Bhadrak
ଓଭର ଲୋଡିଂ ପାଇଁ ହାଇୱାକୁ ହୋଇଛି ବଡ଼ ଧରଣର ଫାଇନ୍। ଲକ୍ଷେ ଟଙ୍କା ଜରିମାନା କରିଛନ୍ତି ତହସିଲଦାର। ଆଜି ଏପରି ଘଟଣା ଭଦ୍ରକ ଜିଲ୍ଲାରେ ଘଟିଛି। ଗାଡ଼ି ମାଲିକ ଫାଇନ୍ ଜମା କରି ଗାଡ଼ି ନେଇ ଯାଇଥିବା ଜଣାପଡ଼ିଛି।
ଆଜି ଏକ ହାଇୱାରେ ବାଲି ବୋଝେଇ ହୋଇ ଭଦ୍ରକ ଅଭିମୁଖେ ଯାଉଥିଲେ। ତେବେ ତିହିଡ଼ି ପୁଲିସ୍ ଷ୍ଟେସନ୍ ପାଖରେ ଉକ୍ତ ହାଇୱାକୁ ତହସିଲଦାର ପ୍ରତୀକ ସାହୁ ଅଟକାଇ ଥିଲେ। ଓଭର ଲୋଡିଂ ପାଇଁ ଉକ୍ତ ହାଇୱାକୁ ଏକ ଲକ୍ଷ ଟଙ୍କା ଫାଇନ୍ କରିଥିଲା। ଏପରିକି ହାଇୱା ଓ ଚାଳକକୁ ଥାନାର ଜମା ଦେଇଥିଲେ। ଗାଡି ମାଲିକ ଘଟଣା ସ୍ଥଳରେ ପହଞ୍ଚି ଜରିମାନା ପୈଠ କରି ଗାଡି ନେଯାଇଥିବା ତିହିଡି ପୁଲିସ ସୂଚନା ଦେଇଛି।
ରିପୋର୍ଟ-ଭଦ୍ରକରୁ ପାର୍ଥସାରଥୀ ନାୟକ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Bhadrak_1679665837.jpg)