Advertisment

ଭୁବନେଶ୍ୱର ବିମାନବନ୍ଦରରେ ଲାଗିବ ଅତ୍ୟାଧୁନିକ ଚଳାଚଳ ନିୟନ୍ତ୍ରଣ ବ୍ୟବସ୍ଥା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୁରକ୍ଷା ମାମଲାରେ ଆଉ ପାଦେ ଆଗେଇଛି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦର। ବିମାନବନ୍ଦର ପରିସରରେ ଥିବା ବିମାନ, ଅନ୍ୟାନ୍ୟ ଗାଡ଼ିକୁ ସିଧାସଳଖ ନିୟନ୍ତ୍ରଣ କରିବା ପାଇଁ ଖୁବ୍ ଶୀଘ୍ର ଆରମ୍ଭ ହେବ ଆଡଭାନ୍ସଡ ସର୍ଫେସ ମୁଭମେଣ୍ଟ ଗାଇଡାନ୍ସ ଆଣ୍ଡ କଣ୍ଟ୍ରୋଲ ସିଷ୍ଟମ୍। ଏଥିପାଇଁ ୨୫ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ରଖାଯାଇଥିବା ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ୨୦୧୯ ସେପ୍ଟେମ୍ବର ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ ବୋଲି ଲକ୍ଷ୍ୟ ଧାର୍ଯ୍ୟ […]

author-image
Rakesh Mallick
ଭୁବନେଶ୍ୱର ବିମାନବନ୍ଦରରେ ଲାଗିବ ଅତ୍ୟାଧୁନିକ ଚଳାଚଳ ନିୟନ୍ତ୍ରଣ ବ୍ୟବସ୍ଥା 

bhubaneswarairport

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୁରକ୍ଷା ମାମଲାରେ ଆଉ ପାଦେ ଆଗେଇଛି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦର। ବିମାନବନ୍ଦର ପରିସରରେ ଥିବା ବିମାନ, ଅନ୍ୟାନ୍ୟ ଗାଡ଼ିକୁ ସିଧାସଳଖ ନିୟନ୍ତ୍ରଣ କରିବା ପାଇଁ ଖୁବ୍ ଶୀଘ୍ର ଆରମ୍ଭ ହେବ ଆଡଭାନ୍ସଡ ସର୍ଫେସ ମୁଭମେଣ୍ଟ ଗାଇଡାନ୍ସ ଆଣ୍ଡ କଣ୍ଟ୍ରୋଲ ସିଷ୍ଟମ୍।

Advertisment

ଏଥିପାଇଁ ୨୫ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ରଖାଯାଇଥିବା ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ୨୦୧୯ ସେପ୍ଟେମ୍ବର ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ନେଦରଲ୍ୟାଣ୍ଡସର ଏକ କମ୍ପାନୀ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଦାୟିତ୍ୱ ନେଇଛି। ଏହି ବ୍ୟବସ୍ଥା କାର୍ଯ୍ୟକ୍ଷମ ହେଲେ ଏୟାର୍ ଟ୍ରାଫିକ କଣ୍ଟ୍ରୋଲର୍ ନିଜ ସ୍କ୍ରିନ୍‌ରେ ବିମାନବନ୍ଦର ପରିସରରେ ଯାତାୟତ କରୁଥିବା ସମସ୍ତ ଏୟାରକ୍ରାଫ୍ଟ ଓ ଗାଡ଼ିକୁ ଦେଖି ପାରିବେ ଓ ଏହାର ଚଳାଚଳକୁ ପ୍ରତ୍ୟକ୍ଷ ଭାବେ ନିୟନ୍ତ୍ରଣ କରିପାରିବେ। ଏପରି ବ୍ୟବସ୍ଥା ସମସ୍ତ ବୃହତ୍ ବିମାନବନ୍ଦରରେ ରହିଛି। ଆଗାମୀ ଦିନରେ ଭୁବନେଶ୍ୱର ବିମାନବନ୍ଦରରେ ଅଧିକ ବିମାନ ଚଳାଚଳ କଲେ ଏହା ବେଶ ସହାୟକ ହେବ।

Advertisment

ଏହି ବ୍ୟବସ୍ଥା ପରେ ଭୁବନେଶ୍ୱର ବିମାନବନ୍ଦର ସୁରକ୍ଷା ଦୃଷ୍ଟିରୁ ଆଉ ପାଦେ ଆଗେଇବ ବୋଲି ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଏଥିସହ ପାରାଲାଲ ଟାକ୍ସି ଷ୍ଟାଣ୍ଡ ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଅନୁମତି ମିଳିବା ପରେ କାମ ଆରମ୍ଭ ହୋଇଛି।