ନିଶାମୁକ୍ତ ଓଡ଼ିଶା ପାଇଁ ସ୍ୱପ୍ନ ଦେଖୁଥିଲେ, ଆଜି ମଦ ବେପାର କରି ଗିରଫ!

ଭଦ୍ରକ (ପାର୍ଥ ସାରଥୀ ନାୟକ): ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଦିନରାତି ଆନ୍ଦୋଳନ କରିଥିଲେ। କିନ୍ତୁ ଏବେ ନିଜେ ଚୋରା ମଦ ବିକ୍ରି କରିବା ଅଭିଯୋଗରେ ବନ୍ଧା ହୋଇଛନ୍ତି। ଆମେ କହୁଛୁ ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ଦଳାଙ୍ଗ ପଞ୍ଚାୟତ ମିଶ୍ର ସାହିର ଶଙ୍କର ମିଶ୍ରଙ୍କ କଥା, ଯାହାଙ୍କୁ ଚୋରା ମଦ ବିକ୍ରି ଅଭିଯୋଗରେ ଗିରଫ କରାଯାଇଛି। ଧାମନଗର ବ୍ଲକରେ ଶଙ୍କର ମିଶ୍ର ବିଭିନ୍ନ ସମୟରେ ମଦ ବିରୋଧୀ ଆନ୍ଦୋଳନ କରିବା ସହ ଲୋକଙ୍କୁ […]

mada-bepara

mada-bepara

Ranjit Kumar Jena
  • Published: Friday, 09 July 2021
  • Updated: 09 July 2021, 07:42 PM IST

Sports

Latest News

ଭଦ୍ରକ (ପାର୍ଥ ସାରଥୀ ନାୟକ): ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଦିନରାତି ଆନ୍ଦୋଳନ କରିଥିଲେ। କିନ୍ତୁ ଏବେ ନିଜେ ଚୋରା ମଦ ବିକ୍ରି କରିବା ଅଭିଯୋଗରେ ବନ୍ଧା ହୋଇଛନ୍ତି। ଆମେ କହୁଛୁ ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ଦଳାଙ୍ଗ ପଞ୍ଚାୟତ ମିଶ୍ର ସାହିର ଶଙ୍କର ମିଶ୍ରଙ୍କ କଥା, ଯାହାଙ୍କୁ ଚୋରା ମଦ ବିକ୍ରି ଅଭିଯୋଗରେ ଗିରଫ କରାଯାଇଛି।

ଧାମନଗର ବ୍ଲକରେ ଶଙ୍କର ମିଶ୍ର ବିଭିନ୍ନ ସମୟରେ ମଦ ବିରୋଧୀ ଆନ୍ଦୋଳନ କରିବା ସହ ଲୋକଙ୍କୁ ସଚେତନ ମଧ୍ୟ କରୁଥିଲେ। ବିଭିନ୍ନ ଆନ୍ଦୋଳନରେ ଭାଗ ନେବା ସହିତ ବିଭିନ୍ନ ସମୟରେ ମଦ ବିରୋଧୀ ବହୁ ଅଭିଯାନରେ ଏକ ସକ୍ରିୟ କର୍ମକର୍ତ୍ତା ଭାବରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ମଦମୁକ୍ତି ନାରା ଦେଇ ବହୁ ବ୍ୟକ୍ତି ଓ ଅନୁଷ୍ଠାନ ମାନଙ୍କ ସହିତ ସଂପର୍କ ସୃଷ୍ଟି କରି ନିଜର ଏକ ପରିଚୟ ତିଆରି କରିଥିଲେ। କିନ୍ତୁ ଏସବୁର ଆଢୁଆଳରେ ରହି ନିଜ ଅଞ୍ଚଳରେ ବେପାରୁଆ ଭାବରେ ମଦ ବେପାର କରି ଆସୁଥିଲେ। ସ୍ଥାନୀୟ ଲୋକଙ୍କ ଅଭିଯୋଗ କ୍ରମେ ଧାମନଗର ପୁଲିସ ବରମ୍ବାର ଯୁବକଙ୍କ ଦୋକାନରେ ଚଢ଼ଉ କରିଥିଲେ ମଧ୍ୟ ବିଫଳ ହୋଇଥିଲେ।

ହେଲେ ଧାମନଗର ଥାନାର ସବ ଇନ୍ସପେକ୍ଟର ମୋତିଲାଲ ମାରାଣ୍ଡି ଓ ପୁଲିସ ଟିମ୍ କୌଣସି ସୂତ୍ରରୁ ଖବର ପାଇ ମିଳିତ ଭାବରେ ଚଢ଼ାଉ କରି ସୋଧ ଧରମ ପଡିଆ ନିକଟରେ ବିପୁଳ ପରିମାଣରେ ମଦ ସହିତ ଏକ ମୋଟର ସାଇକେଲ ଜବତ କରିଥିଲା। ଏହି ଘଟଣାରେ ସଂପୃକ୍ତି ଅଭିଯୋଗରେ ଶଙ୍କର ମିଶ୍ରକୁ ଗିରଫ କରାଯାଇଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos