Advertisment

ରାସ୍ତା ତିଆରି କଲେ କୁନି ପିଲା

ଭଦ୍ରକ(ଓଡ଼ିଶା ରିପୋର୍ଟର): ତୁମ ପରି ଛୋଟ ପିଲାଟିଏ ଗାଁ ଚାହାଳିର ଚାଟ ସିଏ । ବହୁ ପୁରୁଣା କାଳରୁ ପଢ଼ାଯାଇ ଆସୁଥିବା ଏହି ଉକ୍ତିର ବାସ୍ତବ ପ୍ରତିଫଳନ ସତେ ଯେମିତି ଏଠି ଦେଖିବାକୁ ମିଳିଛି।  ଘର ସାମ୍ନାରେ ମେଞ୍ଚା ମେଞ୍ଚା କାଦୁଅ। ଆଉ କୁନି କୁନି ପିଲାଙ୍କ ରାସ୍ତା ସମତୁଲ ଚିନ୍ତା। ରାସ୍ତା କଡରେ ପଡ଼ିଥିବା ମେଣ୍ଟାଲକୁ ଖାଲରେ ପକାଇ ସମତୁଲ କରିବା ପାଇଁ କିଏ ଅଖାରେ ବୋହି ଥିଲାତ  ଆଉ କିଏ ସାଇକେଲରେ ନେଇ ରାସ୍ତାରେ […]

ରାସ୍ତା ତିଆରି କଲେ କୁନି ପିଲା

790

Advertisment

ଭଦ୍ରକ(ଓଡ଼ିଶା ରିପୋର୍ଟର): ତୁମ ପରି ଛୋଟ ପିଲାଟିଏ ଗାଁ ଚାହାଳିର ଚାଟ ସିଏ । ବହୁ ପୁରୁଣା କାଳରୁ ପଢ଼ାଯାଇ ଆସୁଥିବା ଏହି ଉକ୍ତିର ବାସ୍ତବ ପ୍ରତିଫଳନ ସତେ ଯେମିତି ଏଠି ଦେଖିବାକୁ ମିଳିଛି।  ଘର ସାମ୍ନାରେ ମେଞ୍ଚା ମେଞ୍ଚା କାଦୁଅ। ଆଉ କୁନି କୁନି ପିଲାଙ୍କ ରାସ୍ତା ସମତୁଲ ଚିନ୍ତା। ରାସ୍ତା କଡରେ ପଡ଼ିଥିବା ମେଣ୍ଟାଲକୁ ଖାଲରେ ପକାଇ ସମତୁଲ କରିବା ପାଇଁ କିଏ ଅଖାରେ ବୋହି ଥିଲାତ  ଆଉ କିଏ ସାଇକେଲରେ ନେଇ ରାସ୍ତାରେ ଥିବା ଖାଲରେ ଢାଳି ସମାନ କରିଛନ୍ତି। ଭଦ୍ରକ ବ୍ଲକ ଗେଲଟୁଆ ପଞ୍ଚାୟତ ଆଦିବାସୀ କଲୋନୀ ଠାରୁ ବଗମରା  ଗାଁକୁ ସଂଯୋଗ କରୁଥିବା ରାସ୍ତା ବର୍ଷା ଦିନ ହେଲେ ବେହାଲ ହୋଇପଡ଼େ। ଏହି ରାସ୍ତାର ଅବସ୍ଥା ପୂରା ଶୋଚନୀୟ ହୋଇପଡେ। ଅନେକାଂଶରେ ଏହି ରାସ୍ତା କାର୍ଯ୍ୟ ଚାଲିଥିବା ବେଳେ ଆହୁରି କିଛି ରାସ୍ତା ଅତ୍ୟନ୍ତ କଦର୍ଯ୍ୟ ହୋଇ ପଡ଼ିରହିଛି।

Advertisment

ରାସ୍ତାର ଅବସ୍ଥା କଦର୍ଯ୍ୟ ହୋଇଥିବା ବେଳେ  ଲୋକମାନେ ଯିବା ଆସିବାରେ ନାହିଁ ନଥିବା ହଇରାଣର ସମ୍ମୁଖୀନ ହୋଇଥାନ୍ତି। ଉକ୍ତ ରାସ୍ତା ଦେଇ ଛୋଟ ଠୁଁ ବଡ଼ ସମସ୍ତେ ହଇରାଣ ହେଉଥିଲା ବେଳେ ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଯାଇଥାଏ ଏହି ରାସ୍ତାର ସମସ୍ୟା। ହେଲେ ଏହି ଦୃଶ୍ୟ କିନ୍ତୁ କୁନି କୁନି ପିଲାଙ୍କୁ ବେଶ ଚିନ୍ତିତ କରିଥିଲା। ଆଉ ଶେଷରେ ନିଷ୍ପାପ କୁନି କୁନି ପିଲା ମାନେ ଏକ ହୋଇ ରାସ୍ତା ସମତୁଲ କରିବା ପାଇଁ ଅଣ୍ଟା ଭିଡ଼ିଥିଲେ। ଉକ୍ତ ଘଟଣା ସମସ୍ତଙ୍କୁ ଚକିତ କରିଥିବା ବେଳେ, ଅନ୍ୟମାନଙ୍କ ପାଇଁ ନିଶ୍ଚିନ୍ତ ଶୀକ୍ଷଣୀୟ। ପିଲା ମାନଙ୍କର ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe