Advertisment

ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ତିନି ପରୀକ୍ଷାଫଳ  ଶୁକ୍ରବାର ପ୍ରକାଶିତ

ଭଦ୍ରକ : ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ତିନି ପରୀକ୍ଷାଫଳ  ଶୁକ୍ରବାର ପ୍ରକାଶ ପାଇଛି। ସ୍ୱୟଂ ଶାସିତ ମହାବିଦ୍ୟାଳୟରୁ ୯୫.୨୦ ପ୍ରତିଶତ ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି। ମୋଟ ୭୯୩ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୭୫୫ ଜଣ ପାସ କରିଛନ୍ତି। ପ୍ରଥମ ଶ୍ରେଣୀ ଡିଷ୍ଟିଂସନରେ ୫୪୬ଜଣ ଏବଂ ବିନା ଡିଷ୍ଟିଂସନରେ ପ୍ରଥମଶ୍ରେଣୀରେ ୬୩ଜଣ, ଦ୍ୱତୀୟ ଶ୍ରେଣୀ ଡିଷ୍ଟିଂକସନରେ ୭୧ ଜଣ, ଦ୍ୱତୀୟଶ୍ରେଣୀ ବିନା ଡିଷ୍ଟିଂସନରେ ୬୦ଜଣ, ଅବଶିଷ୍ଟ ୧୫ଜଣ ତୃତୀୟ ଶ୍ରେଣୀରେ ପାସ କରିଛନ୍ତି।  ସେହିଭଳି […]

ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ତିନି ପରୀକ୍ଷାଫଳ  ଶୁକ୍ରବାର ପ୍ରକାଶିତ

IMG-20150529-WA0003

Advertisment

ଭଦ୍ରକ : ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ତିନି ପରୀକ୍ଷାଫଳ  ଶୁକ୍ରବାର ପ୍ରକାଶ ପାଇଛି। ସ୍ୱୟଂ ଶାସିତ ମହାବିଦ୍ୟାଳୟରୁ ୯୫.୨୦ ପ୍ରତିଶତ ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି। ମୋଟ ୭୯୩ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୭୫୫ ଜଣ ପାସ କରିଛନ୍ତି। ପ୍ରଥମ ଶ୍ରେଣୀ ଡିଷ୍ଟିଂସନରେ ୫୪୬ଜଣ ଏବଂ ବିନା ଡିଷ୍ଟିଂସନରେ ପ୍ରଥମଶ୍ରେଣୀରେ ୬୩ଜଣ, ଦ୍ୱତୀୟ ଶ୍ରେଣୀ ଡିଷ୍ଟିଂକସନରେ ୭୧ ଜଣ, ଦ୍ୱତୀୟଶ୍ରେଣୀ ବିନା ଡିଷ୍ଟିଂସନରେ ୬୦ଜଣ, ଅବଶିଷ୍ଟ ୧୫ଜଣ ତୃତୀୟ ଶ୍ରେଣୀରେ ପାସ କରିଛନ୍ତି।  ସେହିଭଳି ବିଜ୍ଞାନରେ ସର୍ବାଧିକ ପାସ ହାର ୯୭ .୨୯  ଥିବାବେଳେ ବାଣିଜ୍ୟରେ ୯୫.୯୦, କଳାରେ ୯୩.୨୭ ଏବଂ ବିସିଏରେ ୭୦.୪୫ ଛାତ୍ରଛାତ୍ରୀ ପାସ କରିଛନ୍ତି । ଅର୍ଥନୀତିରେ ଦିନବନ୍ଧୁ ବେହେରା, ଶିକ୍ଷା ସମ୍ମାନରେ ଲୋକନାଥ ଦାସ, ଇଂରାଜୀରେ ସଙ୍ଗୀତା ପାଣିଗ୍ରାହୀ, ହିନ୍ଦୀରେ ରଶ୍ମିରେଖା ସାହୁ, ଇତିହାସରେ ନମ୍ରତା ବିଶ୍ୱାଳ, ଗୃହ ବିଜ୍ଞାନରେ ଏସ୍ ଏସ ମଲ୍ଲିକ, ଗଣିତରେ ବିଭୁଦତ୍ତ ବେହେରା, ଓଡିଆରେ ଆଦ୍ୟାରଶ୍ମି ମିଶ୍ର, ରାଜନୀତି ବିଜ୍ଞାନରେ ମମତା ବେହେରା ଓ ସଂସ୍କୃତରେ ଏସ୍ ମହାପାତ୍ର ସଫଳତାର ସହ କୃତିତ୍ୱ ହାସଲ କରିଛନ୍ତି।  ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦିପ୍ତ ସ୍ୱାଇଁ ପରୀକ୍ଷାଫଳ ପ୍ରକାଶ କରିଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe