Advertisment

ଯୁବକଙ୍କୁ ୬ହଜାର ଟଙ୍କା ଫାଇନ୍

ଭଦ୍ରକ (ପାର୍ଥ ସାରଥୀ ନାୟକ): ବାଇକ ଚଳାଇବା ବେଳେ ମୋବାଇଲରେ କଥା ହେବା ମହଙ୍ଗା ପଡିଲା। ଫଳରେ ବାଇକ ଚାଳକକୁ ଦେବାକୁ ପଡ଼ିଲାର ୬ ହଜାର ଟଙ୍କାର ଫାଇନ୍। ଭଦ୍ରକ ଟାଉନ ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ଭଦ୍ରକ ସହରର ବନ୍ତ ଛକ ନିକଟରେ ଟାଉନ ପୁଲିସ ଚେକିଂ କରୁଥିବା ବେଳେ କଳାହାଣ୍ଡିଆ ଗ୍ରାମର ଚନ୍ଦ୍ରକାନ୍ତ ମଲ୍ଲିକ ନାମକ ଜଣେ ଯୁବକ ବାଇକ ଚଳାଉଥିବା ବେଳେ ମୋବାଇଲରେ କଥା ହେଉଥିଲେ, ଯାହା ପୁଲିସ୍ ନଜରରେ ପଡ଼ିଥିଲା। ମୋବାଇଲରେ […]

ଯୁବକଙ୍କୁ ୬ହଜାର ଟଙ୍କା ଫାଇନ୍

fine

Advertisment

ଭଦ୍ରକ (ପାର୍ଥ ସାରଥୀ ନାୟକ): ବାଇକ ଚଳାଇବା ବେଳେ ମୋବାଇଲରେ କଥା ହେବା ମହଙ୍ଗା ପଡିଲା। ଫଳରେ ବାଇକ ଚାଳକକୁ ଦେବାକୁ ପଡ଼ିଲାର ୬ ହଜାର ଟଙ୍କାର ଫାଇନ୍। ଭଦ୍ରକ ଟାଉନ ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ଭଦ୍ରକ ସହରର ବନ୍ତ ଛକ ନିକଟରେ ଟାଉନ ପୁଲିସ ଚେକିଂ କରୁଥିବା ବେଳେ କଳାହାଣ୍ଡିଆ ଗ୍ରାମର ଚନ୍ଦ୍ରକାନ୍ତ ମଲ୍ଲିକ ନାମକ ଜଣେ ଯୁବକ ବାଇକ ଚଳାଉଥିବା ବେଳେ ମୋବାଇଲରେ କଥା ହେଉଥିଲେ, ଯାହା ପୁଲିସ୍ ନଜରରେ ପଡ଼ିଥିଲା।

Advertisment

ମୋବାଇଲରେ କଥା ହେଉଥିବା ଦେଖି ପୁଲିସ ଉକ୍ତ ଯୁବକଙ୍କୁ ଅଟକାଇଥିଲା। ଏହା ପରେ ପୁଲିସ୍ ନିୟମ ଉଲ୍ଲଙ୍ଘନ କରିଥିବାରୁ ଯୁବକଙ୍କ ଉପରେ ୬ହଜାର ଟଙ୍କା ଫାଇନ୍ ଆଦାୟ କରିଥିଲା। ଯୁବକଙ୍କ ଉପରେ ଗାଡ଼ି ଚଲାଇବା ବେଳେ ମୋବାଇଲରେ କଥା କାରଣରୁ ୧୮୪ (ସି) ଧାରା ସହ ୫ହଜାର ଟଙ୍କା ଓ ବିନା ହେଲମେଟରେ ଗାଡ଼ି ଚଳାଇବା କାରଣରୁ ୧୯୪(ଡି) ଧାରା ସହ ୧ହଜାର ଟଙ୍କାର ଫାଇନ କଟାଯାଇଛି। ଏ ନେଇ ଟାଉନ ଥାନା ଅଧିକାରି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଚଳିତ ବର୍ଷ ଜାନୁଆରୀ ୧ ତାରିଖରୁ ଟ୍ରାଫିକ୍ ନିୟମ କଡ଼ାକଡ଼ି ହୋଇଥିଲା। ନୂଆ ନିୟମ ଅନୁଯାୟୀ, ବାଇକରେ ଦୁଇଜଣ ଯାଉଥିଲେ, ଡବଲ୍ ହେଲମେଟ୍ ବାଧ୍ୟତାମୂଳକ। ଏହାଛଡ଼ା ଫାଇନ୍ ଆଦାୟକୁ ମଧ୍ୟ ଅଧିକ କଡ଼ାକଡ଼ି କରିଛନ୍ତି ରାଜ୍ୟ ସରକାର।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe