ଘାରୁଛି ବେପାର ଚିନ୍ତା , ଟମାଟୋ କିଲୋ ୧ ଟଙ୍କା

ବାସୁଦେବପୁର(ଓଡ଼ିଶା ରିପୋର୍ଟର )ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ପରିବା ଚାଷୀଙ୍କୁ ଘାରୁଛି ବେପାର ଚିନ୍ତା। ଫସଲ ସିନା ଭଲ ହୋଇଛି, କିନ୍ତୁ ବିକ୍ରିବଟା ହୋଇପାରୁନଥିବାରୁ ନଷ୍ଟ ହେବାରେ ଲାଗିଛି ପରିବା । ମିରିଗା, ଅଫୁଲା, ଦେଉଳୀ, ଭୈରବପୁର, ଲୁଙ୍ଗା, ଅରଣ୍ଡୁଆ ଅଂଚଳରେ ଟମାଟୋ ଠାରୁ ଆରମ୍ଭ କରି ବାଇଗଣ ଚାଷ ଭଲ ହୋଇଛି। ହେଲେ ବଜାରରେ ଚାହିଦା କମ ଥିବାରୁ  ବ୍ୟବସାୟୀ କିଣୁନଥିବା ଅଭିଯୋଗ ହୋଇଛି। ଟମାଟୋ କିଲୋ ପିଛା ୧ ଟଙ୍କାରେ ବିକ୍ରି ହେଉଛି। ସେହିପରି […]

iol

iol

Tapas Behera
  • Published: Monday, 29 March 2021
  • Updated: 29 March 2021, 04:45 PM IST

Sports

Latest News

ବାସୁଦେବପୁର(ଓଡ଼ିଶା ରିପୋର୍ଟର )ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ପରିବା ଚାଷୀଙ୍କୁ ଘାରୁଛି ବେପାର ଚିନ୍ତା। ଫସଲ ସିନା ଭଲ ହୋଇଛି, କିନ୍ତୁ ବିକ୍ରିବଟା ହୋଇପାରୁନଥିବାରୁ ନଷ୍ଟ ହେବାରେ ଲାଗିଛି ପରିବା । ମିରିଗା, ଅଫୁଲା, ଦେଉଳୀ, ଭୈରବପୁର, ଲୁଙ୍ଗା, ଅରଣ୍ଡୁଆ ଅଂଚଳରେ ଟମାଟୋ ଠାରୁ ଆରମ୍ଭ କରି ବାଇଗଣ ଚାଷ ଭଲ ହୋଇଛି। ହେଲେ ବଜାରରେ ଚାହିଦା କମ ଥିବାରୁ  ବ୍ୟବସାୟୀ କିଣୁନଥିବା ଅଭିଯୋଗ ହୋଇଛି। ଟମାଟୋ କିଲୋ ପିଛା ୧ ଟଙ୍କାରେ ବିକ୍ରି ହେଉଛି।

ସେହିପରି ଚାଷୀଙ୍କ ଠାରୁ ବାଇଗଣ କିଲୋ ପିଛା ୫ ଟଙ୍କା ଓ କୋବି ଗୋଟାଏ ୩ରୁ ୪ଟଙ୍କାରେ ବିକ୍ରି କରିବାକୁ ପଡୁଛି। ଏହାଦ୍ୱାରା ଚାଷୀ ଖର୍ଚ୍ଚ କରିଥିବା ଅର୍ଥ ବି ବାହାରି ପାରୁନି। ଏମିତିକି ଚାଷୀ କ୍ଷେତରୁ ଟମାଟୋ ନ ତୋଳି ଲୋକଙ୍କୁ ସେମିତି ଦେଇଦେଉଥିବା କହିଛନ୍ତି।  ଚାଷୀଙ୍କ ଏହି ଦୁର୍ଦ୍ଦିନ ସମୟରେ କୃଷି  କି ଉଦ୍ୟାନ ବିଭାଗର ଦେଖାନାହିଁ । ଏପରି କି ଅଞ୍ଚଳରେ ଶୀତଳ ଭଣ୍ଡାର ଥିଲେ ଚାଷୀ ଉପକୃତ ହୋଇପାରନ୍ତେ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos