ନରସିଂହପୁର ( ଦିଲୀପ ଦୋରା): ଗତ ୨ ଦିନ ହେଲା ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ ମହାନଦୀର ଜଳସ୍ତର ବଢିବାରେ ଲାଗିଛି। ଏଥିଯୋଗୁ ଆଜି ଭୋରୁ ବନ୍ୟା ପାଣି ବଡ଼ମ୍ବାର ଆରାଧ୍ୟ ଦେବୀ ମାଆ ଭଟ୍ଟାରିକାଙ୍କ ମନ୍ଦିରରେ ପଶିଛି। ବନ୍ୟାପାଣିରେ ମା’ଙ୍କ ମନ୍ଦିର ବୁଡିଯାଇଛି। ମନ୍ଦିର ଚାରିପଟେ ବନ୍ୟା ପାଣିର ସୁଅ ଛୁଟୁଛି। ଏପରି ସ୍ଥିତିରେ ମା’ଙ୍କ ବିଗ୍ରହକୁ ନିକଟସ୍ଥ ପାହାଡ଼ ଉପରକୁ ନିଆଯାଇ ପୂଜାର୍ଚ୍ଚନା କରାଯାଉଥିବା ଜଣାଯାଇଛି।
ସବୁ ଦିନ ପରି ଆଜି ଭୋର ୪ଟାରୁ ପୂଜକ ମା’ଙ୍କ ପୂଜା ନୀତି କରିବାକୁ ମନ୍ଦିର ଯାଇଥିଲେ। ହେଲେ ସେଠାରେ ପାଣି ବଢ଼ୁଥିବାର ଦେଖି ତତ୍କ୍ଷଣାତ ମା’ଙ୍କ ବିଗ୍ରହକୁ ମନ୍ଦିରରୁ ବାହାର କରି ଦେଇଥିଲେ। ଏହାପରେ ମହାନଦୀ ଉପକୂଳରେ ଥିବା ଏକ ପାହାଡ଼ ଉପରେ ମା’ଙ୍କ ବିଗ୍ରହକୁ ରଖାଯାଇଛି । ସେଠାରେ ସୁରକ୍ଷିତ ସ୍ଥାନରେ ମା’ଙ୍କ ପୂଜାର୍ଚ୍ଚନା କରାଯାଉଛି।
ପ୍ରତି ବର୍ଷ ବର୍ଷା ଦିନେ ଭଟ୍ଟାରିକାଙ୍କ ନିକଟରେ ଏପରି ସ୍ଥିତି ଉପୁଜୁଥିବା ଜଣାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଭିଜିଲାନ୍ସ ଜାଲରେ ଡେପୁଟି ଜେନେରାଲ୍ ମ୍ୟାନେଜର୍; ୪ଟି ସ୍ଥାନରେ ଚଢ଼ାଉ
ସୁବାଷ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା।
Accident
ବାଲିଯାତ୍ରାରେ ଅଘଟଣ; ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ନାବାଳକଙ୍କ ଜୀବନ
କଟକ ତୁଳସୀପୁର ସ୍ଥିତ ଶିଶୁ ମନ୍ଦିରରେ ଯୁକ୍ତ ଦୁଇରେ ପଢୁଥିଲେ ବିଶ୍ୱ ପ୍ରକାଶ ।
Entertainment
ବିବାହ ବନ୍ଧନରେ ବାନ୍ଧି ହେଲେ ଏଲିନା; ଫ୍ୟାନଙ୍କୁ ଦେଲେ ସରପ୍ରାଇଜ୍
ଦୀର୍ଘ ବର୍ଷ ଧରି ଏଲିନା ଓ ଅନୁରାଗ ଘନିଷ୍ଠ ବନ୍ଧୁ ଥିଲେ। ଉଭୟଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଥିଲା।
Accident
ବାର୍ହା ପାଇଁ ବିଛା ଯାଇଥିଲା ବିଦ୍ୟୁତ ତାର, ସେଥିରେ ପଡ଼ି ଚାଲିଗଲା ୩ ହାତୀଙ୍କ ଜୀବନ !
ଆଜି ସକାଳେ ସ୍ଥାନୀୟ ଲୋକେ ବୁରମାଲ ଜଙ୍ଗଲ ୩ଟି ହାତୀ ମରି ପଡ଼ିଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ।
Crime
ଉପ ଜିଲ୍ଲାପାଳଙ୍କ ଘରେ ପଶିଲା ଭିଜିଲାନ୍ସ; ୧୦ଟି ସ୍ଥାନରେ ଚଢ଼ାଉ
ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନ ସମେତ ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରାଯାଇଛି।