ଭୁବନେଶ୍ୱର, ଭଦ୍ରକ ୪୮ ଘଣ୍ଟା ପାଇଁ ପୂରା ଶଟ୍ ଡାଉନ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଲକ୍‌ଡାଉନ୍‌ ମଧ୍ୟରେ ରାଜ୍ୟ ସରକାର ଆଜି ଏକ ବଡ଼ ଘୋଷଣା କରିଛନ୍ତି। ୪୮ ଘଣ୍ଟା ପାଇଁ ଭୁବନେଶ୍ୱର ଓ ଭଦ୍ରକ ସହରକୁ ପୂରା ଶଟ୍‌ ଡାଉନ୍‌ କରାଯାଇଛି। ଆଜି ରାତି ୮ଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ଲାଗୁ ହେବ। ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି। ମୁଖ୍ୟ ଶାସନ ସଚିବ କହିଛନ୍ତି, ୫ଟି କରୋନା ପଜିଟିଭ୍ ମିଳିଥିବାରୁ ଏହି ଦୁଇ ସହର ୪୮ […]

lock

lock

Jitendra Garnayak
  • Published: Friday, 03 April 2020
  • Updated: 03 April 2020, 01:16 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଲକ୍‌ଡାଉନ୍‌ ମଧ୍ୟରେ ରାଜ୍ୟ ସରକାର ଆଜି ଏକ ବଡ଼ ଘୋଷଣା କରିଛନ୍ତି। ୪୮ ଘଣ୍ଟା ପାଇଁ ଭୁବନେଶ୍ୱର ଓ ଭଦ୍ରକ ସହରକୁ ପୂରା ଶଟ୍‌ ଡାଉନ୍‌ କରାଯାଇଛି। ଆଜି ରାତି ୮ଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ଲାଗୁ ହେବ। ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି।

ମୁଖ୍ୟ ଶାସନ ସଚିବ କହିଛନ୍ତି, ୫ଟି କରୋନା ପଜିଟିଭ୍ ମିଳିଥିବାରୁ ଏହି ଦୁଇ ସହର ୪୮ ଘଣ୍ଟା ଶଟ୍ ଡାଉନ୍ ହେବ। ୫ଟି କେସ୍‌ରୁ ୪ଟି ଭୁବନେଶ୍ୱରରେ ମିଳିଥିବା ବେଳେ ଗୋଟିଏ ଭଦ୍ରକର। ସେହିପରି ପଞ୍ଚମ କରୋନା ଆକ୍ରାନ୍ତଙ୍କ ଠାରେ ବିଲକ୍ଷଣ ଦେଖାଯାଇଛି। ସଂପୃକ୍ତ ବ୍ୟକ୍ତି ବିଦେଶ ଗସ୍ତ କରି ନଥିବାରୁ ତଥା ଅନ୍ୟ କୌଣସି ରାଜ୍ୟକୁ ଯାଇ ନଥିବାରୁ ଚିନ୍ତା ବଢ଼ିଛି। କ’ଣ ପାଇଁ ଏପରି ଘଟିଲା, ତା’ର ସଂପୂର୍ଣ୍ଣ ଛାନ୍‌ଭିନ୍ କରିବାକୁ ୪୮ ଘଣ୍ଟା ପାଇଁ ଶଟ୍ ଡାଉନ୍ ଘୋଷଣା କରାଯାଇଛି।  ଏହି ସମୟରେ ପ୍ରଦାନ କରାଯାଇଥିବା ସମସ୍ତ ପୁରୁଣା ପାସ୍ ରଦ୍ଦ କରାଯିବ ଓ ଜରୁରୀ ସେବା ପାଇଁ ସ୍ୱତନ୍ତ୍ର ପାସ୍ ମିଳିବ।

ସେ ଆହୁରି କହିଛନ୍ତି, ଶଟ୍ ଡାଉନ୍‌ ବେଳେ ଯିଏ ଘର ବାହାରେ ବୁଲିବ ପୁଲିସ୍ ଉଠାଇ ନେବ। ସେମାନଙ୍କୁ ଉଠାଇ ନେଇ ୧୪ ଦିନ କ୍ୱାରେଣ୍ଟାଇନ୍‌ରେ ରଖାଯିବ। ଏହା ସହିତ ମାମଲା ରୁଜୁ କରାଯିବ ଓ ଜୋରିମାନା ମଧ୍ୟ ଆଦାୟ କରାଯିବ।

ସେହିପରି ଶଟ୍ ଡାଉନ୍‌ ସଂପର୍କରେ ବିସ୍ତୃତ ତଥ୍ୟ ଦେଇ ଡିଜିପି ଅଭୟ କହିଛନ୍ତି, ଏହି ସମୟରେ ଗ୍ରୋସରୀ, ଫଳ ଓ ପନିପରିବା ଦୋକାନ ବନ୍ଦ ରହିବ। ତା’ସହିତ ମାଛ, ମାଂସ, ଅଣ୍ଡା ଓ କ୍ଷୀର ଦୋକାନ ମଧ୍ୟ ବନ୍ଦ ରହିବ। କେବଳ ଔଷଧ ଦୋକାନ ଖୋଲିବ। କିନ୍ତୁ ସେଗୁଡ଼ିକର ସଂଖ୍ୟା କମାଇ ଦିଆଯିବ। କେଉଁ ଔଷଧ ଦୋକାନ ଖୋଲିବ ସ୍ଥାନୀୟ ଅଧିକାରୀ ନିଷ୍ପତ୍ତି ନେବେ।

ସେହିଭଳି ଅତି ଜରୁରୀ ନଥିଲେ ହସ୍ପିଟାଲ ନଯିବାକୁ କହିଛନ୍ତି ଡିଜିପି। ସେ କହିଛନ୍ତି, ଜରୁରୀ ପରିସ୍ଥିତିରେ ହସ୍ପିଟାଲ ଯିବାକୁ ଆମ୍ବୁଲାନ୍ସ ସଂଖ୍ୟା ବଢ଼ାଯିବ।ତେବେ ଜାତୀୟ ରାଜପଥରେ ମାଲ ପରିବହନ ସେବା ଚାଲୁ ରହିବ। ଏହି ଶଟ୍‌ ଡାଉନ୍‌ ଏକ ପ୍ରକାର କର୍ଫ୍ୟୁ ବୋଲି କହିଛନ୍ତି ଡିଜିପି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story