତା ସାଜିଛନ୍ତି  ଏହି ଦମ୍ପତି । ଭଦ୍ରକର ଏହି ଦମ୍ପତି ହେଲେ  ମୀରା ଖେମକା ଓ ବିକ୍ରମ ଖେମକା।  ଦୁହେଁ ନିଜ ଘରେ ଖାଦ୍ୟ ତିଆରି କରି ଭଦ୍ରକ ସହର ତଥା ଆଖପାଖରେ  ହୋମ ଆଇସୋଲେନସରେ ଥିବା ସଂକ୍ରମିତ ଓ ବରିଷ୍ଠ ନାଗରିକଙ୍କୁ  ଲୋକଙ୍କୁ ୩ ଟାଇମ ଖାଦ୍ୟ ବାଣ୍ଟି ଚାଲିଛନ୍ତି।

Advertisment

ମୀରା ଖେମକା ଘରେ ନିଜେ ରୋଷେଇ କରି ଦୈନିକ ଶହ ଶହ ଲୋକଙ୍କୁ ଖାଦ୍ୟ ବାଣ୍ଟି ଚାଲିଛନ୍ତି। ବିକ୍ରମ ଘରେ ତାଙ୍କ ପତ୍ନୀଙ୍କୁ ସାହାଯ୍ୟ କରିବା ସହ  ବାହାରେ ମଧ୍ୟ ଯାଇ ଲୋକଙ୍କୁ ଖାଦ୍ୟ ବାଣ୍ଟୁଛନ୍ତି। ବିଶେଷ କରି କରୋନାରେ ସଂକ୍ରମଣରେ ହୋମ ଆଇସୋଲେସନରେ ଥିବା ସଂକ୍ରମିତଙ୍କୁ କେହି ସହାୟତାରେ ହାତ ବଢାଉ ନଥିବା ବେଳେ ମୀରା ଖେମକା ଓ ବିକ୍ରମ ୩ ଟାଇମ ଖାଇବାକୁ ଦେଉଛନ୍ତି । ଗୋଟିଏ ଗୋଟିଏ ପରିବାରର ସମସ୍ତ ଲୋକ ସଂକ୍ରମିତ ହୋଇ ହୋମ ଆଇସୋଲେନସରେ ରହୁଛନ୍ତି ।  ତେଣୁ ତାଙ୍କୁ ତାଙ୍କର ପଡୋଶୀ ମଧ୍ୟ ସହାୟତା ଦେବା ତ ଦୂରର କଥା ତାଙ୍କର ଖୋଜ ଖବର ରଖୁ ନାହାଁନ୍ତି । ସମସ୍ତଙ୍କୁ କରୋନାର ମହାମାରୀ ଭୟ ଘାରିଥିବା ବେଳେ  ନିଜେ କିପରି ଲକଡାଉନରେ ଘରେ ନିଜକୁ ସୁରକ୍ଷିତ ରହିବେ ସେ କଥା ଚିନ୍ତା କରୁଛନ୍ତି ।

ସେହି ସମୟରେ ଏହି ସଂକ୍ରମିତଙ୍କୁ ବ୍ରେକଫାଷ୍ଟ, ଲଞ୍ଚ ଓ ଡିନର ନେଇ ସୁରକ୍ଷିତ ଭାବେ ପରଷି ଦେଉଛନ୍ତି ଏହି ଦମ୍ପତି। ଅନ୍ୟ ପକ୍ଷରେ ଭଦ୍ରକରେ ବହୁ ବରିଷ୍ଠ ନାଗରିକ ଅଛନ୍ତି ତାଙ୍କର ପରିବାର ଲୋକେ ବାହାରେ  ରହୁଛନ୍ତି । ତାଙ୍କର ଭଲ ମନ୍ଦି ବୁଝିବା ପାଇଁ ମଧ୍ୟ କେହି ନାହାଁନ୍ତି । ଘରେ ରହୁଥିବା ବେଳେ ଏମାନେ କରୋନା ଓ ଲକଡାଉନ ପାଇଁ ଘରୁ ବାହାରି ପାରୁନାହାଁନ୍ତି । ଏପରିକି ଘରେ ମଧ୍ୟ କିଛି ନିଜ ପାଇଁ ପ୍ରସ୍ତୁତ କରି ପାରୁ ନାହାଁନ୍ତି । ଏହ ବରିଷ୍ଠ ଲୋକ ଘରେ ରହିଥିବା ବେଳେ ତାଙ୍କୁ ମଧ୍ୟ ଖାଦ୍ୟ ଯୋଗାଇ ଆସୁଛନ୍ତି ମୀରା ଓ ବିକ୍ରମ ।

Advertisment

ଖାଲି ସେତିକି ନୁହେଁ ରାସ୍ତା କଡରେ ରହୁଥିବା ଗରିବ ଓ ଅସହାୟ ଲୋକଙ୍କୁ ମଧ୍ୟ ଖାଦ୍ୟ ବାଣ୍ଟୁଛନ୍ତି । ଏହି ସମୟରେ ମଧ୍ୟ ସହରରେ ବୁଲୁଥିବା କୁକୁର ଓ ଗାଇ ଗୋରୁ ମାନଙ୍କୁ  ଖାଦ୍ୟ ଦେଉଛନ୍ତି । ଏଭଳି ଦୁଃସ୍ଥିତି ସମୟରେ ନିଜ ଜୀବନକୁ ବିପଦରେ ପକାଇ ସହାୟତା ପାଇଁ ଆଗେଇ ଆସିଥିବା ଏହି ଦମ୍ପତିଙ୍କ ପ୍ରତି ପ୍ରଶଂସାର ସୁଅ ଛୁଟୁଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe