Advertisment

ତାତିଲେ ମହିଳା; ମଦ କ୍ୟାବିନକୁ ଓଲଟାଇ ରାସ୍ତାରେ ଟାୟାର ଜାଳିଲେ

ମହିଳାମାନେ ବେଆଇନ ମଦ ରଖା ଯାଇଥିବା କ୍ୟାବିନକୁ ଭାଙ୍ଗି ଓଲଟାଇ ଦେଇଥିଲେ। ଏହାପରେ ଟାୟାର ଓ ମଦ ଜାଳି ରାସ୍ତା ଅବରୋଧ କରିଥିଲେ ।

author-image
Niharika Rout
Road Block

Road Block

ଦୀର୍ଘ ଦିନ ହେବ ଆହାରପଦା ଗାଁର ଜଣେ ବ୍ୟକ୍ତି ଏକ କ୍ୟାବିନରେ ବେଆଇନ ଭାବେ ମଦ ବିକ୍ରି କରୁଥିଲେ। ଏନେଇ ଗ୍ରାମର ମହିଳାମାନେ ଗୁଜିଦରଡା ଫାଣ୍ଡି ଓ ଅବକାରୀ ବିଭାଗକୁ ଜଣାଇଲେ ମଧ୍ୟ ଫଳ ଶୂନ । ସେମାନେ ଟଙ୍କା ଖାଇ ଚୁପ୍‌ ବସୁଥିବା ମହିଳାମାନେ ଅଭିଯୋଗ କରିଛନ୍ତି।

Advertisment

ଏଥିରେ ଅତିଷ୍ଠ ହୋଇ ଗାଁର ମହିଳାମାନେ ଗତକାଲି ବିଳମ୍ବିତ ରାତିରେ ଘରୁ ବାହାରି ଆସି ଏକତ୍ରିତ ହୋଇଥିଲେ। ଏହାପରେ ସେମାନେ  ବେଆଇନ ମଦ ରଖା ଯାଇଥିବା କ୍ୟାବିନକୁ ଭାଙ୍ଗି ଓଲଟାଇ ଦେଇଥିଲେ।  ମଦ ବାହାରକୁ ଆଣି ନଷ୍ଟ କରିଥିଲେ। ଏଥିସହ ଟାୟାର ଓ ମଦ ଜାଳି ରାସ୍ତା ଅବରୋଧ କରିଥିଲେ ।

ଧୀରେ ଧୀରେ ପରିସ୍ଥିତି ଅଣାୟତ୍ତ ହେବାରୁ ଖବର ପାଇ ଗୁଜିଦରଡା ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଥିଲେ। ସେ ମହିଳାମାନଙ୍କୁ ବୁଝାସୁଝା କରିବାରୁ ମହିଳାମାନେ ଉତକ୍ଷିପ୍ତ ହୋଇଥିଲେ। ଗାଁରେ ସୃଷ୍ଟି ହୋଇଥିବା ଅଶାନ୍ତ ପରିବେଶ ପାଇଁ ସେମାନେ ଗୁଜିଦରଡା ଫାଣ୍ଡି ପୁଲିସକୁ ଦାୟୀ କରିଥିଲେ।

Advertisment

ଖବର ପାଇ ଘଟଣା ସ୍ଥଳରେ ଗ୍ରାମାଞ୍ଚଳ ଥାନା ଅଧିକାରୀ ଅମିତାଭ ଦାସ ସଦଳବଳେ ପହଞ୍ଚି ଉତ୍ତ୍ୟକ୍ତ ମହିଳାଙ୍କୁ ବୁଝାଶୁଝା କରିଥିଲେ। ଏହାପରେ ସେ ସମ୍ପୃକ୍ତ ମଦ ଵେପାରୀଙ୍କୁ ଥାନାକୁ ଉଠାଇ ଆଣି ଅଟକ ରଖିଛନ୍ତି। ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗର ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଥାନା ଅଧିକାରୀ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା।

Protest Police Liquid Waste