Advertisment

ଟଙ୍କା ବାଣ୍ଟୁଥିଲେ ବିଜେଡି କର୍ମୀ! ଗୋଡ଼ାଇ ଗୋଡ଼ାଇ ଗାଁରୁ ତଡ଼ିଦେଲେ

ଚାନ୍ଦବାଲି (ବାସୁଦେବ ଦାସ): ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି। ହେଲେ ଏହା ପୂର୍ବରୁ ଭୋଟର ମାନଙ୍କୁ ପ୍ରଭାବିତ କରିବା ପାଇଁ ସରପଞ୍ଚ ସମିତି ସଭ୍ୟମାନଙ୍କ ସମ୍ପର୍କୀୟମାନେ ଗାଁ ଗାଁ ବୁଲି ଭୋଟରମାନଙ୍କୁ ଟଙ୍କା ବାଣ୍ଟୁଥିବା ଅଭିଯୋଗ ହୋଇଛି। ଆଉ ଟଙ୍କା ବାଣ୍ଟୁଥିବା ଜାଣି ଗାଁ’ ଲୋକେ ସେମାନଙ୍କୁ ତଡି ଦେଇଛନ୍ତି। ସେହି ଟଙ୍କା ବିଜେଡି କର୍ମୀ ଟଙ୍କା ବାଣ୍ଟୁଥିବା ମଧ୍ୟ ଅଭିଯୋଗ ହୋଇଛି। ଯାହାର ଭିଡିଓ ଭାଇରାଲ ହେଉଛି। ଏମିତି ଦୃଶ୍ୟ […]

ଟଙ୍କା ବାଣ୍ଟୁଥିଲେ ବିଜେଡି କର୍ମୀ! ଗୋଡ଼ାଇ ଗୋଡ଼ାଇ ଗାଁରୁ ତଡ଼ିଦେଲେ

bjd

Advertisment

ଚାନ୍ଦବାଲି (ବାସୁଦେବ ଦାସ): ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି। ହେଲେ ଏହା ପୂର୍ବରୁ ଭୋଟର ମାନଙ୍କୁ ପ୍ରଭାବିତ କରିବା ପାଇଁ ସରପଞ୍ଚ ସମିତି ସଭ୍ୟମାନଙ୍କ ସମ୍ପର୍କୀୟମାନେ ଗାଁ ଗାଁ ବୁଲି ଭୋଟରମାନଙ୍କୁ ଟଙ୍କା ବାଣ୍ଟୁଥିବା ଅଭିଯୋଗ ହୋଇଛି। ଆଉ ଟଙ୍କା ବାଣ୍ଟୁଥିବା ଜାଣି ଗାଁ’ ଲୋକେ ସେମାନଙ୍କୁ ତଡି ଦେଇଛନ୍ତି। ସେହି ଟଙ୍କା ବିଜେଡି କର୍ମୀ ଟଙ୍କା ବାଣ୍ଟୁଥିବା ମଧ୍ୟ ଅଭିଯୋଗ ହୋଇଛି। ଯାହାର ଭିଡିଓ ଭାଇରାଲ ହେଉଛି।

Advertisment

ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ମୁଆଁ ଗାଁରେ। ଭାଇରାଲ ଭିଡିଓରେ କିଛି ବିଜେଡି କର୍ମୀ ଓ ପୂର୍ବତନ ସରପଞ୍ଚଙ୍କ ସ୍ୱାମୀ ଓ ବର୍ତ୍ତମାନର ଆଶାୟୀ ସମିତି ସଭ୍ୟଙ୍କ ଭାଇ ଥିବା ଦେଖିବାକୁ ମିଳିଛି। ଏମାନେ ରବିବାର ଆରଡ଼ି ପଞ୍ଚାୟତ ମୁଆଁ ଗାଁରେ ଯାଇ ଭୋଟର ମାନଙ୍କୁ ପ୍ରଭାବିତ କରିବା ଲାଗି ଟଙ୍କା ବାଣ୍ଟିଥିବା ଅଭିଯୋଗ ହୋଇଛି। ହେଲେ ଗାଁର ଅନ୍ୟ ଲୋକମାନେ ଜାଣି ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ତଡିଦେଇଥିଲେ।

ତେବେ ଟଙ୍କା ବାଣ୍ଟୁଥିବା କଥାକୁ ଅସ୍ୱୀକାର କରିଛନ୍ତି ବିଜେଡି ସମର୍ଥକ ଗଦାଧର ପାଢୀ। ଗଦାଧର ଫୋନ୍ କହିଛନ୍ତି, ଟଙ୍କା ବାଣ୍ଟିବା କଥା ସମ୍ପୂର୍ଣ୍ଣ ମିଥ୍ୟା। ଆମ କର୍ମୀ ଟଙ୍କା ନୁହେଁ ବରଂ ଗାଁକୁ ବୁଲିବା ପାଇଁ ଯାଇଥିଲେ। ତା’ ଛଡ଼ା ରାଜନୀତିରେ କେହିବି ଦିନବେଳା ଟଙ୍କା ବାଣ୍ଟନ୍ତି ନାହିଁ। ଏହାକୁ ଅପପ୍ରଚାର କରୁଥିବା ସେ କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe