iol
ବାସୁଦେବପୁର(ଓଡ଼ିଶା ରିପୋର୍ଟର )ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ପରିବା ଚାଷୀଙ୍କୁ ଘାରୁଛି ବେପାର ଚିନ୍ତା। ଫସଲ ସିନା ଭଲ ହୋଇଛି, କିନ୍ତୁ ବିକ୍ରିବଟା ହୋଇପାରୁନଥିବାରୁ ନଷ୍ଟ ହେବାରେ ଲାଗିଛି ପରିବା । ମିରିଗା, ଅଫୁଲା, ଦେଉଳୀ, ଭୈରବପୁର, ଲୁଙ୍ଗା, ଅରଣ୍ଡୁଆ ଅଂଚଳରେ ଟମାଟୋ ଠାରୁ ଆରମ୍ଭ କରି ବାଇଗଣ ଚାଷ ଭଲ ହୋଇଛି। ହେଲେ ବଜାରରେ ଚାହିଦା କମ ଥିବାରୁ ବ୍ୟବସାୟୀ କିଣୁନଥିବା ଅଭିଯୋଗ ହୋଇଛି। ଟମାଟୋ କିଲୋ ପିଛା ୧ ଟଙ୍କାରେ ବିକ୍ରି ହେଉଛି।
ସେହିପରି ଚାଷୀଙ୍କ ଠାରୁ ବାଇଗଣ କିଲୋ ପିଛା ୫ ଟଙ୍କା ଓ କୋବି ଗୋଟାଏ ୩ରୁ ୪ଟଙ୍କାରେ ବିକ୍ରି କରିବାକୁ ପଡୁଛି। ଏହାଦ୍ୱାରା ଚାଷୀ ଖର୍ଚ୍ଚ କରିଥିବା ଅର୍ଥ ବି ବାହାରି ପାରୁନି। ଏମିତିକି ଚାଷୀ କ୍ଷେତରୁ ଟମାଟୋ ନ ତୋଳି ଲୋକଙ୍କୁ ସେମିତି ଦେଇଦେଉଥିବା କହିଛନ୍ତି। ଚାଷୀଙ୍କ ଏହି ଦୁର୍ଦ୍ଦିନ ସମୟରେ କୃଷି କି ଉଦ୍ୟାନ ବିଭାଗର ଦେଖାନାହିଁ । ଏପରି କି ଅଞ୍ଚଳରେ ଶୀତଳ ଭଣ୍ଡାର ଥିଲେ ଚାଷୀ ଉପକୃତ ହୋଇପାରନ୍ତେ ବୋଲି କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/03/iol.png)