Advertisment

ବୁଡ଼ିଲା ମା’ ଭଟ୍ଟାରିକାଙ୍କ ମନ୍ଦିର

ନରସିଂହପୁର ( ଦିଲୀପ ଦୋରା): ଗତ ୨ ଦିନ ହେଲା ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ ମହାନଦୀର ଜଳସ୍ତର ବଢିବାରେ ଲାଗିଛି। ଏଥିଯୋଗୁ  ଆଜି ଭୋରୁ ବନ୍ୟା ପାଣି ବଡ଼ମ୍ବାର ଆରାଧ୍ୟ ଦେବୀ ମାଆ ଭଟ୍ଟାରିକାଙ୍କ ମନ୍ଦିରରେ ପଶିଛି।  ବନ୍ୟାପାଣିରେ ମା’ଙ୍କ ମନ୍ଦିର ବୁଡିଯାଇଛି। ମନ୍ଦିର ଚାରିପଟେ ବନ୍ୟା ପାଣିର ସୁଅ ଛୁଟୁଛି। ଏପରି ସ୍ଥିତିରେ ମା’ଙ୍କ ବିଗ୍ରହକୁ ନିକଟସ୍ଥ ପାହାଡ଼ ଉପରକୁ ନିଆଯାଇ ପୂଜାର୍ଚ୍ଚନା କରାଯାଉଥିବା ଜଣାଯାଇଛି। ସବୁ ଦିନ ପରି ଆଜି ଭୋର ୪ଟାରୁ […]

ବୁଡ଼ିଲା ମା’ ଭଟ୍ଟାରିକାଙ୍କ ମନ୍ଦିର

bhataria

Advertisment

ନରସିଂହପୁର ( ଦିଲୀପ ଦୋରା): ଗତ ୨ ଦିନ ହେଲା ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ ମହାନଦୀର ଜଳସ୍ତର ବଢିବାରେ ଲାଗିଛି। ଏଥିଯୋଗୁ  ଆଜି ଭୋରୁ ବନ୍ୟା ପାଣି ବଡ଼ମ୍ବାର ଆରାଧ୍ୟ ଦେବୀ ମାଆ ଭଟ୍ଟାରିକାଙ୍କ ମନ୍ଦିରରେ ପଶିଛି।  ବନ୍ୟାପାଣିରେ ମା’ଙ୍କ ମନ୍ଦିର ବୁଡିଯାଇଛି। ମନ୍ଦିର ଚାରିପଟେ ବନ୍ୟା ପାଣିର ସୁଅ ଛୁଟୁଛି। ଏପରି ସ୍ଥିତିରେ ମା’ଙ୍କ ବିଗ୍ରହକୁ ନିକଟସ୍ଥ ପାହାଡ଼ ଉପରକୁ ନିଆଯାଇ ପୂଜାର୍ଚ୍ଚନା କରାଯାଉଥିବା ଜଣାଯାଇଛି।

Advertisment

ସବୁ ଦିନ ପରି ଆଜି ଭୋର ୪ଟାରୁ ପୂଜକ ମା’ଙ୍କ ପୂଜା ନୀତି କରିବାକୁ ମନ୍ଦିର ଯାଇଥିଲେ। ହେଲେ ସେଠାରେ ପାଣି ବଢ଼ୁଥିବାର ଦେଖି ତତ୍‌କ୍ଷଣାତ ମା’ଙ୍କ ବିଗ୍ରହକୁ ମନ୍ଦିରରୁ ବାହାର କରି ଦେଇଥିଲେ। ଏହାପରେ ମହାନଦୀ ଉପକୂଳରେ ଥିବା ଏକ ପାହାଡ଼ ଉପରେ ମା’ଙ୍କ ବିଗ୍ରହକୁ ରଖାଯାଇଛି । ସେଠାରେ ସୁରକ୍ଷିତ ସ୍ଥାନରେ ମା’ଙ୍କ ପୂଜାର୍ଚ୍ଚନା କରାଯାଉଛି।

ପ୍ରତି ବର୍ଷ ବର୍ଷା ଦିନେ ଭଟ୍ଟାରିକାଙ୍କ ନିକଟରେ ଏପରି ସ୍ଥିତି ଉପୁଜୁଥିବା ଜଣାଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe