Advertisment

ଭୁବନ ଏନ୍‌ଏସି ଶଟ୍‌ଡାଉନ୍‌

କାମାକ୍ଷାନଗର(ବିଦ୍ୟାଧର ବରାଳ):ଢେଙ୍କାନାଳ ଜିଲ୍ଲା ଭୁବନ NAC ୨ ଦିନ ଶଟଡାଉନ୍ ରହିବ। ଏହି କଟକଣା ଆଜିଠୁ ଲାଗୁ ହୋଇଥିବା ନେଇ ଢେଙ୍କାନାଳ ଜିଲ୍ଲାପାଳ ଘୋଷଣା କରିଛନ୍ତି। ଗତ ୨୦ ତାରିଖରେ ଭୁବନ ଅଞ୍ଚଳରେ ୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣ ପଜିଟିଭ୍ ବିଭିନ୍ନ ଦୋକାନରେ କିଣାକିଣି କରିବା ସହ ବ୍ୟାଙ୍କ୍ ଓ ପେଟ୍ରୋଲ ପମ୍ପ ଯାଇଥିଲେ। ଯାହଫଳରେ ପ୍ରଶାସନ ୭ଟି ଦୋକାନ, ଗୋଟିଏ ବ୍ୟାଙ୍କ୍ ଓ ପେଟ୍ରୋଲ ପମ୍ପକୁ ସିଲ୍ […]

author-image
Jyoshna Pradhan
ଅଦ୍ୟତନ ହୋଇଛି
ଭୁବନ ଏନ୍‌ଏସି ଶଟ୍‌ଡାଉନ୍‌

dkl

କାମାକ୍ଷାନଗର(ବିଦ୍ୟାଧର ବରାଳ):ଢେଙ୍କାନାଳ ଜିଲ୍ଲା ଭୁବନ NAC ୨ ଦିନ ଶଟଡାଉନ୍ ରହିବ। ଏହି କଟକଣା ଆଜିଠୁ ଲାଗୁ ହୋଇଥିବା ନେଇ ଢେଙ୍କାନାଳ ଜିଲ୍ଲାପାଳ ଘୋଷଣା କରିଛନ୍ତି।

Advertisment

ଗତ ୨୦ ତାରିଖରେ ଭୁବନ ଅଞ୍ଚଳରେ ୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣ ପଜିଟିଭ୍ ବିଭିନ୍ନ ଦୋକାନରେ କିଣାକିଣି କରିବା ସହ ବ୍ୟାଙ୍କ୍ ଓ ପେଟ୍ରୋଲ ପମ୍ପ ଯାଇଥିଲେ। ଯାହଫଳରେ ପ୍ରଶାସନ ୭ଟି ଦୋକାନ, ଗୋଟିଏ ବ୍ୟାଙ୍କ୍ ଓ ପେଟ୍ରୋଲ ପମ୍ପକୁ ସିଲ୍ କରିଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ଢେ଼ଙ୍କାନାଳ ଜିଲ୍ଲାପାଳ ଏହି ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି।

ଆଜି ଓ ଆସନ୍ତାକାଲିକୁ ଜିଲ୍ଲାପାଳ ଶଟଡାଉନ୍‌ ଘୋଷଣା କରିଥିବା ବେଳେ ଶନିବାର ଓ ରବିବାର ସପ୍ତାହାନ୍ତ ଶଟଡାଉନ୍‌ ରହିଛି। ତେଣୁ ଲଗାତାର ୪ ଦିନ ପାଇଁ ଭୁବନ NAC ରେ ଶଟଡାଉନ୍‌ କଟକଣା ବଳବତ୍ତର ରହିବ।

Advertisment

ସୂଚନାଯୋଗ୍ୟ, ଢେଙ୍କନାଳ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୦ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୫୯ ସୁସ୍ଥ ହୋଇ ସାରିଲେଣି। ୯୧ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Shut Down