Advertisment

ଟ୍ରକ ପଛରେ ପିଟି ହେଲା ସ୍କର୍ପିଓ: ୨ ମୃତ, ଜଣେ ଗୁରୁତର

ସ୍କର୍ପିଓଟି ଭୁବନେଶ୍ୱରରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲା।

Accident

Accident

Advertisment

ଭଦ୍ରକ ଗ୍ରାମାଞ୍ଚଳ ଥାନା ରାଣୀତାଲ ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଏକ ଟ୍ରକ ଛିଡ଼ା ହୋଇଥିବା ବେଳେ ଏକ ସ୍କର୍ପିଓ ତା’ ପଛରେ ପିଟି ହେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଛନ୍ତି।

Advertisment

ସ୍କର୍ପିଓଟି ଭୁବନେଶ୍ୱରରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲା। ସ୍କର୍ପିଓଟିରେ ପଶ୍ଚିମବଙ୍ଗର ରେଜିଷ୍ଟ୍ରେସନ ନମ୍ବର ରହିଛି। ଦୁର୍ଘଟଣା ପରେ ପୁଲିସ୍ ସ୍କର୍ପିଓରେ ଥିବା ୩ ଜଣ ଯାତ୍ରୀଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲକୁ ନେଇଥିଲା। ତେବେ ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଜଣେ ସେଠାରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଅବସ୍ଥା ଗୁରୁତର ରହିଛି। ସେ କଥା କହିପାରୁ ନାହାନ୍ତି।

ଖବର ଲେଖାଯିବା ସୁଦ୍ଧା ମୃତାହତଙ୍କ ପରିଚୟ ମିଳିପାରି ନାହିଁ। ତେବେ ସେମାନେ ସମସ୍ତେ ପଶ୍ଚିମବଙ୍ଗର ବୋଲି ଅନୁମାନ କରାଯାଉଛି।

Advertisment
Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe