Advertisment

ଧୋକେବାଜ୍‌ ସ୍ୱାମୀ, ଛୁଆକୁ ଟ୍ରକ୍‌ ଆଗକୁ ଫିଙ୍ଗିଦେଲେ ସ୍ତ୍ରୀ

ଭଦ୍ରକ(ପାର୍ଥ ସାରଥୀ ନାୟକ) : ସ୍ୱାମୀ ପ୍ରଥମ ବିବାହ କରିଥିଲେ । ପିଲାପିଲି ଥିଲେ।  କିନ୍ତୁ ପୁଣି ଆଉ ଗୋଟିଏ ବିବାହ କଲେ । ଏମିତି କି ଦ୍ଵିତୀୟ ସ୍ତ୍ରୀକୁ ଭଡା ଘରେ ରଖୁଥିଲେ ମଧ୍ୟ ପିଲା ହେବା ପରେ ତାଙ୍କ ପାଖକୁ ମଧ୍ୟ ଗଲେ ନାହିଁ । ଏଥିରେ ସ୍ୱାମୀ-ସ୍ତ୍ରୀ ଙ୍କ ମଧ୍ୟରେ କଳହ ହେବାରୁ ଦ୍ଵିତୀୟ ସ୍ତ୍ରୀ ନିଜ ପିଲାକୁ ଗାଡି ସମ୍ମୁଖକୁ ଫିଙ୍ଗି ଆତ୍ମହତ୍ୟା କରିଛି।  ଏମିତି ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲା […]

ଧୋକେବାଜ୍‌ ସ୍ୱାମୀ, ଛୁଆକୁ ଟ୍ରକ୍‌ ଆଗକୁ ଫିଙ୍ଗିଦେଲେ ସ୍ତ୍ରୀ

vbn

Advertisment

ଭଦ୍ରକ(ପାର୍ଥ ସାରଥୀ ନାୟକ) : ସ୍ୱାମୀ ପ୍ରଥମ ବିବାହ କରିଥିଲେ । ପିଲାପିଲି ଥିଲେ।  କିନ୍ତୁ ପୁଣି ଆଉ ଗୋଟିଏ ବିବାହ କଲେ । ଏମିତି କି ଦ୍ଵିତୀୟ ସ୍ତ୍ରୀକୁ ଭଡା ଘରେ ରଖୁଥିଲେ ମଧ୍ୟ ପିଲା ହେବା ପରେ ତାଙ୍କ ପାଖକୁ ମଧ୍ୟ ଗଲେ ନାହିଁ । ଏଥିରେ ସ୍ୱାମୀ-ସ୍ତ୍ରୀ ଙ୍କ ମଧ୍ୟରେ କଳହ ହେବାରୁ ଦ୍ଵିତୀୟ ସ୍ତ୍ରୀ ନିଜ ପିଲାକୁ ଗାଡି ସମ୍ମୁଖକୁ ଫିଙ୍ଗି ଆତ୍ମହତ୍ୟା କରିଛି।  ଏମିତି ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲା ଚାରିଘରିଆ ନିକଟ ମୁଣ୍ଡା ସାହିରେ ଘଟିଛି। ସ୍ଥାନୀୟ ଲୋକେ ମହିଳା ଜଣଙ୍କୁ ଉଦ୍ଧାର କରିଛନ୍ତି। ପରେ ଆପୋଷ ବୁଝାମଣାରେ ଫେରିଛନ୍ତି ଦମ୍ପତି ।

Advertisment

ସୂଚନାଯୋଗ୍ୟ ଯେ, ଚାରି ଘରିଆ ମୁଣ୍ଡା ସାହିର ବିଜୟ ମୁର୍ମୁ ପ୍ରଥମେ ବିବାହ କରିଥିଲେ । ପ୍ରଥମ ସ୍ତ୍ରୀର ପିଲା ହେବା ପରେ ପୁଣି ଦ୍ଵିତୀୟ ବିବାହ କରିଥିଲେ ।ଦ୍ଵିତୀୟ ସ୍ତ୍ରୀଙ୍କର ପୁଅ ହେବା ପରେ ଆଉ ଘରକୁ ନେଲେ ନାହିଁ କିମ୍ବା ଆଉ ଆସିଲେ ନାହିଁ।  ଏହାକୁ ନେଇ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ବଢିଥିଲା। ଏଥିରେ ବିଜୟଙ୍କ ଦ୍ଵିତୀୟ ସ୍ତ୍ରୀ ତାଙ୍କ ୯ ମାସର ଶିଶୁ ପୁତ୍ରକୁ ଏକ ଟ୍ରକ ସମ୍ମୁଖକୁ ଫିଙ୍ଗି ଦେଇଥିଲେ । ଟ୍ରକ ଚାଳକ ଗାଡି ଅଟକାଇ ସ୍ଥାନୀୟ ଲୋକଙ୍କୁ ଡାକି ଥିଲେ । ସ୍ଥାନୀୟ ଲୋକେ ଉଭୟ ଶିଶୁ ପୁତ୍ର ଓ ମାକୁ ଉଦ୍ଧାର କରିଥିଲେ।

ପରେ ସ୍ୱାମୀ ସ୍ତ୍ରୀଙ୍କୁ ଅଟକ ରଖିବା ସହ ଶିଶୁ ପୁତ୍ରକୁ ମେଡିକାଲରେ ଚିକିତ୍ସା କରାଇଥିଲେ । ସେଠାରେ ଟାଉନ ପୁଲିସ  ପହଂଚିବା ପରେ ଉଭୟଙ୍କୁ ଥାନାକୁ ନେଇଥିଲା । ପରେ ଆପୋଷ ବୁଝାମଣାରେ ଉଭୟ ସ୍ୱାମୀ-ସ୍ତ୍ରୀ ଘରକୁ ଫେରିଛନ୍ତି ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe