Advertisment

ଐତିହ୍ୟସଂପନ୍ନ ଏକାମ୍ର କ୍ଷେତ୍ରକୁ ନୂଆ ରୂପ ଦେବାକୁ ପ୍ରୟାସ, ଆରମ୍ଭ ହେବାକୁ ଯାଉଛି ‘ଭୁବନେଶ୍ୱର ଆର୍ଟ ଟ୍ରେଲ୍’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଐତିହ୍ୟସଂପନ୍ନ ଭୁବନେଶ୍ୱରକୁ ନୂଆ ରୂପ ଦେବାକୁ ଆରମ୍ଭ ହୋଇଛି ଏକ ଭିନ୍ନ ପ୍ରୟାସ। ଆରମ୍ଭ ହେବାକୁ ଯାଉଛି ‘ଭୁବନେଶ୍ୱର ଆର୍ଟ ଟ୍ରେଲ୍’। ଓଡ଼ିଶାର ଐତିହାସିକ ସହର ଭୁବନେଶ୍ୱରର ପରିଚୟ, ଏହାର ଇତିହାସ ଓ ସାଂସ୍କୃତିକ ବିବିଧତାର ବିଭିନ୍ନ କାହାଣୀକୁ ଜାଣିବାର ଓ ବୁଝିବାର ଏକ ପ୍ରୟାସ। ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ, ଚିତ୍ରଶିଳ୍ପୀ ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଏକ ସମ୍ପର୍କ ତିଆରି କରିବା। ଯଦ୍ୱାରା ସେମାନେ ବୁଝିପାରିବେ, ଆମେ ସେମାନଙ୍କର ସ୍ମୃତି, […]

ଐତିହ୍ୟସଂପନ୍ନ ଏକାମ୍ର କ୍ଷେତ୍ରକୁ ନୂଆ ରୂପ ଦେବାକୁ ପ୍ରୟାସ, ଆରମ୍ଭ ହେବାକୁ ଯାଉଛି ‘ଭୁବନେଶ୍ୱର ଆର୍ଟ ଟ୍ରେଲ୍’

1

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଐତିହ୍ୟସଂପନ୍ନ ଭୁବନେଶ୍ୱରକୁ ନୂଆ ରୂପ ଦେବାକୁ ଆରମ୍ଭ ହୋଇଛି ଏକ ଭିନ୍ନ ପ୍ରୟାସ। ଆରମ୍ଭ ହେବାକୁ ଯାଉଛି ‘ଭୁବନେଶ୍ୱର ଆର୍ଟ ଟ୍ରେଲ୍’। ଓଡ଼ିଶାର ଐତିହାସିକ ସହର ଭୁବନେଶ୍ୱରର ପରିଚୟ, ଏହାର ଇତିହାସ ଓ ସାଂସ୍କୃତିକ ବିବିଧତାର ବିଭିନ୍ନ କାହାଣୀକୁ ଜାଣିବାର ଓ ବୁଝିବାର ଏକ ପ୍ରୟାସ। ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ, ଚିତ୍ରଶିଳ୍ପୀ ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଏକ ସମ୍ପର୍କ ତିଆରି କରିବା। ଯଦ୍ୱାରା ସେମାନେ ବୁଝିପାରିବେ, ଆମେ ସେମାନଙ୍କର ସ୍ମୃତି, କଳ୍ପନା ଓ ଆଗ୍ରହ ଅନୁଯାୟୀ, ଭୁବନେଶ୍ୱର ପରି ଏକ ଐତିହ୍ୟସଂପନ୍ନ ସହରକୁ ଆଜି କେମିତି ମନେ ପକାଇଦେଉଛୁ।

Advertisment

ଟ୍ରେଲ୍‌ର ପରିଧି ମୁକ୍ତେଶ୍ୱର ମନ୍ଦିର ପାଖରୁ ଆରମ୍ଭ ହୋଇ କୋଟିତୀର୍ଥ ଓ ବିନ୍ଦୁସାଗର କୂଳେ କୂଳେ ଏକାମ୍ରବନ ପରବର୍ତ୍ତୀ ନୀଳକଣ୍ଠେଶ୍ୱର ମନ୍ଦିର ନିକଟରେ ସରୁଛି। ୧.୩ କିଲୋମିଟର ଲମ୍ବ ଏହି ସଡ଼କର ଉଭୟ ପାଶ୍ୱର୍ରେ ମହତ୍ୱପୂର୍ଣ ମଧ୍ୟଯୁଗୀୟ ମନ୍ଦିର, ପୁରାତନ ଓ ଆଧୁନିକ ଶୈଳୀରେ ତିଆରି ଅନେକ ଘର, ପୁଷ୍କରିଣୀ, ଐତିହାସିକ ଭଗ୍ନାବଶେଷ, ଦୋକାନ, ସାର୍ବଜନୀନ ସଂସ୍ଥାନ ଇତ୍ୟାଦି ରହିଛି। ଚିତ୍ରଶିଳ୍ପୀମାନେ ଆପଣା ଦୃଷ୍ଟିଭଙ୍ଗୀରେ ଏହିସବୁ ସ୍ଥାନକୁ ଅନେକ ଦିଗରୁ ଦେଖିବେ। ଏଥିସହିତ ସ୍ଥାନୀୟ ଲୋକମାନଙ୍କଠାରୁ ସେମାନଙ୍କର ସ୍ମୃତି, ଏ ସହର ସହ ସେମାନଙ୍କର ସଂପୃକ୍ତି, ଆବେଗ ଓ ସ୍ୱପ୍ନଗୁଡ଼ିକ ବିଷୟରେ ମଧ୍ୟ ଜାଣିବେ।

ଏହି ପ୍ରକଳ୍ପରେ ପରିଦର୍ଶକମାନେ ପୁରୁଣା ଭୁବନେଶ୍ୱର ରାସ୍ତାରେ ଚାଲିବା ସହ ବିଭିନ୍ନ ସ୍ଥାନରେ ପ୍ରମୁଖ ଚିତ୍ରଶିଳ୍ପୀମାନଙ୍କର କାର୍ଯ୍ୟ ଦେଖିପାରିବେ। ଆସନ୍ତା ନଭେମ୍ବର ୧୮ ତାରିଖରୁ ଡିସେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ମାସେ ଧରି ଚାଲିବ। ଏହି ସମୟରେ ଭୁବନେଶ୍ୱରରେ ‘ହକି ବିଶ୍ୱକପ୍’ ଖେଳା ଯାଉଥିବାରୁ ‘ଆର୍ଟ ଟ୍ରେଲ୍’ର ଆୟୋଜନ କରାଯାଉଛି। ଏଥିରେ ଭାଗ ନେଉଥିବା ଚିତ୍ରଶିଳ୍ପୀମାନେ ଗତ ମାସ ୧୮ ତାରିଖରୁ ଏଥିପାଇଁ ନିଜନିଜର କଳାକୃତି ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହି ଟ୍ରେଲ୍ ଭୁବନେଶ୍ୱରର ଐତିହ୍ୟ ଓ ସମକାଳୀନ ସଂସ୍କୃତି ବିଷୟରେ ଉଭୟ ଆଗନ୍ତୁକ ଓ ସ୍ଥାନୀୟ ଲୋକଙ୍କୁ ସମାନ ଅନୁଭବ ଆଣିଦେବ।

Advertisment

publive-image

ଏହି ଟ୍ରେଲ୍‌ର ବିଷୟ ‘ନେଭିଗେସନ୍ ଇଜ୍ ଅଫଲାଇନ୍’ ରଖାଯାଇଛି। ଏହାକୁ ବିଖ୍ୟାତ ଚିତ୍ରଶିଳ୍ପୀ ଜଗନ୍ନାଥ ପଣ୍ଡା ଓ କଳା ଐତିହାସିକ ‘ପ୍ରେମ୍‌ଜିସ୍‌ ଆଚାରି’ କ୍ୟୁରେଟ୍ କରୁଛନ୍ତି। ପଥପ୍ରଦର୍ଶନ ପାଇଁ ଏବେକାର ସମାଜ କେମିତି ପ୍ରଯୁକ୍ତି ବିଦ୍ୟା ଉପରେ ମାତ୍ରାଧିକ ନିର୍ଭରଶୀଳ ହୋଇପଡ଼ିଛି, ତାହା ହିଁ ଏହି ବିଷୟକୁ ସୂଚାଉଛି।

କ୍ୟାମରା ଭିତର ଦେଇ ନଦେଖିଲେ ଆମକୁ ଆଉ ଆମ ଦୁନିଆ ଦିଶୁନି। ଏବେ ଆମ ଜୀବନ ସୋଶାଲ୍ ମିଡିଆରେ ବ୍ୟବହୃତ ଚିତ୍ରଗୁଡିକର ଏକ କୋଲାଜ୍ ପରି ହୋଇଯାଇଛି। ଏହା କିନ୍ତୁ ବାସ୍ତବ ଦୁନିଆ ନୁହେଁ। ବାସ୍ତବ ଦୁନିଆ ସହ ଏହାକୁ ତୁଳନା କରି ଆମେ ଅନେକ ସମୟରେ ଦୁଃଖ କରୁଛନ୍ତି।

ଓଡିଶା ସମେତ ଭାରତର ବିଭିନ୍ନ ରାଜ୍ୟ ଓ ବିଦେଶରୁ ଆସିଥିବା ଚବିଶ ଜଣ ଚିତ୍ରଶିଳ୍ପୀ ଏହି ଟ୍ରେଲ୍‌ରେ ଯୋଗଦାନ କରିଛନ୍ତି। ଗିଗି ସ୍କାରିଆ, ସୁଦର୍ଶନ ସେଟ୍ଟି, ଶର୍ମିଳା ସାମନ୍ତ, ଅରୁଣ କୁମାର ଏଚ୍.ଜି, ମାର୍କସ୍ ବାଏଞିଗର୍ ଆଦି ପ୍ରମୁଖ ସମକାଳୀନ ଚିତ୍ରଶିଳ୍ପୀମାନେ ଏହି କାର୍ଯ୍ୟକ୍ରମରେ ସାମିଲ୍ ହୋଇଛନ୍ତି।

ଭୁବନେଶ୍ୱର ଆର୍ଟ ଟ୍ରେଲ୍‌ର ବିଶେଷତ୍ୱ

  • ଟ୍ରେଲ୍ ପରିସର ଚାରିପାଖରେ ରହୁଥିବା ସ୍ଥାନୀୟ ବାସିନ୍ଦାମାନେ ମଧ୍ୟ ଏଥିରେ ସାମିଲ୍ ହେଉଛନ୍ତି, ଯେଉଁମାନେ କି କଳାକୃତି ପ୍ରଦର୍ଶନ ପାଇଁ ନିଜର ଘର ଦେଇଛନ୍ତି। ଭାରତୀୟ କଳା ପ୍ରକଳ୍ପ ଇତିହାସରେ ଏପରି ପ୍ରୟାସ ଅନନ୍ୟ।
  • ଏହି ଟ୍ରେଲ୍ ସପ୍ତମ ଶତାବ୍ଦୀ ପରର ମଧ୍ୟଯୁଗୀୟ ମନ୍ଦିରଗୁଡ଼ିକ ସହ ଯୋଡ଼ି ହୋଇ ରହିଛି। ଐତିହ୍ୟପୂର୍ଣ୍ଣ ସ୍ଥାନର ସ୍ୱାତନ୍ତ୍ର୍ୟ ବଜାୟ ରଖିବାକୁ ପୂର୍ବ ସଂରଚନାରେ କ୍ଷତି ନପହଂଚାଇ ଏହି ପରିସର ଗୁଡ଼ିକର ବିକାଶ କରାଯାଉଛି। ପୁନଃନିର୍ମାଣ ପାଇଁ ପାରମ୍ପରିକ ସାମଗ୍ରୀ ବ୍ୟବହାର କରାଯାଉଛି।
  • ଓଡ଼ିଶାର ଯୁବ ଚିତ୍ରଶିଳ୍ପୀମାନଙ୍କ ପାଇଁ ଏହା ଭାରତ ଓ ବିଦେଶର ପ୍ରମୁଖ ଚିତ୍ରଶିଳ୍ପୀମାନଙ୍କ ସହ ଏକତ୍ର କାର୍ଯ୍ୟ କରିବାର ଏକ ସୁନ୍ଦର ଅବସର।
  • ଏହା ଓଡ଼ିଶାର ପ୍ରଥମ ବୃହତ୍ ପବ୍ଲିକ୍ ଆର୍ଟ ପ୍ରକଳ୍ପ। ଯେଉଁଥିରେ ସମସାମୟିକ କଳା ବିଷୟରେ ଓଡ଼ିଶାର ଜନସାଧାରଣଙ୍କୁ ଜଣାଇବାର ପ୍ରୟାସ କରାଯାଉଛି।
  • ଚିତ୍ରଶିଳ୍ପୀମାନେ ନିଜନିଜର କଳାକୃତି ପ୍ରସ୍ତୁତି କରିବା ସମୟରେ ପୁରୁଣା ଭୁବନେଶ୍ୱରରେ ରହୁଛନ୍ତି। ଏହି ଅବଧିରେ ସେମାନେ ସ୍ଥାନୀୟ ବାସିନ୍ଦା ଓ ଯୁବ କଳା ଶିକ୍ଷାର୍ଥୀମାନଙ୍କ ସହ କଥାବାର୍ତ୍ତା କରୁଛନ୍ତି। ବିଭିନ୍ନ କଳା ମହାବିଦ୍ୟାଳୟର ଶିକ୍ଷାର୍ଥୀମାନେ ଏହି ଉଦ୍ୟମରେ ସ୍ୱେଚ୍ଛାସେବୀ ଭାବେ ସହଯୋଗ କରୁଛନ୍ତି।
  • ଏହି ଆର୍ଟ ଟ୍ରେଲ୍‌ର ପ୍ରୟାସ, ପାରମ୍ପରିକ ସଂରଚନାକୁ ଅଣଦେଖା ନକରି ନୂଆ ପ୍ରକାରର ସହର ନିର୍ମାଣକୁ ପ୍ରୋତ୍ସାହନ ଦେବା ଏବଂ ଏହାର ଉଦ୍ଦେଶ୍ୟ ଭୁବନେଶ୍ୱରକୁ ଐତିହ୍ୟସମ୍ପନ୍ନ ସହର ଭାବେ ଗଢ଼ିତୋଳିବା।
  • ମାସେ ଧରି ଚାଲିବାକୁ ଥିବା ଆର୍ଟ ଟ୍ରେଲ୍‌ର ସମୟସୀମା ଭିତରେ ସେମିନାର୍, ସାଂସ୍କୃତିକ କାର୍ଯ୍ୟକ୍ରମ, ପିଲାଙ୍କ କର୍ମଶାଳା, ଫିଲ୍ମ ସ୍କ୍ରିନିଂ ପରି ବିଭିନ୍ନ କାର୍ଯ୍ୟକ୍ରମମାନ ରଖାଯାଇଛି।

publive-image

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe