gharow
ସମ୍ବିଲପୁର:ବିଭିନ୍ନ ଦାବୀ ନେଇ ଆଜି ସମ୍ୱଲପୁର ଜିଲ୍ଲା ବି.ଜେ.ଡି ପକ୍ଷରୁ ରେଳବାଇ ଡି.ଆର.ଏମ ଙ୍କ ଅଫିସ ଘେରାଓ କରାଯାଇଥିଲା। ପରେ ଏକ ପ୍ରତିନିଧି ମଣ୍ଡଳୀ ଡି.ଆର.ଏମ. ଅଜୟ ପ୍ରତାପ ସିଂ ଙ୍କ ସହ ଦାବୀ ସମ୍ପର୍କରେ ଆଲୋଚନା କରିଥିଲେ। ସମ୍ବଲପୁର ବିଜେଡି ପକ୍ଷରୁ କରାଯାଇଥିବା ମୁଖ୍ୟଦାବି ମଧ୍ୟରେ ରହିଛି କ୍ଷେତରାଜପୁରରେ ଓଭର ବ୍ରିଜ ନିର୍ମାଣ ପାଇଁ ୧୫ ଦିନ ମଧ୍ୟରେ ତୁରନ୍ତ ପଦକ୍ଷେପ ନେବା, ସେହିପରି ରାଜଧାନୀ ଏକସପ୍ରେସ ସମ୍ୱଲପୁର କୁ ସଂପ୍ରସାରଣ , ଏହ୍ଲାବାଦକୁ ଏକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ , ରେଳଲାଇନ ପାଇଁ ଜମି ହରାଇଥିବା ଲୋକଙ୍କୁ ନିଯୁକ୍ତି ପ୍ରଭୃତି ଦାବୀ ଇତ୍ୟାଦ ନେଇ ଦଳ ଘେରାଉ କରିଛି। ଆଜିର ଆଲୋଚନା ସମୟରେ ରେଢାଖୋଲ ବିଧାୟକ ରୋହିତ ପୁଜାରୀ , ସମ୍ୱଲପୁର ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ , ଏସ.ଡି.ଏ ଅଧ୍ୟକ୍ଷ ବିଜୟ ମହାନ୍ତି ଓ ଦଳୀୟ କର୍ମୀ ମାନେ ଯୋଗ ଦେଇଥିଲେ। ଏହି ଅବସରରେ ଡି.ଆର.ଏମ ଙ୍କୁ ଏକ ଦାବୀପତ୍ର ଦେଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/05/drm-2015_05_20_16_21_16-006-25-01-2008-17_46_0001.jpg)