/odisha-reporter/media/post_attachments/uploads/2022/03/accident-10.jpg)
accident
ବାସୁଦେବପୁର(କିରଟି ଦାସ): ନିର୍ମାଣଧୀନ ପୋଲ ନେଇଗଲା ଯୁବକଙ୍କ ଜୀବନ । ମେଡିକାଲରେ ଚିକିତ୍ସିତ ହେଉଥିବା ବାପାଙ୍କ ନିକଟରୁ ଘରକୁ ଫେରୁଥିବା ପୁଅକୁ ଅଧା ବାଟରୁ ଡାକି ନେଲା ଯମ । ରାସ୍ତା କାମ କରୁଥିବା ସଂସ୍ଥାର ଅବହେଳା ପାଇଁ ପୁଅର ଜୀବନ ଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ନିର୍ମାଣଧୀନ ପୋଲ ପୂର୍ବରୁ ଡ଼ାଇଭର୍ସନ ପାଇଁ କୌଣସି ସୂଚନା ନ ଥିବାରୁ ବାଇକଟି ପୋଲ ତଳକୁ ଖସିପଡି ତଳେ ପିଟି ହୋଇ ଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଆଖି ବୁଜିଦେଲେ ଯୁବକ । ଏପରି ମର୍ମନ୍ତୁଦ, ହୃଦୟ ବିଦାରକ ଘଟଣା ଭଦ୍ରକ ଜିଲ୍ଲା ଜାମୁଝାଡି-ବାସୁଦେବପୁର ରାସ୍ତାର ପଟା ପୋଲ ନିକଟରେ ଆଜି ଭୋରରୁ ଘଟିଛି। ମୃତକ ହେଲେ ବାସୁଦେବପୁର ଥାନା ବାଷଠି ଗ୍ରାମର ବିପିନ ବେହେରା ।
[caption id="attachment_723337" align="aligncenter" width="650"]
ପଟା ପୋଲ ନିକଟରେ ରାସ୍ତା ଅବରୋଧ କଲେ ସାଧାରଣ ଲୋକ ।[/caption]
ବିପିନଙ୍କ ବାପା ଭଦ୍ରକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ସେଠାରୁ ଆଜି ସକାଳୁ ବିପିନ ଅନ୍ୟ ଜଣେ ଯୁବକଙ୍କ ସହ ଘରକୁ ଫେରୁଥିଲେ। ପଟା ପୋଲ ନିକଟରେ ନିର୍ମାଣଧୀନ ପୋଲରେ ଡ଼ାଇଭର୍ସନ ପାଇଁ କୌଣସି ସୂଚନା ନ ଥିବାରୁ ବାଇକ୍ଟି ତଳେ ପଡ଼ି ଯାଇଥିଲା। ଘଟଣାସ୍ଥଳରେ ହିଁ ବିପିନଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସାଥୀ ଯୁବକ ଗୁରୁତର ହୋଇଥିଲେ। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି।
ଦୀର୍ଘଦିନ ଧରି ଏହି ପୋଲର ନିର୍ମାଣ କାମ ଚାଲୁଥିଲେ ମଧ୍ୟ ଶେଷ ହୋଇ ପାରୁନାହିଁ | ରାସ୍ତାକାମ କରୁଥିବା ସଂସ୍ଥାର ଦାୟିତ୍ୱରେ ଅବହେଳା ପାଇଁ ଆଜି ଏହି ଜୀବନ ଯାଇଥିବା ଅଭିଯୋଗ କରି ସ୍ଥାନୀୟବାସିନ୍ଦା କ୍ଷତିପୂରଣ ଦାବିକରି ଜାମୁଝାଡି-ବାସୁଦେବପୁର ରାସ୍ତା ପଟା ପୋଲ ନିକଟରେ ରାସ୍ତା ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ସମ୍ପୃକ୍ତ ସଂସ୍ଥାର କୌଣସି ଅଧିକାରୀ ପହଞ୍ଚି ନ ଥିବା ଜଣାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
