Advertisment

୫ ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ

ଭଦ୍ରକ(ପାର୍ଥସାରଥୀ ନାୟକ): ଭଦ୍ରକ ଜିଲ୍ଲାର ଭଣ୍ଡାରୀପୋଖରୀରେ ବ୍ଲକର କିଛି ରାମଚନ୍ଦ୍ର ପଞ୍ଚାୟତରେ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଛି। ବିଭାଗୀୟ ଅଧିକାରୀ ପାନୀୟ ଜଳ ଯୋଗାଇବାରେ ବିଫଳ ହୋଇଛନ୍ତି।  ଏଠି ପଞ୍ଚାୟତର ବିଭିନ୍ନ ଗ୍ରାମରେ ପାନୀୟୀ ଜଳ ଯୋଗାଣ ଓ  ଗ୍ରାମ ମାନଙ୍କରେ ଭୂତଳ ଜଳ ଯୋଗାଣ ପ୍ରକଳ୍ପ ଥିଲେ ମଧ୍ୟ ଏ ସବୁ ଅକାମୀ ହୋଇପଡ଼ିଛି । ସେପଟେ ପଞ୍ଚାୟତରେ  ନିର୍ମାଣଧୀନ ବସୁଧା ଯୋଜନାରେ ପାଇପ୍ ଲାଇନ ବିଛଣା ଏବେ ଅଧିକାଂଶ ଯାଗାରେ ପାଇପ୍ ଫାଟି […]

ଅଦ୍ୟତନ ହୋଇଛି
୫ ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ

6jl

Advertisment

ଭଦ୍ରକ(ପାର୍ଥସାରଥୀ ନାୟକ): ଭଦ୍ରକ ଜିଲ୍ଲାର ଭଣ୍ଡାରୀପୋଖରୀରେ ବ୍ଲକର କିଛି ରାମଚନ୍ଦ୍ର ପଞ୍ଚାୟତରେ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଛି। ବିଭାଗୀୟ ଅଧିକାରୀ ପାନୀୟ ଜଳ ଯୋଗାଇବାରେ ବିଫଳ ହୋଇଛନ୍ତି।  ଏଠି ପଞ୍ଚାୟତର ବିଭିନ୍ନ ଗ୍ରାମରେ ପାନୀୟୀ ଜଳ ଯୋଗାଣ ଓ  ଗ୍ରାମ ମାନଙ୍କରେ ଭୂତଳ ଜଳ ଯୋଗାଣ ପ୍ରକଳ୍ପ ଥିଲେ ମଧ୍ୟ ଏ ସବୁ ଅକାମୀ ହୋଇପଡ଼ିଛି । ସେପଟେ ପଞ୍ଚାୟତରେ  ନିର୍ମାଣଧୀନ ବସୁଧା ଯୋଜନାରେ ପାଇପ୍ ଲାଇନ ବିଛଣା ଏବେ ଅଧିକାଂଶ ଯାଗାରେ ପାଇପ୍ ଫାଟି ନଷ୍ଟ ହୋଇଯାଇଛି।

Advertisment

ବ୍ଲକର ରାମଚନ୍ଦ୍ରପୁର ପଞ୍ଚାୟତର ଛଅଟି ଗ୍ରାମର ଲୋକମାନେ ଏବେ ପାଣି ପାଇଁ କଲବଲ ହେଉଛନ୍ତି ।  ରାମଚନ୍ଦ୍ରପୁର ପଞ୍ଚାୟତର ଲୋକଙ୍କ ପାଇଁ ଏବେ ଟ୍ୟାଙ୍କର ପାଣି ସାହା ଭରଷା । ଏହି ପଞ୍ଚାୟତରେ ଥିବା ନାରାୟଣପୁର, ସଅଁପୋଇ, ରାମଚନ୍ଦ୍ରପୁର, ନେଉଳିଆ, ଭୁତିଆ ଆଦି ଗ୍ରାମରେ ଦୀର୍ଘ ଏକ ମାସରୁ ଊର୍ଦ୍ଧ୍ୱ ହେବ ନଳକୂପରେ ଜଳସ୍ଥର ଖସିବାରେ ଲାଗିଛି । ଏପରିକି ଏଠାରେ ସବୁଧା ଯୋଜନା ସଂପୂର୍ଣ୍ଣ ଫେଲ ମାରିଛି । ଗାଁରେ ବିଭିନ୍ନ ସ୍ଥାନରେ ଷ୍ଟାଣ୍ଡ ପୋଷ୍ଟ ଗୁଡିକ ଅକାମୀ ହୋଇଯାଇଥିବା ବେଳେ କିଛି ସ୍ଥାନରେ ପାଇପ ଲାନି ଜାମ ଥିବା କିଛି ସ୍ଥାନରେ ପାଇପ ଫାଟି ଯାଇଛି । ଯେଉଁ ନଳକୂପ ଗୁଡିକ ଅଛି ତାହା ଯେତେ ଚାପିଲେ ମଧ୍ୟ ଗୋଟିଏ ବାଲଟି ପାଣି ଭରିବା କଷ୍ଟକର ।

ପଞ୍ଚାୟତର ନାରାୟଣପୁର ଗ୍ରାମ ଠାରେ ଭୂତଳ ଜଳ ଯୋଗାଣ ପ୍ରକଳ୍ପ ରହିଛି।  କିନ୍ତୁ ଷ୍ଟାଣ୍ଡ ପୋଷ୍ଟ ଗୁଡ଼ିକ ଭାଙ୍ଗି ଯିବାରୁ ଏବଂ ନିର୍ମାଣଧୀନ ପାନୀୟ ଜଳ ପ୍ରକଳ୍ପର ବିଛଣା ହୋଇ ଥିବା ପାଇପ୍ ଗୋଡ଼ିକ ଫାଟି ନଷ୍ଟ ହୋଇଯାଇଛି। ଫଳରେ ଗ୍ରାମର ଲୋକମାନଙ୍କ ପାଖରେ ଜଳ ଯୋଗାଣରେ ବାଧାପ୍ରାପ୍ତ ହୋଇଛି । ସେପଟେ ଏହାକୁ ଲକ୍ଷ୍ୟକରି ଭଣ୍ଡାରୀପୋଖରୀରେ ବିଜେପି ପକ୍ଷରୁ ଜନସାଧାରଣଙ୍କ ଆବଶ୍ୟକତା ପାଇଁ  ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇଥିବା ଦେଖିବାକୁ ମିଳିଛି। ତେବେ ବ୍ଲକର ପକ୍ଷରୁ ଏହି ଅଞ୍ଚଳ ପାଇଁ ସ୍ଵତନ୍ତ୍ର ଜଳଯୋଗାଣ ବ୍ୟବସ୍ଥା କରାଯିବକୁ ଅଧିବାସୀମାନଙ୍କ ପକ୍ଷରୁ ଦାବି କରାଯାଇଛି। ବିଡିଓ କହିଛନ୍ତି 24 ଘଣ୍ଟିଆ ପାନୀୟ ଜଳ ଯୋଗାଇବାକୁ ବିଭାଗ ତତ୍ପରତା ଦେଖାଉଛି । ଯଦି ସେ ଭଳି କୌଣସି ନିର୍ଦ୍ଧିଷ୍ଟ ସମସ୍ୟା ଥାଏ ତେବେ ତୁରନ୍ତ କ୍ଷେତ୍ର ପରିଦର୍ଶନ କରାଯାଇ ପଦକ୍ଷେପ ଗ୍ରହଣ କରାଯିବ ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe