Advertisment

ଭୁଆସୁଣୀ ଡମ୍ପିଂୟାର୍ଡ ସ୍ଥାନାନ୍ତର ପାଇଁ ରାଜ୍ୟ ସରକାରଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଚିଠି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଭୁଆସୁଣୀ ଡମ୍ପିଂୟାର୍ଡ ସ୍ଥାନାନ୍ତର କରାଯିବା ନେଇ ରାଜ୍ୟ ସରକାରଙ୍କ ପାଖକୁ ଚିଠି ଆସିଛି। ଏହାସହ ବିଏମ୍‌ସି କମିଶନର ଓ ଗୃହ ଏବଂ ନଗର ଉନ୍ନୟନ ବିଭାଗକୁ ଏ ସମ୍ପର୍କରେ ଜୁନ ୭ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ୮ ବର୍ଷ ହେବ ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗ ପଞ୍ଚାୟତ ଭୁଆସୁଣୀରେ ଥିବା ବିଏମ୍‌ସି ଡମ୍ପିଂୟାର୍ଡ ଓ ପ୍ରସ୍ତାବିତ ଟ୍ରିଟମେଣ୍ଟ ପ୍ଲାଣ୍ଟ ସ୍ଥାନାନ୍ତର ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରି ଆସୁଛନ୍ତି। ଡମ୍ପିଂୟାର୍ଡ ଯୋଗୁଁ […]

ଭୁଆସୁଣୀ ଡମ୍ପିଂୟାର୍ଡ ସ୍ଥାନାନ୍ତର ପାଇଁ ରାଜ୍ୟ ସରକାରଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଚିଠି

doping

Advertisment

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଭୁଆସୁଣୀ ଡମ୍ପିଂୟାର୍ଡ ସ୍ଥାନାନ୍ତର କରାଯିବା ନେଇ ରାଜ୍ୟ ସରକାରଙ୍କ ପାଖକୁ ଚିଠି ଆସିଛି। ଏହାସହ ବିଏମ୍‌ସି କମିଶନର ଓ ଗୃହ ଏବଂ ନଗର ଉନ୍ନୟନ ବିଭାଗକୁ ଏ ସମ୍ପର୍କରେ ଜୁନ ୭ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

୮ ବର୍ଷ ହେବ ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗ ପଞ୍ଚାୟତ ଭୁଆସୁଣୀରେ ଥିବା ବିଏମ୍‌ସି ଡମ୍ପିଂୟାର୍ଡ ଓ ପ୍ରସ୍ତାବିତ ଟ୍ରିଟମେଣ୍ଟ ପ୍ଲାଣ୍ଟ ସ୍ଥାନାନ୍ତର ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରି ଆସୁଛନ୍ତି। ଡମ୍ପିଂୟାର୍ଡ ଯୋଗୁଁ ଦାରୁଠେଙ୍ଗ ଗାଁ ପ୍ରଦୂଷିତ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି। ଏହାସହ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ପାଇଁ ଏହା ଉପଯୁକ୍ତ ସ୍ଥାନ ନୁହେଁ ବୋଲି ଗ୍ରାମବାସୀ କହିଛନ୍ତି। ଏହି ଟମ୍ପିଂୟାର୍ଡକୁ ସ୍ଥାନାନ୍ତର କରିବାକୁ ବିଏମ୍‌ସି ଓ ରାଜ୍ୟ ସରକାରଙ୍କ ସହ ଏକାଧିକ ଥର ଆଲୋଚନା ହୋଇଥିଲେ ମଧ୍ୟ କିଛି ଲାଭ ନ ହେବାରୁ ଗ୍ରାମବାସୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଚିଠି ଲେଖି ସମସ୍ୟାର ସମାଧାନ ପାଇଁ ଅନୁରୋଧ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe