Advertisment

ଦୁଇ ବର୍ଷର ପୁଅକୁ ୧୮ ହଜାର ଟଙ୍କାରେ ବିକି ଦେଲା ବାପା!

ରାଜେନ୍ଦ୍ର ପୁଅକୁ ୧୮ ହଜାର ଟଙ୍କାରେ ବିକ୍ରି କରିଦେଇଥିବା ସାହି ପଡ଼ିଶାଙ୍କଠାରୁ ଶୁଣିବାକୁ ପାଇଥିଲେ ସୀମାରାଣୀ। ଏହା ପରେ ସେ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

Bhadrak

Bhadrak

Advertisment

ଦୁଇ ବର୍ଷର ପୁଅକୁ ୧୮ ହଜାର ଟଙ୍କାରେ ବିକି ଦେଲା ବାପା! ଏପରି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଞ୍ଚଳରୁ। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରୁ ଛୁଆକୁ ଉଦ୍ଧାର କରିଛି।

Advertisment

ସୀମାରାଣୀ ଦାସଙ୍କୁ ବିବାହ କରିଥିଲେ ବାସୁଦେବପୁର ଥାନା ଚନ୍ଦନପୁର ଗାଁର ରାଜେନ୍ଦ୍ର ଦାସ। ବିବାହ ପରେ ପରିବାର ଠିକ୍‌ଠାକ୍‌ ଚାଲିଥିଲା। ପିଲା ଜନ୍ମ ପରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା। ସୀମାରାଣୀଙ୍କୁ ତାଙ୍କ ସ୍ୱାମୀ ରାଜେନ୍ଦ୍ର ମାଡ଼ ମାରୁଥିବା ଅଭିଯୋଗ ହୋଇଥିଲା। ତେବେ ନିର୍ଯାତନା ଅସହ୍ୟ ହେବାରୁ ଗତ ୧୫ ତାରିଖରେ ସୀମା ଶାଶୂ ଘର ଛାଡ଼ି ପଳାଇ ଯାଇଥିଲେ। କିନ୍ତୁ ନିଜର ଦୁଇ ବର୍ଷର ପୁଅକୁ ସ୍ୱାମୀଙ୍କ ପାଖରେ ଛାଡ଼ି ଯାଇଥିଲେ।

ଆଜି ସୀମାରାଣୀ ଘରକୁ ଫେରିଲା ବେଳକୁ ପୁଅକୁ ପାଇଲେ ନାହିଁ। ଏ ସମ୍ପର୍କ ସେ ତାଙ୍କ ସ୍ୱାମୀଙ୍କୁ ପଚାରିଥିଲେ। ମାତ୍ର ସେ ତାଙ୍କଠାରୁ ସନ୍ତୋଷ ଜନକ ଉତ୍ତର ପାଇଲେ ନାହିଁ। ଅନ୍ୟପକ୍ଷରେ ରାଜେନ୍ଦ୍ର ପୁଅକୁ ୧୮ ହଜାର ଟଙ୍କାରେ ବିକ୍ରି କରିଦେଇଥିବା ସାହି ପଡ଼ିଶାଙ୍କଠାରୁ ଶୁଣିବାକୁ ପାଇଥିଲେ ସୀମାରାଣୀ। ଏହା ପରେ ସେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ରାଜେନ୍ଦ୍ର ୧୮ ହଜାର ଟଙ୍କାରେ ନିଜ ପୁଅକୁ ଜଣେ ସମ୍ପର୍କୀୟଙ୍କୁ ବିକି ଦେଇଥିବା ସୀମାରାଣୀ ଏଫ୍‌ଆଇଆର୍‌ରେ ଦର୍ଶାଇଥିଲେ।

Advertisment

ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ଖୋଳତାଢ଼ ଆରମ୍ଭ କରିଥିଲା। ପୁଲିସ ଚନ୍ଦନପୁରରେ ପହଞ୍ଚି ରାଜେନ୍ଦ୍ର ଓ ତାଙ୍କ ସମ୍ପର୍କୀୟ ଖୁଡିଙ୍କୁ ଜେରା କରିଥିଲା। ଏହା ପରେ ପୁଲିସ ବାଲେଶ୍ୱର ଜିଲ୍ଲା ବାଟି ଗାଁରେ ଚଢ଼ଉ କରିଥିଲା। ସେଠାରୁ ଛୁଆର ପତ୍ତା ପାଇନଥିଲେ। ଏହା ପରେ ପୁଲିସ୍‌ ସୋର ଥାନା ବିଲବାଙ୍କିଆ ଗାଁର ଶତ୍ରୁଘ୍ନ ବେହେରାଙ୍କ ଘରେ ଚଢ଼ଉ କରିଥିଲା। ସେଠାରୁ ଛୁଆକୁ ଉଦ୍ଧାର କରିଥିଲା। ପୁଲିସ ବର୍ତ୍ତମାନ ରାଜେନ୍ଦ୍ର, ଶୁକମଣୀ ଓ ସୀମାଙ୍କୁ ଜେରା କରୁଛି। ତେବେ କିଏ ପିଲା ଚୋରି କରିଥିଲା, ତାହା ଉପରୁ ପୁଲିସ୍‌ ପର୍ଦ୍ଦା ଉଠାଇ ପାରି ନାହିଁ।

ରିପୋର୍ଟ- ବାସୁଦେବପୁରରୁ ସୂର୍ଯ୍ୟୋଦୟ ବିଶ୍ୱାଳ

Balasore Crime Story Bhadrak News Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe