Advertisment

ଶିଶୁକୁ ମୃତ ଘୋଷଣା କଲେ ଡାକ୍ତର, ବଞ୍ଚାଇବାକୁ ଡାକ୍ତରଖାନା ବାହାରେ ଚାଲିଛି ଲୁଣ ଉପଚାର

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ କଶିଆ ସାମୁଦ୍ରିକ ଥାନା ଅନ୍ତର୍ଗତ ବିଦେଇପୁର ଗଦେଇବିନ୍ଧା ଗ୍ରାମରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ଅଦ୍ୟତନ ହୋଇଛି
salt treatment

salt treatment

Advertisment

ପୋଖରୀରେ ବୁଡ଼ି ଦେଢ ବର୍ଷର ଶିଶୁପୁତ୍ର ଜୀବନ ଚାଲିଗଲା। ହେଲେ ମୃତ ଶିଶୁକୁ ବଞ୍ଚାଇବାକୁ ଗାଁ ମୁରବିଙ୍କ କଥା ମୁତାବକ ଡାକ୍ତରଖାନା ପରିସରରେ ଚାଲିଛି ଲୁଣର ଉପଚାର। ଆଜି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ କଶିଆ ସାମୁଦ୍ରିକ ଥାନା ଅନ୍ତର୍ଗତ ବିଦେଇପୁର ଗଦେଇବିନ୍ଧା ଗ୍ରାମରେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବାହାରେ ଏହି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି।

Advertisment

ସୂଚନା ମୁତାବକ, ଏହି ଗ୍ରାମର ରୋହିତାସ ଜେନାଙ୍କ ଶିଶୁପୁତ୍ର ରୋହନ କୁମାର ଜେନା ଘର ଅଗଣାରେ ଖେଳୁଥିଲା। ଘର ଲୋକଙ୍କ ନଜର ନ ଥିବା ବେଳେ ସେ ଘର ପୋଖରୀ ପର୍ଯ୍ୟନ୍ତ ଚାଲିଯାଇ ପାଣି ଭିତରକୁ ଖସି ପଡିଥିଲା। ଲୋକଙ୍କ ନଜର ପଡ଼ିବା ପରେ ଶିଶୁକୁ ପାଣିରୁ ବାହାର କରି ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପରିବାର ଲୋକେ ନେଇଥିଲେ। ହେଲେ ସେଠାରେ ଶିଶୁକୁ ମୃତ ଘୋଷଣା କରିଥିଲେ ଡାକ୍ତର।

Pondଏହି ପୋଖରୀରେ ପଡ଼ିଯାଇଥିଲା ଶିଶୁ

ଏହା ପରେ ଚିକିତ୍ସାଳୟରେ ଉପସ୍ଥିତ ଥିବା ବେତଡା ରତାଙ୍ଗ ବାତ୍ୟା ଆଶ୍ରୟସ୍ଥଳୀର ସମ୍ପାଦକ ଶ୍ୟାମସୁନ୍ଦର ନାୟକ ଶିଶୁକୁ ବଞ୍ଚାଇବା ପାଇଁ ଲୁଣ ଉପାଚାର ଦେଇ ବଞ୍ଚାଇ ହେବ ବୋଲି ପରାମର୍ଶ ଦେଇଥିଲେ। ପରାମର୍ଶ ମୁତାବକ ଡାକ୍ତରଖାନା ବାହାରେ ଶିଶୁର ମୁଣ୍ଡକୁ ଛାଡ଼ି ବାକି ଶରୀରକୁ ଲୁଣରେ ପୋତି ଉପଚାର କରାଯାଇଥିଲା। ଏଥିନିମନ୍ତେ ବହୁସଂଖ୍ୟକ ଲୁଣ ପ୍ୟାକେଟ ଅଣାଯାଇଥିଲା। ହେଲେ କିଛି ଲାଭ ହୋଇ ନ ଥିଲା। ତେଣେ ଏଭଳି ଅନ୍ଧବିଶ୍ୱାସକୁ ଅନେକ ଲୋକ ନାପସନ୍ଦ କରିଛନ୍ତି।

Advertisment

ତେବେ ଶ୍ୟାମସୁନ୍ଦର ନାୟକଙ୍କ କହିବା କଥା, ପାଣିରେ ପଡ଼ି ଯାଇଥିବା ଶିଶୁକୁ ତୁରନ୍ତ ବାହାର କରି ଲୁଣ ଉପଚାର କରାଯିବାର ପ୍ରାୟ ଦେଢ଼ ଘଣ୍ଟା ଭିତରେ ସେ ଜୀବିତ ହୋଇ ଉଠିଥାଏ। ସେ ଏନେଇ ରେଡକ୍ରସ୍‌ରେ ତାଲିମ ନେଇ ଜାଣିବାକୁ ପାଇଥିଲେ। ଏମିତି ପ୍ରାୟ ୪ଟା ଘଟଣାରେ ସଫଳତା ତାଙ୍କ ଗାଁରେ ହୋଇଥିବା କରି ଦେଖାଇଛନ୍ତି। ତେବେ ଆଜି ପାଣିରେ ପଡ଼ିଥିବା ପିଲାଟିର ଖୁବ୍ ବିଳମ୍ବରେ ଲୁଣ ଉପଚାର ହୋଇଥିବାରୁ ଏହା କେତେଦୂର ସଫଳ ହେବ କହିବା ମୁସକିଲ ବୋଲି ଶ୍ରୀ ନାୟକ କହିଛନ୍ତି।

ସେପଟେ ପୁଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇବାକୁ ପଦକ୍ଷେପ ନେଇଛି। ସେପଟେ ଶିଶୁକୁ ହରାଇ ତା’ ବାପା, ମାଆ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

ରିପୋର୍ଟ ବାସୁଦେବପୁରରୁ ସୂର୍ଯ୍ୟଦୟ ବିଶ୍ୱାଳ

Unnatural Death Drowning
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe