Advertisment

ନିଶାମୁକ୍ତ ଓଡ଼ିଶା ପାଇଁ ସ୍ୱପ୍ନ ଦେଖୁଥିଲେ, ଆଜି ମଦ ବେପାର କରି ଗିରଫ!

ଭଦ୍ରକ (ପାର୍ଥ ସାରଥୀ ନାୟକ): ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଦିନରାତି ଆନ୍ଦୋଳନ କରିଥିଲେ। କିନ୍ତୁ ଏବେ ନିଜେ ଚୋରା ମଦ ବିକ୍ରି କରିବା ଅଭିଯୋଗରେ ବନ୍ଧା ହୋଇଛନ୍ତି। ଆମେ କହୁଛୁ ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ଦଳାଙ୍ଗ ପଞ୍ଚାୟତ ମିଶ୍ର ସାହିର ଶଙ୍କର ମିଶ୍ରଙ୍କ କଥା, ଯାହାଙ୍କୁ ଚୋରା ମଦ ବିକ୍ରି ଅଭିଯୋଗରେ ଗିରଫ କରାଯାଇଛି। ଧାମନଗର ବ୍ଲକରେ ଶଙ୍କର ମିଶ୍ର ବିଭିନ୍ନ ସମୟରେ ମଦ ବିରୋଧୀ ଆନ୍ଦୋଳନ କରିବା ସହ ଲୋକଙ୍କୁ […]

ଅଦ୍ୟତନ ହୋଇଛି
ନିଶାମୁକ୍ତ ଓଡ଼ିଶା ପାଇଁ ସ୍ୱପ୍ନ ଦେଖୁଥିଲେ, ଆଜି ମଦ ବେପାର କରି ଗିରଫ!

mada-bepara

Advertisment

ଭଦ୍ରକ (ପାର୍ଥ ସାରଥୀ ନାୟକ): ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଦିନରାତି ଆନ୍ଦୋଳନ କରିଥିଲେ। କିନ୍ତୁ ଏବେ ନିଜେ ଚୋରା ମଦ ବିକ୍ରି କରିବା ଅଭିଯୋଗରେ ବନ୍ଧା ହୋଇଛନ୍ତି। ଆମେ କହୁଛୁ ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ଦଳାଙ୍ଗ ପଞ୍ଚାୟତ ମିଶ୍ର ସାହିର ଶଙ୍କର ମିଶ୍ରଙ୍କ କଥା, ଯାହାଙ୍କୁ ଚୋରା ମଦ ବିକ୍ରି ଅଭିଯୋଗରେ ଗିରଫ କରାଯାଇଛି।

Advertisment

ଧାମନଗର ବ୍ଲକରେ ଶଙ୍କର ମିଶ୍ର ବିଭିନ୍ନ ସମୟରେ ମଦ ବିରୋଧୀ ଆନ୍ଦୋଳନ କରିବା ସହ ଲୋକଙ୍କୁ ସଚେତନ ମଧ୍ୟ କରୁଥିଲେ। ବିଭିନ୍ନ ଆନ୍ଦୋଳନରେ ଭାଗ ନେବା ସହିତ ବିଭିନ୍ନ ସମୟରେ ମଦ ବିରୋଧୀ ବହୁ ଅଭିଯାନରେ ଏକ ସକ୍ରିୟ କର୍ମକର୍ତ୍ତା ଭାବରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ମଦମୁକ୍ତି ନାରା ଦେଇ ବହୁ ବ୍ୟକ୍ତି ଓ ଅନୁଷ୍ଠାନ ମାନଙ୍କ ସହିତ ସଂପର୍କ ସୃଷ୍ଟି କରି ନିଜର ଏକ ପରିଚୟ ତିଆରି କରିଥିଲେ। କିନ୍ତୁ ଏସବୁର ଆଢୁଆଳରେ ରହି ନିଜ ଅଞ୍ଚଳରେ ବେପାରୁଆ ଭାବରେ ମଦ ବେପାର କରି ଆସୁଥିଲେ। ସ୍ଥାନୀୟ ଲୋକଙ୍କ ଅଭିଯୋଗ କ୍ରମେ ଧାମନଗର ପୁଲିସ ବରମ୍ବାର ଯୁବକଙ୍କ ଦୋକାନରେ ଚଢ଼ଉ କରିଥିଲେ ମଧ୍ୟ ବିଫଳ ହୋଇଥିଲେ।

Advertisment

ହେଲେ ଧାମନଗର ଥାନାର ସବ ଇନ୍ସପେକ୍ଟର ମୋତିଲାଲ ମାରାଣ୍ଡି ଓ ପୁଲିସ ଟିମ୍ କୌଣସି ସୂତ୍ରରୁ ଖବର ପାଇ ମିଳିତ ଭାବରେ ଚଢ଼ାଉ କରି ସୋଧ ଧରମ ପଡିଆ ନିକଟରେ ବିପୁଳ ପରିମାଣରେ ମଦ ସହିତ ଏକ ମୋଟର ସାଇକେଲ ଜବତ କରିଥିଲା। ଏହି ଘଟଣାରେ ସଂପୃକ୍ତି ଅଭିଯୋଗରେ ଶଙ୍କର ମିଶ୍ରକୁ ଗିରଫ କରାଯାଇଥିବା ସୂଚନା ମିଳିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe