Advertisment

ମଶାଣିକୁ କଂକ୍ରିଟ୍ ରାସ୍ତା କରୁଛି ଭୂତ!

ଭଦ୍ରକ (ପାର୍ଥ ସାରଥୀ ନାୟକ): ଶବ ଦାହ ପାଇଁ ନିର୍ମାଣ ହୋଇଛି ମଶାଣି। ନିକାଞ୍ଚନ ସ୍ଥାନରେ ମଶାଣି ନିର୍ମାଣ ହୋଇଥିଲେ ମଧ୍ୟ ରାସ୍ତା ତିଆରି ହୋଇନଥିଲା। ଏବେ କିନ୍ତୁ ମଶାଣିକୁ କଂକ୍ରିଟ ରାସ୍ତା ନିର୍ମାଣ ସରିଛି। ପ୍ରାୟ ୩୦୦ ମିଟରର କଂକ୍ରିଟ ରାସ୍ତା ତ ନୂଆ କରି ତିଆରି ହୋଇଛି। କିନ୍ତୁ ରାସ୍ତା କିଏ ନିର୍ମାଣ କରିଛି ସେ ନେଇ କୌଣସି ଖୋଜ ଖବର ନାହିଁ କିମ୍ବା କୌଣସି ଫଳକ ନାହିଁ। ଗ୍ରାମବାସୀଙ୍କ ଠାରୁ ସରପଞ୍ଚ ଓ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ମଶାଣିକୁ କଂକ୍ରିଟ୍ ରାସ୍ତା କରୁଛି ଭୂତ!

bhadrak

ଭଦ୍ରକ (ପାର୍ଥ ସାରଥୀ ନାୟକ): ଶବ ଦାହ ପାଇଁ ନିର୍ମାଣ ହୋଇଛି ମଶାଣି। ନିକାଞ୍ଚନ ସ୍ଥାନରେ ମଶାଣି ନିର୍ମାଣ ହୋଇଥିଲେ ମଧ୍ୟ ରାସ୍ତା ତିଆରି ହୋଇନଥିଲା। ଏବେ କିନ୍ତୁ ମଶାଣିକୁ କଂକ୍ରିଟ ରାସ୍ତା ନିର୍ମାଣ ସରିଛି। ପ୍ରାୟ ୩୦୦ ମିଟରର କଂକ୍ରିଟ ରାସ୍ତା ତ ନୂଆ କରି ତିଆରି ହୋଇଛି। କିନ୍ତୁ ରାସ୍ତା କିଏ ନିର୍ମାଣ କରିଛି ସେ ନେଇ କୌଣସି ଖୋଜ ଖବର ନାହିଁ କିମ୍ବା କୌଣସି ଫଳକ ନାହିଁ। ଗ୍ରାମବାସୀଙ୍କ ଠାରୁ ସରପଞ୍ଚ ଓ ଗ୍ରାମପଞ୍ଚାୟତର ପିଇଓଙ୍କ ଠାରୁ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନିକଟରେ କୌଣସି ଖବର ନାହିଁ। ଯାହାକୁ ପଚାରିଲେ ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି ଆଉ କହୁଛନ୍ତି ଆମେ ଜାଣିନୁ କିଏ କରିଛି ରାସ୍ତା କାମ। ଏମିତିରେ କଣ ଆମେ କହିପାରିବା ଯେ ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ରଣଜିତ ପଞ୍ଚାୟତରେ ମସାଣିକୁ ଭୂତ ରାସ୍ତା ତିଆରି କରିଛି।

Advertisment

ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ରଣଜିତ ପଞ୍ଚାୟତର ମାଳିପଦୀ ଗାଁ ର ମଶାଣି ଗୃହକୁ ଏହି କଂକ୍ରିଟ ରାସ୍ତାଟି ରାସ୍ତା ହୋଇଛି। ଏହି ରାସ୍ତାର ଲମ୍ବ ପ୍ରାୟ ୩୦୦ ମିଟର ହେବ। କଂକ୍ରିଟ୍ ରାସ୍ତାର ପାର୍ଶ୍ଵରେ ବାଲି ଓ ଚିପ୍ସ ମଧ୍ୟ ପଡିଛି। ଏହି ରାସ୍ତା କାର୍ଯ୍ୟଟି ପ୍ରାୟ ୩ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଉଛି। କିନ୍ତୁ କିଏ ଏହି ରାସ୍ତା ନିର୍ମାଣ କରିଛି, ତାହା ଗ୍ରାମବାସୀ ଜାଣି ନାହାନ୍ତି। ରାସ୍ତା ପାଖରେ କୌଣସି ଫଳକ ମଧ୍ୟ ନାହିଁ। କେବଳ ଶ୍ରମିକ ମାନେ ଆସୁଛନ୍ତି ଓ ରାସ୍ତା କାମ କରୁଛନ୍ତି।

ଏ ନେଇ ସ୍ଥାନୀୟ ବାସିନ୍ଦା ରଣଜିତ ପଞ୍ଚାୟତର ସରପଞ୍ଚ କହିଛନ୍ତି ଯେ ସେମିତି କୌଣସି ମାଷ୍ଟର ପ୍ଳାନ କିମ୍ବା କାର୍ଯ୍ୟାଦେଶ ହୋଇଥିବା ନେଇ କୌଣସି ଖବର ତାଙ୍କ ପାଖରେ ନାହିଁ। ଯିଏ ବି ଏହି ରାସ୍ତା କାମ କରିଛି, ଆମେ ସେ ତା’ର ପରିଚୟ ଦେଉ। ଆମେ ପଞ୍ଚାୟତ ତରଫରୁ ତାଙ୍କୁ ସମ୍ମାନିତ କରୁଛୁ। ଯଦି କେହି କରିନାହାନ୍ତି, ତାହେଲେ ଆମେ ଭାବିବୁ ସ୍ୱୟଂ ଭୂତ ଆସି ଏହି କାମ କରିଛି।

Advertisment

ସ୍ଥାନୀୟ ସରପଞ୍ଚ ବହୁ ଅନୁସନ୍ଧାନ ପରେ ଭଣ୍ଡାରୀପୋଖରୀ ଗୋଷ୍ଠୀ ଉନୟନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଛନ୍ତି। ତେବେ କେହି ଜଣେ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ସାରିବା ପରେ ବ୍ଲକରୁ ବିଲ ପାସ କରାଇନେବେ ବୋଲି ସନ୍ଦେହ କରୁଛନ୍ତି ସ୍ଥାନୀୟ ଲୋକେ।

ଅନ୍ୟପଟେ ଗୋଷ୍ଠୀ ଉନୟନ ଅଧିକାରୀ ମଧ୍ୟ ଏହି ରାସ୍ତା ନିର୍ମାଣ ବିଷୟରେ ସମ୍ପୂର୍ଣ ଅଜଣା ଥିବା କହିଛନ୍ତି। ସରପଞ୍ଚଙ୍କ ଠାରୁ ଅଭିଯୋଗ ପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଭାଗୀୟ ବାବୁଙ୍କୁ ଏହି ରାସ୍ତା ବିଷୟରେ ପଚାରିଛନ୍ତି। କିନ୍ତୁ ସେଠାରେ ମଧ୍ୟ ସମାନ ଉତ୍ତର ଯେ ଆମେ କିଛି ଜାଣିନୁ। ମଶାଣିକୁ କିଏ ରାସ୍ତା ନିର୍ମାଣ କଲା ତା’ର ତଦନ୍ତ ହେବ ବୋଲି ବିଡିଓ କହିଛନ୍ତି। ଏହାସହ ପରବର୍ତ୍ତୀ ସମୟରେ ଏହି ରାସ୍ତା ପାଇଁ ଯେମିତି କେହି ବିଲ୍ କରି ନ ନିଅନ୍ତି, ସେଥିପ୍ରତି ଯତ୍ନବାନ ରହିବେ ବୋଲି ବିଡିଓ କହିଛନ୍ତି। ଏହି କଂକ୍ରିଟ ରାସ୍ତା କାର୍ଯ୍ୟ କରୁଥିବା ଠିକାଦାରଙ୍କ ସହ ଯୋଗାଯୋଗ ହୋଇପାରି ନାହିଁ।