Advertisment

ମୋ ଧନକୁ ମତେ ଦେ: ଭୁଲ ହୋଇଗଲା ଡେଲିଭରୀ ବୟର ଲଭ୍‌ ଫର୍ମୁଲା !

ପତିତପାବନ ପୃଷ୍ଟି

ଅଦ୍ୟତନ ହୋଇଛି
ମୋ ଧନକୁ ମତେ ଦେ: ଭୁଲ ହୋଇଗଲା ଡେଲିଭରୀ ବୟର ଲଭ୍‌ ଫର୍ମୁଲା !

689

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୋ ସ୍ୱାମୀଙ୍କୁ ଫସାଇ ଦିଆଯାଇଛି। ମୋ ସ୍ୱାମୀ ସେମିତି କିଛି କାମ କରିବେନି।  ମୋ ସ୍ୱାମୀଙ୍କୁ ଧମକ ଓ ଡରେଇ ତାଙ୍କୁ ବାହାରକୁ ପଠାଇ ଦିଆଯାଇଛି। ମୋ ସ୍ୱାମୀ ମୋର । ଆଉ କାହାର ନୁହଁ। ସେ ଝିଅର ହାତ ସବୁ ଅଛି। ଭୁବନେଶ୍ୱରରୁ ଡେଲିଭରୀ ବୟର ଅପହରଣ ଡ୍ରାମାର ପର୍ଦ୍ଦାଫାସ୍‌ ହେବା ପରେ ଏମିତି ପ୍ରତିକ୍ରିୟା ରଖିଛନ୍ତି ତାଙ୍କ ପତ୍ନୀ।  ସେ କହିଛନ୍ତି ଯେ, ଏହା ପଛରେ ରହିଛି ଷଡ଼ଯନ୍ତ୍ର। ତାଙ୍କୁ ନେଇ ବାହାରକୁ ପଠେଇ ଦିଆଯାଉଥିଲା। ସେ ମୋ ସହ କୋର୍ଟ ମ୍ୟାରେଜ୍ କରିଛନ୍ତି। ମୋ ପାଖରେ ସବୁ ପ୍ରମାଣ ଅଛି ବୋଲି ସେ କହିଛନ୍ତି। ସେହିପରି ପୁଅର ମା’ କହିଛନ୍ତି ମୋ ପୁଅ ମୋର । ମୋ ପୁଅକୁ ମତେ ଫେରାଇ ଦିଆ।

Advertisment

ଗତ ଶନିବାର ରାତିରୁ ଡେଲିଭରି ବୟ ପତିତପାବନ ପୃଷ୍ଟି ଓରଫ ଚିକୁନ ଗାଏବ ହୋଇ ଯାଇଥିଲେ। ଏହାପରେ ରବିବାର  ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଞ୍ଚଳର ଜଣେ ଯୁବତୀଙ୍କ  ନିଖୋଜ ହୋଇ ଯାଇଥିଲେ ।  ଏନେଇ ଗୋପ ଥାନାରେ ସମ୍ପୃକ୍ତ ଯୁବତୀଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ। ଏଥିସହ ଚିକୁନ ସେମାନଙ୍କ ଝିଅକୁ ଅପହରଣ କରି ନେଇଥିବା ଗଣମାଧ୍ୟମ ସମ୍ମୁଖରେ କହିଥିଲେ।   ନିଖୋଜ ଯୁବତୀଙ୍କ ପିତାମାତାଙ୍କ  ସୂଚନା ଅନୁଯାୟୀ, ସେମାନଙ୍କ ଘର ନିକଟରେ ଚିକୁନର ସମ୍ପର୍କୀୟ ମାଉସୀ ଘର । ତେଣୁ ଚିକୁନ ବିଭିନ୍ନ ସମୟରେ ଏଠାକୁ ଆସୁଥିବା ବେଳେ  ସେମାନଙ୍କ ଝିଅ ସହ ସମ୍ପର୍କ ସ୍ଥାପନ ହୋଇଥିଲା। ଏପରିକି ବିବାହ ପୂର୍ବରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।  ୮ ମାସ ତଳେ ଚିକୁନ ଅହଲ୍ୟାଙ୍କୁ ବିବାହ କରିଥିଲେ ମଧ୍ୟ  ସେମାନଙ୍କ ସମ୍ପର୍କ ପୂର୍ବ ପରି ଥିଲା।

ହେଲେ ଗତ ରବିବାର ରାତିରେ ହଠାତ୍‌ ଝିଅ ନିଖୋଜ ହୋଇ ଯାଇଥିବା ବେଳେ ଏକ ହାତଲେଖା ଚିଠି ଛାଡ଼ି ଯାଇଛି। ସେଥିରେ ସେ ଚିକୁନକୁ ଭଲ ପାଉଥିବା ସ୍ପଷ୍ଟ ଭାବେ ଉଲ୍ଲେଖ କରିଛି। ଘର ପାଖରେ ଜଣେ ସାଙ୍ଗ ଜରିଆରେ ଚିକୁନ ସହ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିବା ସେ ଚିଠିରେ ଉଲ୍ଲେଖ କରିଥିଲେ । ହେଲେ ଏବେ ଝିଅର ସାଙ୍ଗ ନିଜ ମୁଣ୍ଡରୁ ଦୋଷ ଛଡ଼ାଇବାକୁ ଚେଷ୍ଟା କରୁଥିବା  ଯୁବତୀଜଣକ କହିଛନ୍ତି। ଏହାପରଠୁ ସେ ଗାଏବ ହୋଇଯାଇଥିବା ବେଳେ ପରିବାର ଲୋକ ଚିକୁନ ଉପରେ ସନ୍ଦେହ ପ୍ରକଟ କରିଥିଲେ। ତେବେ ହଠାତ୍‌ ଆଜି ଏହି ଅପହରଣ ନାଟକର ପର୍ଦ୍ଦାଫାସ୍ ହୋଇଥିଲା। ପତ୍ନୀଙ୍କୁ ଛାଡ଼ି ପ୍ରେମିକା ସହ ଜୀବନ ବିତାଇବା ପାଇଁ ନିଜେ ଚିକୁନ୍ ସୁଚିନ୍ତିତ ପ୍ଲାନ ରଚିଥିବା ଜଣାପଡ଼ିଛି। ଲିଙ୍ଗିପୁର ପାଖ ଦୟା ନଦୀ ନିକଟରୁ ନିଜ ଅପହରଣ ନେଇ ପତ୍ନୀଙ୍କୁ ସୂଚନା ଦେଇଥିବା ଡେଲିଭରି ବଏ ପ୍ରେମିକା ସହ ମଧ୍ୟପ୍ରଦେଶରୁ ଠାବ ହୋଇଛନ୍ତି।  ସେଠାକାର ପୁଲିସ୍‌ ଉଭୟଙ୍କୁ ଅଟକ ରଖିଥିବା ବେଳେ ଓଡ଼ିଶାରୁ ଏକ ପୁଲିସ୍‌ ଟିମ୍‌ ସେମାନଙ୍କୁ ଆଣିବାକୁ ମଧ୍ୟପ୍ରଦେଶ ଯିବ ବୋଲି ଜଣାଯାଇଛି।   ଚିକୁନ ଅପହରଣ ମାମଲାରେ ଏପରି ନୂଆ ଟ୍ୱିଷ୍ଟ ଆସିବା ପରେ ଘଟଣାକୁ ନେଇ ଚର୍ଚ୍ଚା ସରଗରମ ହେବାରେ ଲାଗିଛି ।

Advertisment

ସୂଚନାଯୋଗ୍ୟ, ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଧୀମ ମୌଜାବେଗ୍‌ ଗାଁର ଚିକୁନ ୮ ମାସ ପୂର୍ବେ ରାମଚଣ୍ଡି ଥାନା ଅଧୀନ ତରୋପରା ପଞ୍ଚାୟତ ମଲିଆତୁଠ ଗାଁର ଅହଲ୍ୟା ପରିଡାଙ୍କୁ ପ୍ରେମ ବିବାହ କରିଥିଲେ। ଏହାପରେ ଉଭୟ ଭୁବନେଶ୍ୱର ଚାଲି ଆସି ଧଉଳି ଥାନା ଅଞ୍ଚଳରେ ଘର ଭଡ଼ା ନେଇ ରହୁଥିଲେ। ଚିକୁନ ଡେଲିଭରି ବୟ ଭାବେ କାମ କରୁଥିଲେ।

ହେଲେ ଏକ ଗ୍ୟାରେଜ କରିବା ନିମନ୍ତେ ଗତ ଶନିବାର ଚିକୁନ ୧୫ ହଜାର ଟଙ୍କା ଧରି ଘରୁ ବାହାରି ଯାଇଥିଲେ। ଏହାପରେ ରାତିରେ ସ୍ତ୍ରୀଙ୍କୁ ଭଏସ୍‌ ମେସେଜ ପଠାଇ ତାଙ୍କୁ କେହି ଛୁରୀ ଭୁଷି ନେଇ ଯାଉଥିବା ଜଣାଇଥିଲେ। ଏନେଇ ଧଉଳି ପୁଲିସ୍‌ ଖୋଜାଖୋଜି ଆରମ୍ଭ କରିଥିଲା। ଚିକୁନଙ୍କୁ ଠାବ କରାଯାଇ ପାରି ନ ଥିବା ବେଳେ  ଲିଙ୍ଗିପୁର ପାଖ ଦୟା ନଦୀ ନିକଟସ୍ଥ ରାସ୍ତାରୁ ତାଙ୍କର ଚପଲ, ବ୍ୟାଗ୍‌, ମନିପର୍ସ ଓ ଗଞ୍ଜି ମିଳିଥିଲା।

Delivery Boy Kidnapping Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe